ଆଜି ଜିଏସ୍‌ଟି ପରିଷଦ ବୈଠକ, ମହଙ୍ଗା ହେବ ଗୁଟ୍‌ଖା-ପାନ ମସଲା

The Sakala Picture
Published On

ନୂଆଦିଲ୍ଲୀ : ଶନିବାର ବସିବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦର ୪୮ତମ ବୈଠକ। ଚଳିତଥର ଭର୍ଚୁଆଲ୍‌ ମୋଡ୍‌ରେ ବସିବାକୁ ଥିବା ଏହି ବୈଠକରେ ଅନେକ ଉତ୍ପାଦ ଉପରେ ଜିଏସ୍‌ଟି ଧାର୍ଯ୍ୟ ନେଇ ନିଷ୍ପତ୍ତି ନିଆଯିବ। ବୈଠକରେ ବିଶେଷ କରି ଗୁଟଖା ଏବଂ ପାନ ମସଲା ଉପରେ ୩୮ ପ୍ରତିଶତ ଟିକସ ଲାଗୁ କରିବାର ପ୍ରସ୍ତାବ ସମେତ ଅନ୍‌ଲାଇନ୍ ଗେମିଂ, କ୍ୟାସିନୋ ଏବଂ ଘୋଡା ଦୌଡ଼ ଉପରେ ୨୮% ପ୍ରତିଶତ ଜିଏସ୍‌ଟି ଲାଗୁ କରିବା […]

ନୂଆଦିଲ୍ଲୀ : ଶନିବାର ବସିବାକୁ ଯାଉଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦର ୪୮ତମ ବୈଠକ। ଚଳିତଥର ଭର୍ଚୁଆଲ୍‌ ମୋଡ୍‌ରେ ବସିବାକୁ ଥିବା ଏହି ବୈଠକରେ ଅନେକ ଉତ୍ପାଦ ଉପରେ ଜିଏସ୍‌ଟି ଧାର୍ଯ୍ୟ ନେଇ ନିଷ୍ପତ୍ତି ନିଆଯିବ। ବୈଠକରେ ବିଶେଷ କରି ଗୁଟଖା ଏବଂ ପାନ ମସଲା ଉପରେ ୩୮ ପ୍ରତିଶତ ଟିକସ ଲାଗୁ କରିବାର ପ୍ରସ୍ତାବ ସମେତ ଅନ୍‌ଲାଇନ୍ ଗେମିଂ, କ୍ୟାସିନୋ ଏବଂ ଘୋଡା ଦୌଡ଼ ଉପରେ ୨୮% ପ୍ରତିଶତ ଜିଏସ୍‌ଟି ଲାଗୁ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଓଡ଼ିଶା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଗୁଟଖା ଏବଂ ପାନ ମସଲା ଉପରେ ୩୮ ପ୍ରତିଶତ ଟିକସ ଲାଗୁ କରିବା ସମ୍ପର୍କିତ ଏକ ପ୍ରସ୍ତାବ ଉପରେ ବିଚାର କରିପାରେ। ଯଦି ଏହା ହୁଏ ତେିବେ ଆଗାମୀ ଦିନରେ ଗୁଟ୍‌ଖା ଏବଂ ପାନ ମସଲା ମହଙ୍ଗା ହେବ। ବୈଠକ ମନ୍ତ୍ରୀଗୋଷ୍ଠୀ ଜିଏସ୍‌ଟି ହାର ଲାଗୁ ପ୍ରସଙ୍ଗରେ ତା’ର ରିପୋର୍ଟ ଦାଖଲ କରିସାରିଛି। ମନ୍ତ୍ରୀ ଗୋଷ୍ଠୀ ଗୁଟଖା ଏବଂ ପାନ ମସଲା ଉପରେ ସ୍ବତନ୍ତ୍ର ଭାବେ ୩୮% ଟିକସ ଲାଗୁ କରିବା ସମ୍ପର୍କିତ ପ୍ରସ୍ତାବ ଉପସ୍ଥାପନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଏହାକୁ ପରିଷଦ ଅନୁମୋଦନ ଦିଏ ତେବେ ଗୁଟଖା ଏବଂ ପାନ୍ ମସାଲା ମହଙ୍ଗା ହେବ ଏବଂ ସରକାର ଏହାର ବିକ୍ରୟରୁ ଅଧିକ ରାଜସ୍ୱ ପାଇବେ।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ: ଦୀଘା ହୋଟେଲ୍‌ରେ ଛାନ୍‌ଭିନ୍‌, ୩ ଜଣଙ୍କୁ ଉଠାଇଆଣିଲା ଏସ୍‌ଟିଏଫ୍‌

ଗୁଟଖା ଏବଂ ପାନ୍ ମସାଲା ଉପରେ ଲାଗୁ କରାଯିବାକୁ ଥିବା ଏହି ଟିକସ ଉପରୋକ୍ତ ଉତ୍ପାଦଗୁଡ଼ିକର ଖୁଚୁରା ମୂଲ୍ୟ ସହିତ ସଂଯୁକ୍ତ ହେବ। ବର୍ତ୍ତମାନ, ଏଗୁଡିକ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉଛି ଏବଂ ସେମାନଙ୍କ ମୂଲ୍ୟ ଅନୁଯାୟୀ କ୍ଷତିପୂରଣ ଶୁଳ୍କ ଆଦାୟ କରାଯାୁଛି। ଜିଏସ୍‌ଟି ପରିଷଦରେ ଓଡ଼ିଶା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ମନ୍ତ୍ରୀଗୋଷ୍ଠୀ ଏହି ଟିକସ ଛାଡ ସାମଗ୍ରୀ ଉପରେ କ୍ଷମତା ଭିତ୍ତିକ ଟିକସ ଲାଗୁ କରିବାକୁ ବିଚାର କରିବା ନେଇ କହିସାରିଛି। ଏହି ମନ୍ତ୍ରୀଗୋଷ୍ଠୀ ଗୁଟଖା ଏବଂ ପାନ ମସଲା ଉପରେ ୩୮ ପ୍ରତିଶତ ଟିକସ ଲାଗୁ କରିବାକୁ କହିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

ଏକ ରିପୋର୍ଟ ଅନୁଯାୟୀ, ଯଦି ଏହି ପ୍ରସ୍ତାବ ଅନୁମୋଦନ ଲାଭ କରେ ତେବେ ଏହା ଗୁଟଖା ଓ ପାନ୍ ମସାଲା ସାମଗ୍ରୀ ଉପରେ ଟିକସ ଛାଡ ବନ୍ଦ କରିବାରେ ସାହାଯ୍ୟ କରିବ, ଯାହା ସରକାରଙ୍କ ରାଜସ୍ୱ ବଢ଼ାଇବ। ଏଥିସହିତ ଜିଏସଟି ପରିଷଦ ଅନଲାଇନ୍ ଗେମିଂ ଉପରେ ଦିଆଯିବାକୁ ଥିବା ଟିକସକୁ ୨୮ ପ୍ରତିଶତକୁ ବୃଦ୍ଧି କରିବାକୁ ଚିନ୍ତା କରୁଛି। ତେବେ ଗେମିଂ ଶିଳ୍ପ ସରକାରଙ୍କୁ ଅନଲାଇନ୍ ଖେଳ ଉପରେ ଟିକସକୁ ୧୮ ପ୍ରତିଶତରେ ରଖିବାକୁ ଅନୁରୋଧ କରିଛି । ତେବେ ବିଭିନ୍ନ ରିପୋର୍ଟ ଅନୁଯାୟୀ, ଜିଏସଟି ପରିଷଦ ଏଥିରେ ଟିକସ ହାର ବୃଦ୍ଧି କରିବାକୁ ଆଗ୍ରହୀ ଥÒବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର