ଜାଣନ୍ତୁ କ୍ଯାପସିକମ୍ ସହ ଜଡିତ ମଜାଦାର କଥା….

The Sakala Picture
Published On

ଲଙ୍କା ସହିତ ଜଡିତ କିଛି ରୋଚକ ପୂର୍ଣ୍ଣ କଥା ଆମେ କହିବୁ ଯାହା ଆପଣ ପୂର୍ବରୁ ଜାଣି ନ ଥିବେ। ଆମେ ସମସ୍ତେ କ୍ୟାପସିକମ ବା ସିମଳା ଲଙ୍କା ଖାଇଥାଉ। ହେଲେ ଏହି ଲଙ୍କା କେଉଁଠୁ ଆସିଥିଲା । ଏହାକୁ କିଏ ଆଣିଥିଲା, ଏହି ବିଷୟରେ ଆମେ ସମସ୍ତେ ଅବଗତ ନ ଥିବା । ଆଜି ଆମେ ଆପଣଙ୍କୁ ଏହି କ୍ୟାପସିକମ୍ ସହିତ ଜଡିତ ସମସ୍ତ କଥା କହିବୁ। ଯଦିଓ ପାଞ୍ଚ ଶହ ବର୍ଷ ପୂର୍ବେ କ୍ୟାପସିକମ୍ […]

ଲଙ୍କା ସହିତ ଜଡିତ କିଛି ରୋଚକ ପୂର୍ଣ୍ଣ କଥା ଆମେ କହିବୁ ଯାହା ଆପଣ ପୂର୍ବରୁ ଜାଣି ନ ଥିବେ। ଆମେ ସମସ୍ତେ କ୍ୟାପସିକମ ବା ସିମଳା ଲଙ୍କା ଖାଇଥାଉ। ହେଲେ ଏହି ଲଙ୍କା କେଉଁଠୁ ଆସିଥିଲା । ଏହାକୁ କିଏ ଆଣିଥିଲା, ଏହି ବିଷୟରେ ଆମେ ସମସ୍ତେ ଅବଗତ ନ ଥିବା । ଆଜି ଆମେ ଆପଣଙ୍କୁ ଏହି କ୍ୟାପସିକମ୍ ସହିତ ଜଡିତ ସମସ୍ତ କଥା କହିବୁ।

ଆହୁରି ପଢ଼ନ୍ତୁ: ଡିଜିଟାଲ ଠକେଇ ହେଲେ ମିଳିବ ୨୫,୦୦୦ ଟଙ୍କାର କ୍ଷତିପୂରଣ: ନୂଆ ନିୟମ ଆଣୁଛି RBI

ଆହୁରି ପଢ଼ନ୍ତୁ: ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ

ଯଦିଓ ପାଞ୍ଚ ଶହ ବର୍ଷ ପୂର୍ବେ କ୍ୟାପସିକମ୍ ଭାରତକୁ ଆସିଥିଲା, ତେବେ ଏହାର ପ୍ରମାଣ ଖ୍ରୀଷ୍ଟପୂର୍ବ ସାଢେ ସାତ ହଜାର ବର୍ଷ ପୂର୍ବରୁ  ମିଳିଥିବା ଜଣା ପଡ଼ିଛି। ସ୍ଥାନୀୟ ଆମେରିକୀୟ ଇତିହାସରେ କ୍ୟାପସିକମ୍ ଉଲ୍ଲେଖ କରାଯାଇଛି। ବିଶ୍ୱାସ କରାଯାଏ ଯେ ଏହି ଲଙ୍କା ସମଗ୍ର ବିଶ୍ୱରେ ରହିଛି। ଏହି ଲଙ୍କା କ୍ରିସୋଫର କଲମ୍ବସଙ୍କ ନାମ ସହ ଜଡିତ ଅଛି। କଲମ୍ବସ ହେଉଛନ୍ତି ଆମେରିକା ଆବିଷ୍କାରକ । ସେ ଏହି ଲଙ୍କାକୁ ୟୁରୋପରୁ ଆଣିଥିଲେ ବୋଲି ବିଶ୍ୱାସ କରାଯାଏ।

ଆହୁରି ପଢ଼ନ୍ତୁ: Viral Video: ବଜାରରୁ ଆଣୁଥିବା ୩ ଓ ୪ ପାଖୁଡ଼ା କ୍ୟାପସିକର ରହସ୍ୟ? ଜାଣନ୍ତୁ ଏହି ଭାଇରାଲ୍ ଦାବିର ସତ୍ୟତା

ପର୍ତ୍ତୁଗୀଜମାନେ ଭାରତକୁ ଅନେକ ପନିପରିବା ଏବଂ ଖାଦ୍ୟ ସାମଗ୍ରୀ ଆଣିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତର ପ୍ରତ୍ୟେକ ରୋଷେଇ ଘରେ ମିଳିଥାଏ। ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଯେ ଏଥିରେ ଆଳୁ, ଟମାଟୋ, ଧନିଆ ପତ୍ର, ପେପର ଏବଂ କାଜୁ ବାଦାମ ଅନ୍ତର୍ଭୁକ୍ତ। କ୍ୟାପସିକମର ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ। ୧୫୧୦ ଖ୍ରୀଷ୍ଟାବ୍ଦରେ ଯେତେବେଳେ ପର୍ତ୍ତୁଗୀଜମାନେ ଗୋଆକୁ କାବୁ କଲେ, ସେମାନେ ମଧ୍ୟ ସେମାନଙ୍କ ସହିତ ସ୍ୱତନ୍ତ୍ର ପନିପରିବା ଆଣିଥିଲେ। ଏହା ବଦଳରେ ସେ ଭାରତରୁ ଅନେକ ମସଲା ନେଇଥିଲେ।

 

ଆମ ଦେଶରେ କ୍ୟାପସିକମ୍ ଆସିବା ପରେ ଏହାକୁ ଏକ ଭାରତୀୟ ନାମ ଦିଆଯାଇଥିଲା ସିମଲା ଲଙ୍କା। ତାମିଲନାଡୁ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଡେକାନର ପ୍ଲାଟୁରେ କ୍ୟାପସିକମ୍ ବର୍ତ୍ତମାନ ଚାଷ କରାଯାଉଛି। ଏଥି ସହିତ କେରଳ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜୁରାଟ ଏବଂ ଗୋଆରେ ମଧ୍ୟ ଏହାର ଚାଷ କାର୍ଯ୍ଯ କରାଯାଉଛି। ବିଭିନ୍ନ ଦେଶରେ ବିଭିନ୍ନ ରଙ୍ଗର କ୍ୟାପସିକମ୍ ଚାଷ ​​ମଧ୍ଯ ହେଉଛି।

କ୍ୟାପସିକମରେ ଫାଇବର, ଭିଟାମିନ୍- ଏ, ଭିଟାମିନ୍- ସି, ଭିଟାମିନ୍ -ଇ, ଭିଟାମିନ୍- କେ ଏବଂ ପ୍ରୋଟିନ୍ ଭଳି ଜରୁରୀ ଉପାଦାନ ଥାଏ। ଏଥିସହ ଏଥିରେ ଆଇରନ, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍ ଇତ୍ୟାଦି ପ୍ରଚୁର ପରିମାଣରେ ମିଳିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp