୪ ଦିନ ଭିତରେ ଫେରିଯିବ ମୌସୁମୀ

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ୩-୪ ଦିନ ମଧ୍ୟରେ ରାଜ୍ୟରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ଶୁକ୍ରବାର ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୁଜୁରାଟର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ ଭାବେ ଅପସାରଣ ହୋଇଥିବା ବେଳେ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ମହାରାଷ୍ଟ୍ରରୁ ଆଂଶିକ ଭାବେ ଅପସାରଣ ହୋଇଛି। ଆଗାମୀ ୩ ଦିନ ମଧ୍ୟରେ ପୂର୍ବ-ଭାରତର ଆହୁରି ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଅନୁକୂଳ ହେଉଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଏହି କ୍ରମରେ ଓଡ଼ିଶାରୁ […]

ଭୁବନେଶ୍ୱର : ଆସନ୍ତା ୩-୪ ଦିନ ମଧ୍ୟରେ ରାଜ୍ୟରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ଶୁକ୍ରବାର ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୁଜୁରାଟର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ ଭାବେ ଅପସାରଣ ହୋଇଥିବା ବେଳେ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ମହାରାଷ୍ଟ୍ରରୁ ଆଂଶିକ ଭାବେ ଅପସାରଣ ହୋଇଛି। ଆଗାମୀ ୩ ଦିନ ମଧ୍ୟରେ ପୂର୍ବ-ଭାରତର ଆହୁରି ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଅନୁକୂଳ ହେଉଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଏହି କ୍ରମରେ ଓଡ଼ିଶାରୁ ମଧ୍ୟ ମୌସୁମୀ ଅପସାରଣ ହେବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅକ ଘୂର୍ଣ୍ଣିବଳୟ ରହିଛି। ଏହାଠାରୁ ଜଡ଼ିତ ଗୋଟିଏ ଟ୍ରଫଲାଇନ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଯାହାଦ୍ୱାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କଠାରୁ ସମ୍ମାନସୂଚକ ପ୍ରେସିଡେଣ୍ଟ କଲର ଆଓ୍ୱାର୍ଡ ପାଇବ ଓଡ଼ିଶା ପୋଲିସ

ଏହି ବର୍ଷାର ପ୍ରଭାବର ରବିବାର ପରେ କମିଯିବ। ଶନିବାର ଗଜପତି, ଗଞ୍ଜାମ, ପୁରୀ, ସଜଗତସିଂହପୁର, କେନ୍ଦ୍ରାପଡ଼ା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦିରେ ଆଦିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବା ବେଳେ ରହିବାର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ ୧୭ରୁ ୧୮ ତାରିଖ ମଧ୍ୟରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାକୁ ଥିବାରୁ ଏହା ପରେ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୨୬ ମିମି ବର୍ଷା ହୋଇଥିବା ବେଳେ ବାକି କିଛି ଉପକୂଳ ଜିଲ୍ଲାରେ ମଧ୍ୟ ବର୍ଷା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଦଲାଲଙ୍କ ଜାଲରେ ଉଜ୍ଜ୍ୱଳା ଉପଭୋକ୍ତା, ନିରବଦ୍ରଷ୍ଟା ସାଜିଛି ଯୋଗାଣ ବିଭାଗ

15 Oct 2022 By The Sakala

୪ ଦିନ ଭିତରେ ଫେରିଯିବ ମୌସୁମୀ

ଭୁବନେଶ୍ୱର : ଆସନ୍ତା ୩-୪ ଦିନ ମଧ୍ୟରେ ରାଜ୍ୟରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ଶୁକ୍ରବାର ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୁଜୁରାଟର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ ଭାବେ ଅପସାରଣ ହୋଇଥିବା ବେଳେ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ମହାରାଷ୍ଟ୍ରରୁ ଆଂଶିକ ଭାବେ ଅପସାରଣ ହୋଇଛି। ଆଗାମୀ ୩ ଦିନ ମଧ୍ୟରେ ପୂର୍ବ-ଭାରତର ଆହୁରି ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଅନୁକୂଳ ହେଉଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଏହି କ୍ରମରେ ଓଡ଼ିଶାରୁ ମଧ୍ୟ ମୌସୁମୀ ଅପସାରଣ ହେବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅକ ଘୂର୍ଣ୍ଣିବଳୟ ରହିଛି। ଏହାଠାରୁ ଜଡ଼ିତ ଗୋଟିଏ ଟ୍ରଫଲାଇନ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଯାହାଦ୍ୱାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି।

ଏହି ବର୍ଷାର ପ୍ରଭାବର ରବିବାର ପରେ କମିଯିବ। ଶନିବାର ଗଜପତି, ଗଞ୍ଜାମ, ପୁରୀ, ସଜଗତସିଂହପୁର, କେନ୍ଦ୍ରାପଡ଼ା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦିରେ ଆଦିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବା ବେଳେ ରହିବାର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ ୧୭ରୁ ୧୮ ତାରିଖ ମଧ୍ୟରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାକୁ ଥିବାରୁ ଏହା ପରେ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୨୬ ମିମି ବର୍ଷା ହୋଇଥିବା ବେଳେ ବାକି କିଛି ଉପକୂଳ ଜିଲ୍ଲାରେ ମଧ୍ୟ ବର୍ଷା ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର