ଦୁଇଦିନ ପାଇଁ ସାଇବର୍‌ ଠକଙ୍କ ପ୍ରତି ହୁସିଆର୍‍

The Sakala Picture
Published On

ଭୁବନେଶ୍ୱର : କରୋନା ପାଇଁ ଗତବର୍ଷ ଦେଶବ୍ୟାପୀ ସଟ୍‍ଡାଉନ୍‍ କରାଯାଇଥିଲା। ଯାହାଫଳରେ ଲୋକେ ଘରେ ରହି ଅନ୍‍ଲାଇନ୍‍ରେ ସମୟ ବିତାଇଥିଲେ। ଅଧିକମାତ୍ରାରେ ଅନ୍‍ଲାଇନ୍‍ କାରବାର ଏବଂ ଇଣ୍ଟରନେଟ୍‍ର ବ୍ୟବହାର ବଢ଼ୁଥିବାରୁ ଏହା ଉପରେ ସାଇବର ଠକଙ୍କ ନଜର ପଡ଼ିଥିଲା। ଗତବର୍ଷ ସାଇବର ଠକ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ୨୭୨ଜଣ ଲୋକଙ୍କୁ ଠାରୁ ୨୭କୋଟି ୮୯ଲକ୍ଷ ୧୩ ହଜାର ୭୩୮ ଟଙ୍କାର ଠକେଇ କରିଥିଲେ। ଏନେଇ ରାଜଧାନୀର ବିଭିନ୍ନ ଥାନାରେ ୨୭୨ଟି ମାମଲା ରଜୁ କରାଯାଇଥିବା ସୂଚନା […]

ଭୁବନେଶ୍ୱର : କରୋନା ପାଇଁ ଗତବର୍ଷ ଦେଶବ୍ୟାପୀ ସଟ୍‍ଡାଉନ୍‍ କରାଯାଇଥିଲା। ଯାହାଫଳରେ ଲୋକେ ଘରେ ରହି ଅନ୍‍ଲାଇନ୍‍ରେ ସମୟ ବିତାଇଥିଲେ। ଅଧିକମାତ୍ରାରେ ଅନ୍‍ଲାଇନ୍‍ କାରବାର ଏବଂ ଇଣ୍ଟରନେଟ୍‍ର ବ୍ୟବହାର ବଢ଼ୁଥିବାରୁ ଏହା ଉପରେ ସାଇବର ଠକଙ୍କ ନଜର ପଡ଼ିଥିଲା। ଗତବର୍ଷ ସାଇବର ଠକ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ୨୭୨ଜଣ ଲୋକଙ୍କୁ ଠାରୁ ୨୭କୋଟି ୮୯ଲକ୍ଷ ୧୩ ହଜାର ୭୩୮ ଟଙ୍କାର ଠକେଇ କରିଥିଲେ। ଏନେଇ ରାଜଧାନୀର ବିଭିନ୍ନ ଥାନାରେ ୨୭୨ଟି ମାମଲା ରଜୁ କରାଯାଇଥିବା ସୂଚନା ଅଧିକାର ବଳରେ ତଥ୍ୟ ମିଳିଛି। ସବୁଠୁ ବଡ଼ କଥା ହେଲା ଏହି ସାଇବର ଠକେଇ ମାମଲାରେ ପୁଲିସ କାହାରିକୁ ଗିରଫ କରିନଥିବା ବେଳେ ମାମଲା ମଧ୍ୟ କ୍ଲୋଜ୍‍ ହୋଇନାହିଁ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର: ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଏପରିକି ଅନେକ ପୁରୁଣା ମାମଲାର ମଧ୍ୟ ଚାର୍ଜସିଟ୍‍ କୋର୍ଟରେ ଦାଖଲ ହୋଇନାହିଁ। ସେହିପରି ୨୦୨୧ ଏପ୍ରିଲ ମାସ ୩୦ ତାରିଖ ସୁଦ୍ଧା ଦେଢ଼ ଶହ ମାମଲା ବିଭିନ୍ନ ଥାନା ଅଞ୍ଚଳରୁ ରୁଜୁ କରାଯାଇଛି। ଯେଉଁଥିରେ ୧୫୦ଜଣ ଲୋକଙ୍କ ଠାରୁ ୧୦କୋଟି ୫୭ଲକ୍ଷ ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏହି ମାମଲାରେ ମଧ୍ୟ କୌଣସି ଅପରାଧୀ ଗିରଫ ହୋଇନାହିଁ। ଅନ୍ୟପଟରେ ଦେଖିବାକୁ ଗଲେ ଶନିବାର ଆଉ ରବିବାର ସରକାର ସଟ୍‍ଡାଉନ୍‍ ଘୋଷଣା କରିଛନ୍ତି। କିନ୍ତୁ ଏହି ଦିନରେ ଅଧିକାଂଶ ଅନ୍‍ଲାଇନ୍‍ କାରବାରକୁ ଆପଣେଇ ନେଇଥିବାରୁ ସାଇବର ଠକଙ୍କ ଉତ୍ପାତ ପୁଣି ବଢ଼଼ିବାର ଆଶଙ୍କା ରହିଛି। ତେଣୁ ଆସନ୍ତା ଶନିବାର ଏବଂ ରବିବାର ଲୋକେ ଅଧିକ ସତ୍ତର୍କ ହେବା ଆବଶ୍ୟକ ବୋଲି ପୁଲିସ କହୁଛି। ଯଦି କାହା ନିକଟକୁ ଯଦି ସେଭଳି କିଛି ଫୋନ୍‍ କଲ୍‍ ଆସୁଛି ତୁରନ୍ତ ସାଇବର ହେଲ୍ପ ଡେସ୍କକୁ ଜଣାଇବାକୁ କୁହାଯାଇଛି। ପ୍ରକାଶ ଥାଉ କି ଗତ ଶନିବାର ଏବଂ ରବିବାର ସଟ୍‍ଡାଉନରେ ରାଜଧାନୀରେ ୭ଜଣ ବ୍ୟକ୍ତି ୭ଲକ୍ଷ ଟଙ୍କାର ସାଇବର ଠକେଇର ଶିକାର ହୋଇଥିଲେ। ତେଣୁ ଏଥିର ମଧ୍ୟ ସପ୍ତାହାନ୍ତ ସଟ୍‍ଡାଉନ୍‍ରେ ସାଇବର ଠକେଇ ବଢ଼ିବ ବୋଲି ସାଇବର ଏକ୍ସପର୍ଟ ଆଶଙ୍କା କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରବଳ ଗ୍ରୀଷ୍ମ ପ୍ରବାହ: ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌, ପୁରୀରେ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି

ଭିଡିଓକଲିଂ କରି ହରାଇଲେ ଏକ ଲକ୍ଷ ଜଣେ ଯୁବ ପ୍ରଫେସର ଜଣେ ଯୁବତୀଙ୍କ ସହ ଫେସ୍‍ବୁକ୍‍ରେ ବନ୍ଧୁତା କରିଥିଲେ। ପରବର୍ତ୍ତି ସମୟରେ ତାଙ୍କ ସହ ଚାଟିଂ କରିଥିଲେ। ଯୁବତୀ ଜଣଙ୍କ ପ୍ରଫେସରଙ୍କ ସହ ଭିଡ଼ିଓ କଲ କରି କଥା ହେବା ପରେ ବ୍ଲାକ୍‍ମେଲିଂ କରି ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଭଳି ଘଟଣା କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଏନେଇ ଠକେଇର ଶିକାର ହୋଇଥିବା ପ୍ରଫେସର ଜଣଙ୍କ ସାଇବର ହେଲ୍‍ଡେସ୍କକୁ ଫୋନ୍‍ କରି ଜଣାଇଥିଲେ। ସାଇବର ହେଲ୍ପ ଡେସ୍କର ପରାମର୍ଶକ୍ରମେ ପ୍ରଫେସର କ୍ୟାପିଟାଲ ଥାନରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଜୁଲାଇ ୫ତାରିଖକୁ ଘୁଞ୍ଚିଲା OTET ପରୀକ୍ଷା, ଜୁନ ୨୮ରେ ହେବାର ଥିଲା

ଗତ ସପ୍ତାହରେ ପ୍ରେଫେସର ଫେସ୍‍ବୁକ୍‍ରେ କିଛି ସମୟ ବିତାଉଥିବା ସମୟରେ ଯୁବତୀ ଜଣଙ୍କ ତାଙ୍କୁ ଫ୍ରେଣ୍ଡ୍‍ ରିକ୍ୟୁଏଷ୍ଟ ପଠାଇଥିଲେ। ପ୍ରଫେସର କିଛି ନ ବୁଝି ତାଙ୍କ ଫ୍ରେଣ୍ଡ୍‍ ରିକ୍ୟୁଏଷ୍ଟକୁ ଆସେଷ୍ଟ କରି ଦେଇଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ନିଜକୁ ମଧ୍ୟ ଜଣେ ସରକାରୀ ଚାକିରିଆ ବୋଲି କହିଥିଲେ। ସେ ଦିଲ୍ଲୀରେ ଚାକିରି କରୁଥିବା ପ୍ରଫେସରଙ୍କୁ କହିଥିଲେ। ପ୍ରଫେସର ବିବାହ କରିନଥିବାରୁ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରଫେସର ରାଜି ହେବା ପରେ ଉଭୟ ଭିଡିଓ କଲିଂରେ କଥା ହୋଇଥିଲେ। କିନ୍ତୁ ଯୁବତୀ ଜଣଙ୍କ ଭିଡ଼ିଓ କଲିଂରେ କଥା ହେବା ସମୟରେ ନଗ୍ନ ଅବସ୍ଥାରେ କଥା ହୋଇଥିଲେ। କିନ୍ତୁ ପ୍ରଫେସର ଭିଡ଼ିଓ କଲିଂ ମାଧ୍ୟମରେ କଥା ହେବା ସମୟରେ ଯୁବତୀ ଜଣଙ୍କ ଏହାକୁ ରେକର୍ଡିଂ କରି ନେଇଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ଏହି ଭିଡ଼ିଓ ରେକଡିଂକୁ ଦେଖାଇ ପ୍ରଫେସରଙ୍କୁ ବ୍ଲାକ୍‍ମେଲିଂ କରି ଟଙ୍କା ମାଗିଥିଲେ। ପ୍ରଥମେ ୧୦ ହଜାର ଓ ପରେ ବିଭିନ୍ନ ଆଳରେ ଏକ ଲକ୍ଷ ଟଙ୍କା ଠକି ନେଇଥିଲେ।

01 May 2021 By The Sakala

ଦୁଇଦିନ ପାଇଁ ସାଇବର୍‌ ଠକଙ୍କ ପ୍ରତି ହୁସିଆର୍‍

ଭୁବନେଶ୍ୱର : କରୋନା ପାଇଁ ଗତବର୍ଷ ଦେଶବ୍ୟାପୀ ସଟ୍‍ଡାଉନ୍‍ କରାଯାଇଥିଲା। ଯାହାଫଳରେ ଲୋକେ ଘରେ ରହି ଅନ୍‍ଲାଇନ୍‍ରେ ସମୟ ବିତାଇଥିଲେ। ଅଧିକମାତ୍ରାରେ ଅନ୍‍ଲାଇନ୍‍ କାରବାର ଏବଂ ଇଣ୍ଟରନେଟ୍‍ର ବ୍ୟବହାର ବଢ଼ୁଥିବାରୁ ଏହା ଉପରେ ସାଇବର ଠକଙ୍କ ନଜର ପଡ଼ିଥିଲା। ଗତବର୍ଷ ସାଇବର ଠକ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ୨୭୨ଜଣ ଲୋକଙ୍କୁ ଠାରୁ ୨୭କୋଟି ୮୯ଲକ୍ଷ ୧୩ ହଜାର ୭୩୮ ଟଙ୍କାର ଠକେଇ କରିଥିଲେ। ଏନେଇ ରାଜଧାନୀର ବିଭିନ୍ନ ଥାନାରେ ୨୭୨ଟି ମାମଲା ରଜୁ କରାଯାଇଥିବା ସୂଚନା ଅଧିକାର ବଳରେ ତଥ୍ୟ ମିଳିଛି। ସବୁଠୁ ବଡ଼ କଥା ହେଲା ଏହି ସାଇବର ଠକେଇ ମାମଲାରେ ପୁଲିସ କାହାରିକୁ ଗିରଫ କରିନଥିବା ବେଳେ ମାମଲା ମଧ୍ୟ କ୍ଲୋଜ୍‍ ହୋଇନାହିଁ।

ଏପରିକି ଅନେକ ପୁରୁଣା ମାମଲାର ମଧ୍ୟ ଚାର୍ଜସିଟ୍‍ କୋର୍ଟରେ ଦାଖଲ ହୋଇନାହିଁ। ସେହିପରି ୨୦୨୧ ଏପ୍ରିଲ ମାସ ୩୦ ତାରିଖ ସୁଦ୍ଧା ଦେଢ଼ ଶହ ମାମଲା ବିଭିନ୍ନ ଥାନା ଅଞ୍ଚଳରୁ ରୁଜୁ କରାଯାଇଛି। ଯେଉଁଥିରେ ୧୫୦ଜଣ ଲୋକଙ୍କ ଠାରୁ ୧୦କୋଟି ୫୭ଲକ୍ଷ ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏହି ମାମଲାରେ ମଧ୍ୟ କୌଣସି ଅପରାଧୀ ଗିରଫ ହୋଇନାହିଁ। ଅନ୍ୟପଟରେ ଦେଖିବାକୁ ଗଲେ ଶନିବାର ଆଉ ରବିବାର ସରକାର ସଟ୍‍ଡାଉନ୍‍ ଘୋଷଣା କରିଛନ୍ତି। କିନ୍ତୁ ଏହି ଦିନରେ ଅଧିକାଂଶ ଅନ୍‍ଲାଇନ୍‍ କାରବାରକୁ ଆପଣେଇ ନେଇଥିବାରୁ ସାଇବର ଠକଙ୍କ ଉତ୍ପାତ ପୁଣି ବଢ଼଼ିବାର ଆଶଙ୍କା ରହିଛି। ତେଣୁ ଆସନ୍ତା ଶନିବାର ଏବଂ ରବିବାର ଲୋକେ ଅଧିକ ସତ୍ତର୍କ ହେବା ଆବଶ୍ୟକ ବୋଲି ପୁଲିସ କହୁଛି। ଯଦି କାହା ନିକଟକୁ ଯଦି ସେଭଳି କିଛି ଫୋନ୍‍ କଲ୍‍ ଆସୁଛି ତୁରନ୍ତ ସାଇବର ହେଲ୍ପ ଡେସ୍କକୁ ଜଣାଇବାକୁ କୁହାଯାଇଛି। ପ୍ରକାଶ ଥାଉ କି ଗତ ଶନିବାର ଏବଂ ରବିବାର ସଟ୍‍ଡାଉନରେ ରାଜଧାନୀରେ ୭ଜଣ ବ୍ୟକ୍ତି ୭ଲକ୍ଷ ଟଙ୍କାର ସାଇବର ଠକେଇର ଶିକାର ହୋଇଥିଲେ। ତେଣୁ ଏଥିର ମଧ୍ୟ ସପ୍ତାହାନ୍ତ ସଟ୍‍ଡାଉନ୍‍ରେ ସାଇବର ଠକେଇ ବଢ଼ିବ ବୋଲି ସାଇବର ଏକ୍ସପର୍ଟ ଆଶଙ୍କା କରିଛନ୍ତି।

ଭିଡିଓକଲିଂ କରି ହରାଇଲେ ଏକ ଲକ୍ଷ ଜଣେ ଯୁବ ପ୍ରଫେସର ଜଣେ ଯୁବତୀଙ୍କ ସହ ଫେସ୍‍ବୁକ୍‍ରେ ବନ୍ଧୁତା କରିଥିଲେ। ପରବର୍ତ୍ତି ସମୟରେ ତାଙ୍କ ସହ ଚାଟିଂ କରିଥିଲେ। ଯୁବତୀ ଜଣଙ୍କ ପ୍ରଫେସରଙ୍କ ସହ ଭିଡ଼ିଓ କଲ କରି କଥା ହେବା ପରେ ବ୍ଲାକ୍‍ମେଲିଂ କରି ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏଭଳି ଘଟଣା କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ଏନେଇ ଠକେଇର ଶିକାର ହୋଇଥିବା ପ୍ରଫେସର ଜଣଙ୍କ ସାଇବର ହେଲ୍‍ଡେସ୍କକୁ ଫୋନ୍‍ କରି ଜଣାଇଥିଲେ। ସାଇବର ହେଲ୍ପ ଡେସ୍କର ପରାମର୍ଶକ୍ରମେ ପ୍ରଫେସର କ୍ୟାପିଟାଲ ଥାନରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ଗତ ସପ୍ତାହରେ ପ୍ରେଫେସର ଫେସ୍‍ବୁକ୍‍ରେ କିଛି ସମୟ ବିତାଉଥିବା ସମୟରେ ଯୁବତୀ ଜଣଙ୍କ ତାଙ୍କୁ ଫ୍ରେଣ୍ଡ୍‍ ରିକ୍ୟୁଏଷ୍ଟ ପଠାଇଥିଲେ। ପ୍ରଫେସର କିଛି ନ ବୁଝି ତାଙ୍କ ଫ୍ରେଣ୍ଡ୍‍ ରିକ୍ୟୁଏଷ୍ଟକୁ ଆସେଷ୍ଟ କରି ଦେଇଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ନିଜକୁ ମଧ୍ୟ ଜଣେ ସରକାରୀ ଚାକିରିଆ ବୋଲି କହିଥିଲେ। ସେ ଦିଲ୍ଲୀରେ ଚାକିରି କରୁଥିବା ପ୍ରଫେସରଙ୍କୁ କହିଥିଲେ। ପ୍ରଫେସର ବିବାହ କରିନଥିବାରୁ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରଫେସର ରାଜି ହେବା ପରେ ଉଭୟ ଭିଡିଓ କଲିଂରେ କଥା ହୋଇଥିଲେ। କିନ୍ତୁ ଯୁବତୀ ଜଣଙ୍କ ଭିଡ଼ିଓ କଲିଂରେ କଥା ହେବା ସମୟରେ ନଗ୍ନ ଅବସ୍ଥାରେ କଥା ହୋଇଥିଲେ। କିନ୍ତୁ ପ୍ରଫେସର ଭିଡ଼ିଓ କଲିଂ ମାଧ୍ୟମରେ କଥା ହେବା ସମୟରେ ଯୁବତୀ ଜଣଙ୍କ ଏହାକୁ ରେକର୍ଡିଂ କରି ନେଇଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ଏହି ଭିଡ଼ିଓ ରେକଡିଂକୁ ଦେଖାଇ ପ୍ରଫେସରଙ୍କୁ ବ୍ଲାକ୍‍ମେଲିଂ କରି ଟଙ୍କା ମାଗିଥିଲେ। ପ୍ରଥମେ ୧୦ ହଜାର ଓ ପରେ ବିଭିନ୍ନ ଆଳରେ ଏକ ଲକ୍ଷ ଟଙ୍କା ଠକି ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର