ଆଇଏମ୍‌ଏଫ୍‌ ମୁଖ୍ୟଙ୍କ ଚେତାବନୀ: ଟ୍ରମ୍ପ୍‌ଙ୍କ ଶୁଳ୍କ ଯୋଗୁ ଦୁର୍ବଳ ହେବ ବିଶ୍ବ ଅର୍ଥନୀତି, ବଢ଼ିବ ଦରଦାମ

The Sakala Picture
Published On

ୱାଶିଂଟନ୍‌: ଆମେରିକାର ଟ୍ରମ୍ପ୍‌ ପ୍ରଶାସନ ଲାଗୁ କରିଥିବା ଶୁଳ୍କ ନୀତି ବିଶ୍ୱ ଅର୍ଥନୀତିକୁ ଦୁର୍ବଳ କରିବ। ଏହା ବ୍ୟତୀତ, ଚଳିତବର୍ଷ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଚେତାବନୀ ଦେଇଛି। ବିଶ୍ବ ଅର୍ଥନୀତିକୁ ନେଇ ଆଇଏମ୍‌ଏଫ୍‌ର ଏହି ଆକଳନ ସମ୍ପର୍କିତ ରିପୋର୍ଟ ଆସନ୍ତା ସପ୍ତାହରେ ଅର୍ଥାତ୍ ମଙ୍ଗଳବାର ପ୍ରକାଶ ପାଇବ। ଆଇଏମଏଫର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଗୁରୁବାର କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ବିଶ୍ୱ ଅନିଶ୍ଚିତତାକୁ […]

ୱାଶିଂଟନ୍‌: ଆମେରିକାର ଟ୍ରମ୍ପ୍‌ ପ୍ରଶାସନ ଲାଗୁ କରିଥିବା ଶୁଳ୍କ ନୀତି ବିଶ୍ୱ ଅର୍ଥନୀତିକୁ ଦୁର୍ବଳ କରିବ। ଏହା ବ୍ୟତୀତ, ଚଳିତବର୍ଷ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଚେତାବନୀ ଦେଇଛି। ବିଶ୍ବ ଅର୍ଥନୀତିକୁ ନେଇ ଆଇଏମ୍‌ଏଫ୍‌ର ଏହି ଆକଳନ ସମ୍ପର୍କିତ ରିପୋର୍ଟ ଆସନ୍ତା ସପ୍ତାହରେ ଅର୍ଥାତ୍ ମଙ୍ଗଳବାର ପ୍ରକାଶ ପାଇବ। ଆଇଏମଏଫର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଗୁରୁବାର କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ବିଶ୍ୱ ଅନିଶ୍ଚିତତାକୁ ବୃଦ୍ଧି କରିଛି। ସେ କହିଛନ୍ତି ଯେ ଏହି ଆମଦାନୀ ଟିକସ ବୈଶ୍ୱିକ ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରିଦେବ ହେଲେ ଚଳିତ ବର୍ଷ ଦରବୃଦ୍ଧି ଦେଖିବାକୁ ମିଳିବ। ଏହାସତ୍ତ୍ୱେ ବିଶ୍ୱରେ ମାନ୍ଦାବସ୍ଥାର କୌଣସି ଭୟ ନାହିଁ ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: 'ମିଡିଲ୍ ଇଷ୍ଟର ଗୁଣ୍ଡା ଶେଷ' ବୋଲି କହିଲେ ଟ୍ରମ୍ପ, ଇରାନର ପଲଟାବାର

ସେ କହିଛନ୍ତି ଯେ ବଢୁଥିବା ବାଣିଜ୍ୟିକ ତିକ୍ତତା ଓ ବୈଶ୍ୱିକ ବାଣିଜ୍ୟିକ ପ୍ରଣାଳୀରେ ହେଉଥିବା ବଡ଼ ପରିବର୍ତ୍ତନ ଯୋଗୁଁ ଆଇଏମଏଫ୍ ନିଜ ଆର୍ଥିକ ବିକାଶ ହାର ପୂର୍ବାନୁମାନରେ ହ୍ରାସ କରିବ। ଏହି ପରିବର୍ତ୍ତନଗୁଡ଼ିକ ଆର୍ଥିକ ବଜାରରେ ଅସ୍ଥିରତା ସୃଷ୍ଟି କରିପାରେ। ସେ କହିଛନ୍ତି ଯେ ଗତ କିଛି ସପ୍ତାହ ଧରି ଆର୍ଥିକ ବଜାରରେ ଏହି ଅସ୍ଥିରତା ଜାରି ରହିଛି। ଆଇଏମ୍‌ଏଫ୍‌ ମୁଖ୍ୟ ଜର୍ଜିଭା ମଧ୍ୟ ଟ୍ରମ୍ପ ପ୍ରଶାସନର କିଛି ଚିନ୍ତାକୁ ଦୋହରାଇଛନ୍ତି। ସେ ଦେଶଗୁଡ଼ିକୁ ସେମାନଙ୍କର ଶୁଳ୍କ ଏବଂ ବାଣିଜ୍ୟରେ ଅନ୍ୟାନ୍ୟ ପ୍ରତିବନ୍ଧକ ହ୍ରାସ କରିବାକୁ ଅନୁରୋଧ କରିଛନ୍ତି। ଜର୍ଜିଭା କହିଛନ୍ତି ଯେ ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ନୂଆ ଟାରିଫ୍ ଓ ଚୀନ ତଥା ୟୁରୋପୀୟ ସଂଘର ପକ୍ଷରୁ ପଲଟା ଜବାବ ବୈଶ୍ୱିକ ବାଣିଜ୍ୟିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଏଥିରେ ବାଣିଜ୍ୟ ନୀତିରେ ଅତ୍ୟଧିକ ଅନିଶ୍ଚିତତା ଓ ଆର୍ଥିକ ବାଜରରେ ଅତ୍ୟଧିକ ଅସ୍ଥିରତା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଗୃହିଣୀମାନେ 'ରାଷ୍ଟ୍ର ନିର୍ମାତା', ସେମାନଙ୍କ କାମର ମୂଲ୍ୟ ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା

ସେ କହିଛନ୍ତି ଯେ ଆମଦାନୀ ଶୁଳ୍କ ବୈଶ୍ୱିକ ବୃଦ୍ଧିକୁ ମନ୍ଥର କରିବ ଓ ମୁଦ୍ରାସ୍ଫୀତି ବଢିବ କିନ୍ତୁ ଏହା ମାନ୍ଦାବସ୍ଥାର କାରଣ ହେବ ନାହିଁ। ଟାରିଫ୍ ବୃଦ୍ଧି ଅନିଶ୍ଚିତତାର କାରଣ ହେବ, ଯାହା ମହଙ୍ଗା ପଡ଼ିପାରେ। ଯୋଗାଣ ଶୃଙ୍ଖଳା ଜଟିଳତାରୁ ଅନେକ ଦେଶରେ ଭିନ୍ନ ଭିନ୍ନ ବସ୍ତୁର ମୂଲ୍ୟ ପ୍ରଭାବିତ ହୋଇପାରେ । ବାଣିଜ୍ୟିକ ସଂକଟର ପ୍ରଭାବ ତତ୍କାଳ ପଡ଼ିଥାଏ। ଏହାସହ ଆଇଏମ୍‌ଏଫ୍ ମୁଖ୍ୟ ଆମେରିକା ପ୍ରଶାସନର କିଛି ଚିନ୍ତାଙ୍କୁ ମଧ୍ୟ ଦୋହରାଇଛନ୍ତି। ସେ ସବୁ ଦେଶଙ୍କୁ ଶୁଳ୍କ କମ କରିବା ଓ ବ୍ୟବସାୟରେ ଅନ୍ୟ ଅସୁବିଧାକୁ କମ କରିବା ପାଇଁ ଆହ୍ୱାନ କରିଛନ୍ତି। ଆଇଏମ୍‌ଏଫ୍ ୨୦୨୫ ଜାନୁଆରୀରେ ୨୦୨୬ ବର୍ଷ ପାଇଁ ବୈଶ୍ୱିକ ବିକାଶ ହାର ୩.୩ ପ୍ରତିଶତ ରହିବା ଅନୁମାନ କରିଥିଲା। ଏବେ ଏହି ବୈଶ୍ୱିକ ସଂସ୍ଥା ମଙ୍ଗଳବାର ନିଜ ନୂଆ ୱାଲର୍ଡ ଇକୋନୋମିକ୍ ଆଉଟଲୁକ୍ ଜାରି କରିବ । ତେବେ ନୂଆ ଅନୁମାନରେ କେତେ ପ୍ରତିଶତ ହ୍ରାସ ହେବ ଜର୍ଜିଭା ତାହା କହିନାହାନ୍ତି। ତେବେ ଏହି ହ୍ରାସ ‘ଗୁରୁତ୍ୱପୂର୍ଣ୍ଣ’ ହୋଇପାରେ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ଜୁନ ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

19 Apr 2025 By The Sakala

ଆଇଏମ୍‌ଏଫ୍‌ ମୁଖ୍ୟଙ୍କ ଚେତାବନୀ: ଟ୍ରମ୍ପ୍‌ଙ୍କ ଶୁଳ୍କ ଯୋଗୁ ଦୁର୍ବଳ ହେବ ବିଶ୍ବ ଅର୍ଥନୀତି, ବଢ଼ିବ ଦରଦାମ

ୱାଶିଂଟନ୍‌: ଆମେରିକାର ଟ୍ରମ୍ପ୍‌ ପ୍ରଶାସନ ଲାଗୁ କରିଥିବା ଶୁଳ୍କ ନୀତି ବିଶ୍ୱ ଅର୍ଥନୀତିକୁ ଦୁର୍ବଳ କରିବ। ଏହା ବ୍ୟତୀତ, ଚଳିତବର୍ଷ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଚେତାବନୀ ଦେଇଛି। ବିଶ୍ବ ଅର୍ଥନୀତିକୁ ନେଇ ଆଇଏମ୍‌ଏଫ୍‌ର ଏହି ଆକଳନ ସମ୍ପର୍କିତ ରିପୋର୍ଟ ଆସନ୍ତା ସପ୍ତାହରେ ଅର୍ଥାତ୍ ମଙ୍ଗଳବାର ପ୍ରକାଶ ପାଇବ। ଆଇଏମଏଫର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଗୁରୁବାର କହିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ବିଶ୍ୱ ଅନିଶ୍ଚିତତାକୁ ବୃଦ୍ଧି କରିଛି। ସେ କହିଛନ୍ତି ଯେ ଏହି ଆମଦାନୀ ଟିକସ ବୈଶ୍ୱିକ ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରିଦେବ ହେଲେ ଚଳିତ ବର୍ଷ ଦରବୃଦ୍ଧି ଦେଖିବାକୁ ମିଳିବ। ଏହାସତ୍ତ୍ୱେ ବିଶ୍ୱରେ ମାନ୍ଦାବସ୍ଥାର କୌଣସି ଭୟ ନାହିଁ ।

ସେ କହିଛନ୍ତି ଯେ ବଢୁଥିବା ବାଣିଜ୍ୟିକ ତିକ୍ତତା ଓ ବୈଶ୍ୱିକ ବାଣିଜ୍ୟିକ ପ୍ରଣାଳୀରେ ହେଉଥିବା ବଡ଼ ପରିବର୍ତ୍ତନ ଯୋଗୁଁ ଆଇଏମଏଫ୍ ନିଜ ଆର୍ଥିକ ବିକାଶ ହାର ପୂର୍ବାନୁମାନରେ ହ୍ରାସ କରିବ। ଏହି ପରିବର୍ତ୍ତନଗୁଡ଼ିକ ଆର୍ଥିକ ବଜାରରେ ଅସ୍ଥିରତା ସୃଷ୍ଟି କରିପାରେ। ସେ କହିଛନ୍ତି ଯେ ଗତ କିଛି ସପ୍ତାହ ଧରି ଆର୍ଥିକ ବଜାରରେ ଏହି ଅସ୍ଥିରତା ଜାରି ରହିଛି। ଆଇଏମ୍‌ଏଫ୍‌ ମୁଖ୍ୟ ଜର୍ଜିଭା ମଧ୍ୟ ଟ୍ରମ୍ପ ପ୍ରଶାସନର କିଛି ଚିନ୍ତାକୁ ଦୋହରାଇଛନ୍ତି। ସେ ଦେଶଗୁଡ଼ିକୁ ସେମାନଙ୍କର ଶୁଳ୍କ ଏବଂ ବାଣିଜ୍ୟରେ ଅନ୍ୟାନ୍ୟ ପ୍ରତିବନ୍ଧକ ହ୍ରାସ କରିବାକୁ ଅନୁରୋଧ କରିଛନ୍ତି। ଜର୍ଜିଭା କହିଛନ୍ତି ଯେ ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ନୂଆ ଟାରିଫ୍ ଓ ଚୀନ ତଥା ୟୁରୋପୀୟ ସଂଘର ପକ୍ଷରୁ ପଲଟା ଜବାବ ବୈଶ୍ୱିକ ବାଣିଜ୍ୟିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଏଥିରେ ବାଣିଜ୍ୟ ନୀତିରେ ଅତ୍ୟଧିକ ଅନିଶ୍ଚିତତା ଓ ଆର୍ଥିକ ବାଜରରେ ଅତ୍ୟଧିକ ଅସ୍ଥିରତା ସୃଷ୍ଟି ହୋଇଛି।

ସେ କହିଛନ୍ତି ଯେ ଆମଦାନୀ ଶୁଳ୍କ ବୈଶ୍ୱିକ ବୃଦ୍ଧିକୁ ମନ୍ଥର କରିବ ଓ ମୁଦ୍ରାସ୍ଫୀତି ବଢିବ କିନ୍ତୁ ଏହା ମାନ୍ଦାବସ୍ଥାର କାରଣ ହେବ ନାହିଁ। ଟାରିଫ୍ ବୃଦ୍ଧି ଅନିଶ୍ଚିତତାର କାରଣ ହେବ, ଯାହା ମହଙ୍ଗା ପଡ଼ିପାରେ। ଯୋଗାଣ ଶୃଙ୍ଖଳା ଜଟିଳତାରୁ ଅନେକ ଦେଶରେ ଭିନ୍ନ ଭିନ୍ନ ବସ୍ତୁର ମୂଲ୍ୟ ପ୍ରଭାବିତ ହୋଇପାରେ । ବାଣିଜ୍ୟିକ ସଂକଟର ପ୍ରଭାବ ତତ୍କାଳ ପଡ଼ିଥାଏ। ଏହାସହ ଆଇଏମ୍‌ଏଫ୍ ମୁଖ୍ୟ ଆମେରିକା ପ୍ରଶାସନର କିଛି ଚିନ୍ତାଙ୍କୁ ମଧ୍ୟ ଦୋହରାଇଛନ୍ତି। ସେ ସବୁ ଦେଶଙ୍କୁ ଶୁଳ୍କ କମ କରିବା ଓ ବ୍ୟବସାୟରେ ଅନ୍ୟ ଅସୁବିଧାକୁ କମ କରିବା ପାଇଁ ଆହ୍ୱାନ କରିଛନ୍ତି। ଆଇଏମ୍‌ଏଫ୍ ୨୦୨୫ ଜାନୁଆରୀରେ ୨୦୨୬ ବର୍ଷ ପାଇଁ ବୈଶ୍ୱିକ ବିକାଶ ହାର ୩.୩ ପ୍ରତିଶତ ରହିବା ଅନୁମାନ କରିଥିଲା। ଏବେ ଏହି ବୈଶ୍ୱିକ ସଂସ୍ଥା ମଙ୍ଗଳବାର ନିଜ ନୂଆ ୱାଲର୍ଡ ଇକୋନୋମିକ୍ ଆଉଟଲୁକ୍ ଜାରି କରିବ । ତେବେ ନୂଆ ଅନୁମାନରେ କେତେ ପ୍ରତିଶତ ହ୍ରାସ ହେବ ଜର୍ଜିଭା ତାହା କହିନାହାନ୍ତି। ତେବେ ଏହି ହ୍ରାସ ‘ଗୁରୁତ୍ୱପୂର୍ଣ୍ଣ’ ହୋଇପାରେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର