ମାସ୍କ ଜଣାଇବ ଆପଣଙ୍କୁ କରୋନା ହୋଇଛି କି ନାହିଁ

The Sakala Picture
Published On

କରୋନା ମହାମାରୀ  ବିରୋଦ୍ଧରୋ ସାରା ଦେଶ ଲଢୁଛି । କରୋନାକୁ ହରାଇବା ପାଇଁ  ଟିକାକରଣ ଜୋରଦାର କରାଯାଇଛି। ଟିକାନେଲେ ମଧ୍ଯ କରୋନାକୁ ହରାଇବା ପାଇଁ ମାସ୍କ ମୁଖ୍ଯ ଅସ୍ତ୍ର ପାଲଟିଛି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଅନେକ ପ୍ରକାରର ଫେସ୍ ମାସ୍କ ମଧ୍ୟ ବଜାରକୁ ଆସିଛି।  ଟିକା ପରେ ମଧ୍ୟ ଲୋକଙ୍କ ମନରେ କରୋନାର ତୃତୀୟ ତରଙ୍ଗର  ଭୟ ରହିଛି। ଏଭଳି ପରିସ୍ଥିତିରେ ଫେସ୍ ମାସ୍କ  ବ୍ଯବହାର କରିବାସହ କୋଭିଡ କଟକଣାମାନି ଚଳିବା ଅତ୍ଯନ୍ତ ଜରୁରୀ । କରୋନା […]

କରୋନା ମହାମାରୀ  ବିରୋଦ୍ଧରୋ ସାରା ଦେଶ ଲଢୁଛି । କରୋନାକୁ ହରାଇବା ପାଇଁ  ଟିକାକରଣ ଜୋରଦାର କରାଯାଇଛି। ଟିକାନେଲେ ମଧ୍ଯ କରୋନାକୁ ହରାଇବା ପାଇଁ ମାସ୍କ ମୁଖ୍ଯ ଅସ୍ତ୍ର ପାଲଟିଛି। ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଅନେକ ପ୍ରକାରର ଫେସ୍ ମାସ୍କ ମଧ୍ୟ ବଜାରକୁ ଆସିଛି।  ଟିକା ପରେ ମଧ୍ୟ ଲୋକଙ୍କ ମନରେ କରୋନାର ତୃତୀୟ ତରଙ୍ଗର  ଭୟ ରହିଛି। ଏଭଳି ପରିସ୍ଥିତିରେ ଫେସ୍ ମାସ୍କ  ବ୍ଯବହାର କରିବାସହ କୋଭିଡ କଟକଣାମାନି ଚଳିବା ଅତ୍ଯନ୍ତ ଜରୁରୀ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କରୋନା ହୋଇଛି କି ନାହିଁ ଜାଣିବା ପାଇଁ  ଆରଟିପିସିଆ ଓ ଆଣ୍ଟିଜେନ ଟେଷ୍ଟ କରାଯାଇଥାଏ। ହେଲେ ବଜାରକୁ ଏମିତି ଏକ ଫେସ ମାସ୍କ ଆସିବାକୁ ଯାଉଛି ଯହା ଆପଣକୁ ସୂଚନା ଦେବ କରୋନା ହୋଇଛି କି ନାହିଁ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT) ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ୱାଇସ୍ ଇନଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ୍ ଅନୁପ୍ରାଣିତ ଇଞ୍ଜିନିୟରିଂ ଏକ ଫେସ୍ ମାସ୍କ ପ୍ରସ୍ତୁତ କରିଛନ୍ତି। ଯାହା କରୋନା ସଂକ୍ରମଣ ବିଷୟରେ ସୂଚନା ଦେବାକୁ ସକ୍ଷମ। ଏହି ଫେସ୍ ମାସ୍କରେ ବାୟୋସେନ୍ସର୍ ବ୍ୟବହୃତ ହୋଇଛି ଯାହା ନିଶ୍ୱାସ ସାହାଯ୍ୟରେ କରୋନା ହୋଇଛି କି ନାହିଁ ଚିହ୍ନଟ କରିବାରେ ସାହାଯ୍ୟ କରେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ରିପୋର୍ଟ ଅନୁଯାୟୀ, ଏହି ମାସ୍କରେ ବାୟୋମୋଲ୍ୟୁକୁଲ୍ ଚିହ୍ନଟ ପାଇଁ ଏକ ସିନ୍ଥେଟିକ୍ ବାୟୋଲୋଜି ସେନ୍ସର ଦିଆଯାଇଛି। ଏହି ଅନୁସନ୍ଧାନ ନେଚର ବାୟୋଟେକ୍ନୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ବାୟୋସେନ୍ସର୍ ମାସ୍କ ଡିଜାଇନ୍ KN95 ଫେସ୍ ମାସ୍କ ପରି ପ୍ରସ୍ତୁତ କରାଯାଇଛି।  ଏହି ମାସ୍କ ମାଧ୍ୟମରେ  ୯୦ ମିନିଟ ମଧ୍ଯରେ ଚିହ୍ନଟ ହୋଇପାରେ ଯେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ କି ନାହିଁ।

ଏହି ମାସ୍କରେ ଦିଆଯାଇଥିବା ସେନ୍ସର ସର୍ବଦା ସକ୍ରିୟ ନୁହେଁ। ଯଦି ପରୀକ୍ଷା କରିବାକୁ ଚାହାଁନ୍ତି ତେବେ ଦିଆଯାଇଥିବା ଏକ ବଟନ୍ ସାହାଯ୍ୟରେ ସେନ୍ସରକୁ ସକ୍ରିୟ କରିବାକୁ ପଡିବ। ଏହା ପରେ ଆପଣ ରିଡଆଉଟ୍ ଷ୍ଟ୍ରିପ୍ ମାଧ୍ୟମରେ ୯୦ ମିନିଟ୍ ମଧ୍ୟରେ ଫଳାଫଳ ପାଇବେ। ଏହାର ସଠିକତା RT PCR ର ଫଳାଫଳ ପରି ଦାବି କରାଯାଇଛି।

ଅନୁସନ୍ଧାନରେ ଜଡିତ ଥିବା ପିଟର ଗୁଏନ କହିଛନ୍ତି ଯେ, ଏହି ମାସ୍କ ମାଧ୍ୟମରେ ଏକ ଛୋଟ ମାସ୍କରେ ଏକ ସମ୍ପୂର୍ଣ୍ଣ ଲ୍ୟାବକୁ ରଖାଯାଇଛି। ଏହି ମାସ୍କରେ ବ୍ୟବହୃତ ସିନ୍ଥେଟିକ୍ ବାୟୋଲୋଜି ସେନସର ଆକାର ବହୁତ ଛୋଟ। ଏହା ଅନ୍ୟ କୌଣସି ମାସ୍କରେ ମଧ୍ୟ ବ୍ୟବହାର କରାଯାଇପାରେ । କରୋନା ବ୍ୟତୀତ ଏହି ସେନ୍ସର ଅନ୍ୟ କୌଣସି ଭୂତାଣୁ, ବ୍ଯାକ୍ଟେରିଆ ଇତ୍ୟାଦି ମଧ୍ୟ ଚିହ୍ନଟ କରିପାରିବ। ଅନୁସନ୍ଧାନକାରୀ ଦଳ ଏହି ମାସ୍କକୁ ବଜାରକୁ ଆଣିବା ପାଇଁ  ପ୍ରୟାସ ଚଳାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp