ରାହୁଲ ଗାନ୍ଧୀଙ୍କ ଅପରିପକ୍ୱତା ଓ ପିଲାଳିଆମୀ କଂଗ୍ରେସକୁ ଅଡୁଆରେ ପକାଇଥିଲା, ଦଳର ପତନ ପାଇଁ ରାହୁଲ ସମ୍ପୂର୍ଣ୍ଣ ଦାୟୀ : ଗୁଲାମ ନବୀ ଆଜାଦ

The Sakala Picture
Published On

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଆଜି ଦଳ ସହ ସମ୍ପର୍କ ଛିନ୍ନ କରି ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୫୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସକୁ ଅଲବିଦା କହିବାଥିବା ବେଳେ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସହ କାମ କରିଥିବା ଗୁଲାମ ନବୀଙ୍କ ଇସ୍ତଫା ପୂରା ଦେଶର ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସେ ସୋନିଆ ଗାନ୍ଧିଙ୍କ ପାଖକୁ ୫ ପୃଷ୍ଠାର ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଥିବା […]

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ ଆଜି ଦଳ ସହ ସମ୍ପର୍କ ଛିନ୍ନ କରି ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୫୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସକୁ ଅଲବିଦା କହିବାଥିବା ବେଳେ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସହ କାମ କରିଥିବା ଗୁଲାମ ନବୀଙ୍କ ଇସ୍ତଫା ପୂରା ଦେଶର ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସେ ସୋନିଆ ଗାନ୍ଧିଙ୍କ ପାଖକୁ ୫ ପୃଷ୍ଠାର ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଥିବା କଥା କହିଛନ୍ତି। ସେ ସୋନିଆଙ୍କୁ ଲେଖିଥିବା ଚିଠିରେ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ଏତିକି ନୁହେଁ, କଂଗ୍ରେସ ସହିତ ୫୧ ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗି ସେ ରାହୁଲ ଗାନ୍ଧୀଙ୍କ ଉପରେ ମଧ୍ୟ ସିଧାସଳଖ ଆକ୍ରମଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଚିଠିରେ ଗୁଲାମନବୀ ଆଜାଦ ଲେଖିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା, କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ଦଳରେ ପ୍ରବେଶ ପରେ କଂଗ୍ରେସର ଆଜି ଏ ଅବସ୍ଥା ହୋଇଛି।ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଏବଂ ବିଶେଷ କରି ଜାନୁଆରୀ ୨୦୧୩ରେ କଂଗ୍ରେସର ଉପାଧ୍ୟକ୍ଷ ହେବା ପରେ ବରିଷ୍ଠ ନେତାଙ୍କ ପରାମର୍ଶ ଅନୁସରଣ କରିବାର ପରମ୍ପରା ଦଳରେ ଶେଷ ହୋଇଯାଇଥିଲା। ରାହୁଲଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଏଡ଼ାଇ ଦିଆଯାଇଥିଲା। ରାହୁଲ ଙ୍କ ପାଇଁ ଅନଭିଜ୍ଞ ନେତାମାନେ ଦଳରେ ସର୍ବେସର୍ବା ହୋଇଗଲେ। କେବଳ ଏତିକି ନୁହେଁ, ଦଳର ଦାୟିତ୍ୱ ମଧ୍ୟ ସେହି ଲୋକ ମାନଙ୍କ ହାତରେ ଦିଆଯାଇଥିଲା। ଏହା ଅପରିପକ୍ୱତାର ଏକ ବଡ଼ ଉଦାହରଣ ଥିଲା। ୟୁପିଏ ସରକାରଙ୍କ ଆନୁଷ୍ଠାନିକ ଅଖଣ୍ଡତାକୁ ଭାଙ୍ଗି ଦେଇଥିବା ରିମୋଟ କଣ୍ଟ୍ରୋଲ ମଡେଲ ବର୍ତ୍ତମାନ ଭାରତୀୟ ଜାତୀୟ କଂଗ୍ରେସରେ କାର୍ଯ୍ୟକାରୀ ହେଉଛି। ଯେଉଁଥି ପାଇଁ କଂଗ୍ରେସ ଆଉ ଶାସନଗାଦିକୁ ଫେଣିବା ସମ୍ଭବ ହେଉନାହିଁ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ସେହିପରି ରାହୁଲଙ୍କ ଅପରିପକ୍ୱତାର ଏକ ବଡ଼ ଉଦାହରଣ ଥିଲା ଯେତେବେଳେ ରାହୁଲ ଗାନ୍ଧୀ ଗଣମାଧ୍ୟମ ଉପସ୍ଥିତିରେ ସରକାରଙ୍କ ଅଧ୍ୟାଦେଶକୁ ଚିରି ଦେଇଥିଲେ। ସେହି ନିୟମକୁ କଂଗ୍ରେସର କୋର ଗ୍ରୁପରେ ଆଲୋଚନା କରାଯାଇ କ୍ୟାବିନେଟ ଅନୁମୋଦନ କରାଯାଇଥିଲା । ଏହିପରି ପିଲାଳିଆମୀ ଆଚରଣ ପ୍ରଧାନମନ୍ତ୍ରୀ ଏବଂ ଭାରତ ସରକାରଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିଥିଲା। ସେ ଲେଖିଛନ୍ତି ଯେ ମୁଁ ଆପଣଙ୍କ ସ୍ୱାମୀ ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ସଞ୍ଜୟ ଗାନ୍ଧୀଙ୍କ ସହ କାମ କରିଥିଲି। ମୁଁ କଂଗ୍ରେସକୁ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଦେଇଛି, କିନ୍ତୁ ବର୍ତ୍ତମାନ ମୁଁ କଂଗ୍ରେସର ସମସ୍ତ ପଦବୀରୁ ଇସ୍ତଫା ଦେଉଛି ଏବଂ ଦଳ ସହ ମୋର ସମ୍ପର୍କ ବିଚ୍ଛିନ୍ନ କରୁଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଗୁଲାମନବୀ ଆଜାଦ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୯ ନିର୍ବାଚନ ପରଠାରୁ ଦଳର ଅବସ୍ଥା ବିଗିଡି ଯାଇଛି। ସମ୍ପ୍ରସାରିତ ୱାର୍କିଂ କମିଟି ବୈଠକରେ ଦଳ ପାଇଁ ଜୀବନ ଦେଇଥିବା ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଅପମାନିତ କରିବା ପୂର୍ବରୁ ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେବା ପରେ ଆପଣ ଅନ୍ତରୀଣ ଅଧ୍ୟକ୍ଷା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସବୁଠାରୁ ଖରାପ କଥା ହେଉଛି ଯେ ରିମୋଟ କଣ୍ଟ୍ରୋଲ ମଡେଲ ବର୍ତ୍ତମାନ ଭାରତୀୟ ଜାତୀୟ କଂଗ୍ରେସରେ କାର୍ଯ୍ୟକାରୀ ହୋଇଛି। ରାହୁଲ ଗାନ୍ଧୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ ଏବଂ ଆହୁରି ବଡ କଥା ଯେ ରାହୁଲଙ୍କ ବ୍ୟକ୍ତିଗତ ସହାୟକ ଓ ସୁରକ୍ଷା କର୍ମୀ ଅନେକ ନିଷ୍ପତ୍ତି ନେଉଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର