ନୂଆ ଦଳ ଘୋଷଣା କଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ

The Sakala Picture
Published On

ଶ୍ରୀନଗର : କଂଗ୍ରେସ ସହିତ ଦିର୍ଘ ୫୦ ବର୍ଷର ସମ୍ପର୍କ ଛିନ୍ନ କରି ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ନିଜର ନୂଆ ରାଜନୈତିକ ଦଳର ନାଁ ଘୋଷଣା କରିଛନ୍ତି। ଆଜାଦ୍‌ଙ୍କ ନୂଆ ରାଜନୈତିକ ଦଳର ନାମ ଡେମୋକ୍ରାଟିକ୍ ଆଜାଦ ପାର୍ଟି’ ରହିଛି। ଆଜି ଜାମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ସେ ଏହି ନାମ ଘୋଷଣା କରିଛନ୍ତି। ଏହି ଅବସରରେ ସେ ତାଙ୍କ ନୂଆ ଦଳର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି। […]

ଶ୍ରୀନଗର : କଂଗ୍ରେସ ସହିତ ଦିର୍ଘ ୫୦ ବର୍ଷର ସମ୍ପର୍କ ଛିନ୍ନ କରି ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ନିଜର ନୂଆ ରାଜନୈତିକ ଦଳର ନାଁ ଘୋଷଣା କରିଛନ୍ତି। ଆଜାଦ୍‌ଙ୍କ ନୂଆ ରାଜନୈତିକ ଦଳର ନାମ ଡେମୋକ୍ରାଟିକ୍ ଆଜାଦ ପାର୍ଟି’ ରହିଛି। ଆଜି ଜାମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ସେ ଏହି ନାମ ଘୋଷଣା କରିଛନ୍ତି। ଏହି ଅବସରରେ ସେ ତାଙ୍କ ନୂଆ ଦଳର ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଆଜି ଆଜାଦ୍‌ ତାଙ୍କ ନିଜସ୍ବ ନୂଆ ରାଜନୈତିକ ଦଳର ଶୁଭାରମ୍ଭ କରିବା ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ, ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମ ନିକଟରେ ମୁଁ କୃତଜ୍ଞ। ଆମେ ସ୍ବାଧୀନ ଚିନ୍ତା ଓ ଆଦର୍ଶରେ ଅନୁପ୍ରାଣିତ ହେଉଥିବାରୁ ଏ ଦଳଟି ଗୋଟାଏ ଗଣତାନ୍ତ୍ରିକ ଦଳ ହେବ। ଉର୍ଦ୍ଦୁ ଓ ସଂସ୍କୃତ ଭାଷାରେ ମୋ ନୂଆ ଦଳ ନିମନ୍ତେ ପ୍ରାୟ ୧୫୦୦ ନାଁ ଆସିଥିଲା। ହିନ୍ଦୀ ଓ ଉର୍ଦ୍ଦୁର ମିଶ୍ରଣ ହେଉଛି ‘ହିନ୍ଦୁସ୍ତାନୀ’। ଆମେ ଚାହୁଁଥିଲୁ ନାଁଟି ଗଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଏବଂ ସ୍ବାଧୀନ ହେଉ। ଆମ ରାଜନୀତି ଜାତି ଅଥବା ଅଞ୍ଚଳଭିତ୍ତିକ ହେବନାହିଁ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ସେ କହିଛନ୍ତି, ନୂଆ ଦଳ ଗଠନ ନିମନ୍ତେ ଆମେ ଅନ୍ୟ କୌଣସି ଦଳର ପରାମର୍ଶ ନେଇ ନାହୁଁ। ମୋ ଦଳ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ। ଏଥି ସହିତ ଦଳର ଏଜେଣ୍ଡା ବିଷୟରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ମୋର ବିଧାନସଭାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନୁହେଁ ବରଂ ଜଣେ ଗଭର୍ଣ୍ଣର ରହିବେ। ମୋର ପ୍ରଥମ କାର୍ଯ୍ୟ ହେଉଛି ଜମି, ବାସସ୍ଥାନ ଏବଂ ଚାକିରୀ ପାଇଁ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରର ପୁନରୁଦ୍ଧାର। ଜମ୍ମୁ କଶ୍ମୀରରେ କେବଳ ଯୁବପିଢ଼ିଙ୍କୁ ହିଁ ନିଯୁକ୍ତି ମିଳୁ। ବାହାରୁ ଆସି କେହି ଜାମ୍ମୁ କାଶ୍ମୀରରେ ଚାକିରି ପାଇବା ଉଚିତ୍ ନୁହେଁ। କଶ୍ମୀର ଉପତ୍ୟକାରେ କଶ୍ମୀର ପଣ୍ଡିତମାନଙ୍କୁ ପୁନଃ ସ୍ଥାପିତ କରିବା ମଧ୍ୟ ମୋର ଏଜେଣ୍ଡାରେ ସାମିଲ ଅଛି ବୋଲି ଗୁଲାମ କହିଛନ୍ତି। ନିକଟରେ କଶ୍ମୀରରେ କଶ୍ମୀର ପଣ୍ଡିତଙ୍କୁ ଯେଉଁଭଳି ଭାବେ ଟାର୍ଗେଟ୍‌ କିଲିଂ କରାଯାଉଛି ତାହା ବନ୍ଦ ହେବା ଉଚିତ। ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବା ଦରକାର। ଜମ୍ମୁକଶ୍ମୀରରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, କିନ୍ତୁ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣର ଆବଶ୍ୟକତା ଅଛି ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଏଥି ସହିତ ଆଜି ତାଙ୍କ ନୂଆ ଦଳର ପତାକା ମଧ୍ୟ ଉନ୍ମୋଚନ କରି ଗୁଲାମ୍‌ ନବୀ ଆଜାଦ୍‌ ପତାକା ର ତିନୋଟି ରଙ୍ଗ ବିଷୟରେ ସୂଚନା ଦେଇ ସେ କହିଛନ୍ତି, ହଳଦିଆ ରଙ୍ଗ ସୃଜନଶୀଳତା ଏବଂ ବିବିଧତାକୁ ସୂଚାଏ, ଧଳା ଶାନ୍ତି ଏବଂ ନୀଳ ସ୍ୱାଧୀନତା ଏବଂ ସମୁଦ୍ରର ଗଭୀରତାଠାରୁ ଆକାଶର ଉଚ୍ଚତା ପର୍ଯ୍ୟନ୍ତ ସୂଚାଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର