ଫେବୃଆରୀ ପହିଲାରୁ ପରିବର୍ତ୍ତନ: ବ୍ୟାଙ୍କ ଏବଂ ଏଲ୍ପିଜି ଦର ସମେତ ବଦଳିବ ଅନେକ ନିୟମ
ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ପହିଲାଠାରୁ ଦେଶରେ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ସମୟରେ ବ୍ୟାଙ୍କିଙ୍ଗ୍ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍ ପର୍ଯ୍ୟନ୍ତ ଅନେକର ମୂଲ୍ୟ ବଦଳିପାରେ। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏସ୍ବିଆଇ, ପିଏନ୍ବି ଏବଂ ବ୍ୟାଙ୍କ ଅଫ୍ ବରୋଦା (ବିଓବି) ଭଳି କେତେକ ବ୍ୟାଙ୍କ ପହିଲାରୁ ସେମାନଙ୍କ ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବଦଳିପାରେ ଏଲ୍ପିଜି ଗ୍ୟାସ୍ ଦର ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର […]
ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ପହିଲାଠାରୁ ଦେଶରେ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ସମୟରେ ବ୍ୟାଙ୍କିଙ୍ଗ୍ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍ ପର୍ଯ୍ୟନ୍ତ ଅନେକର ମୂଲ୍ୟ ବଦଳିପାରେ। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏସ୍ବିଆଇ, ପିଏନ୍ବି ଏବଂ ବ୍ୟାଙ୍କ ଅଫ୍ ବରୋଦା (ବିଓବି) ଭଳି କେତେକ ବ୍ୟାଙ୍କ ପହିଲାରୁ ସେମାନଙ୍କ ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି।
ବଦଳିପାରେ ଏଲ୍ପିଜି ଗ୍ୟାସ୍ ଦର
ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର ସଂଶୋଧିତ ହୋଇଥାଏ। ଏଥର ବଜେଟ୍ ଫେବୃଆରୀ ପହିଲାରେ ଉପସ୍ଥାପିତ ହେବ। ତେଣୁ ଫେବୃଆରୀ ୧ ରେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଉପରେ ଏହାର ପ୍ରଭାବ କ’ଣ ରହିବ ତାହା ଦେଖିବାକୁ ବାକି ରହିଲା। ଯଦି ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ହୁଏ, ତେବେ ଏହା ନିଶ୍ଚିତ ଭାବରେ ଜନସାଧାରଣଙ୍କ ପକେଟ ଉପରେ ପ୍ରଭାବ ପକାଇବ।
ଷ୍ଟେଟ ବ୍ୟାଙ୍କ ଆଇଏମ୍ପିଏସ୍ ସେବାରେ ପରିବର୍ତ୍ତନ
ଆରବିଆଇ ପରେ ଦେଶର ଦ୍ୱିତୀୟ ବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ଦ୍ବାରା କାରବାର ହାରରେ ଯେକୌଣସି ପରିବର୍ତ୍ତନ ସାଧାରଣ ଲୋକଙ୍କ ଉପରେ ପଡିଥାଏ। ଫେବୃଆରୀ ପହିଲାରୁ ବ୍ୟାଙ୍କର ଆଇଏମ୍ପିଏସ୍ ସେବାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏଣିକି ଷ୍ଟେଟ ବ୍ୟାଙ୍କ ଆଉ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଇଏମ୍ପିଏସ୍ ସେବା ଉପରେ କୌଣସି ଶୁଳ୍କ ଆଦାୟ କରିବ ନାହିଁ।
କଡ଼ା ହେବ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନିୟମ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ମଧ୍ୟ ଏହାର ନିୟମରେ କିଛି ପରିବର୍ତ୍ତନ କରିବ। ଯଦି ଗ୍ରାହକଙ୍କ ଆକାଉଣ୍ଟରେ ବାଲାନ୍ସ ନ ଥÒବାରୁ ଆପଣଙ୍କର କିସ୍ତି କିମ୍ବା ବିନିଯୋଗ ବିଫଳ ହୁଏ, ତେବେ ଆପଣଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜରିମାନା ରାଶି ୧୦୦ ଟଙ୍କା ରହିଛି।
ନିୟମ ବଦଳାଇବ ବିଓବି
ବ୍ୟାଙ୍କ ଅଫ୍ ବରୋଦା(ବିଓବି)ର ଗ୍ରାହକଙ୍କୁ ଫେବୃଆରୀ ପହିଲାଠାରୁ ଚେକ୍ ପେମେଣ୍ଟ ପାଇଁ ପଜିଟିଭ୍ ପେ ସିଷ୍ଟମ ଅନୁସରଣ କରିବାକୁ ପଡିବ। ଏଣିକି ଗ୍ରାହକ ଚେକ୍ ସମ୍ବନ୍ଧୀୟ ସବିଶେଷ ସୂଚନା ପଠାଇବାକୁ ପଡିବ, ଏହାପରେ ଯାଇ ଆପଣଙ୍କର ଚେକ୍ କ୍ଲିଅର ହେବ। ଏହି ନୂଆ ନିୟମ କେବଳ ୧୦ ଲକ୍ଷରୁ ଅଧିକ ଚେକ ମୂଲ୍ୟର ଚେକ୍ କ୍ଲିୟରାନ୍ସ କ୍ଷେତ୍ରରେ ଲାଗୁ କରାଯିବ।