‘ମୋ କଲେଜ’ ଅଭିଯାନ କେବଳ ଆଲୁମିନି ମଧ୍ୟରେ ସୀମିତ ନୁହେଁ- ମୁଖ୍ଯମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ଯାରେ ଭିଡିଓ କନଫରେନ୍ସିଂ ମାଧ୍ଯମରେ  ‘ମୋ କଲେଜ’ ଅଭିଯାନ ସହ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ‘ମୋ କଲେଜ’ ଅଭିଯାନରେ ପାଖାପାଖି ୭୫୫ଟି ଶିକ୍ଷାନୁଷ୍ଠାନକୁ ଯୋଡ଼ା ଯାଇଛି।   ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ- ‘ମୋ କଲେଜ’ ଅଭିଯାନ ଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ କଲେଜ ସହ ଯୋଡ଼ି ହୋଇପାରିବେ । ‘ମୋ ସ୍କୁଲ’ ଭଳି ‘ମୋ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ଯାରେ ଭିଡିଓ କନଫରେନ୍ସିଂ ମାଧ୍ଯମରେ  ‘ମୋ କଲେଜ’ ଅଭିଯାନ ସହ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ‘ମୋ କଲେଜ’ ଅଭିଯାନରେ ପାଖାପାଖି ୭୫୫ଟି ଶିକ୍ଷାନୁଷ୍ଠାନକୁ ଯୋଡ଼ା ଯାଇଛି।

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ: ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ; ହାତ ଟେକି ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ହେଲା ସୁଦୃଶ୍ୟ ଲଘୁଚାପ: ଆଜି ସନ୍ଧ୍ୟା ସୁଦ୍ଧା ନେବ ଅବପାତର ରୂପ, ପ୍ରବଳ ବର୍ଷା ଆଶଙ୍କା

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ- ‘ମୋ କଲେଜ’ ଅଭିଯାନ ଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ କଲେଜ ସହ ଯୋଡ଼ି ହୋଇପାରିବେ । ‘ମୋ ସ୍କୁଲ’ ଭଳି ‘ମୋ କଲେଜ’ ଅଭିଯାନ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହି ଅଭିଯାନ କେବଳ କଲେଜ ଆଲୁମିନି ମଧ୍ୟରେ ସୀମିତ ନୁହେଁ ବରଂ ଏହା ସମସ୍ତଙ୍କ ଲାଗି ଉନ୍ମୁକ୍ତ । ଯେ କେହିବି ଚାହିଁଲେ ଯେ କୌଣସି ଶିକ୍ଷାନୁଷ୍ଠାନ ଲାଗି ଅର୍ଥ ଦେଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି । ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ଆପଣଙ୍କ ସହଯୋଗ ଆପଣ ପଢ଼ିଥିବା କଲେଜକୁ ଆଉ ଏକ ପାଦ ଆଗକୁ ଆଗେଇ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ପ୍ରତି ଶିକ୍ଷାନୁଷ୍ଠାନକୁ ପ୍ରତିବର୍ଷ ୫୦ ହଜାର ଟଙ୍କା ‘ମୋ କଲେଜ’ ଅଭିଯାନ ପାଇଁ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

କଲେଜ ଉନ୍ନତିକରଣ ପାଇଁ ବ୍ୟକ୍ତିବିଶେଷ ଦେଉଥିବା ଅନୁଦାନର ଦୁଇଗୁଣ ଅର୍ଥ ‘ମୋ କଲେଜ’ ଅଭିଯାନର ସ୍ଥାୟୀ ପାଣ୍ଠିରୁ ଯୋଗାଇ ଦେବେ । ‘ମୋ କଲେଜ’ ଅଭିଯାନ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହ ବଢ଼ାଇବା ସହ ଉଚ୍ଚରୁ ଉଚ୍ଚତମ ଶିଖର ଆହୋରଣ ଲାଗି ସାହାଯ୍ୟ କରିବ ବୋଲି ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ କହିଛନ୍ତି । ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ୍ ହେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

୫୧ଟି ସରକାରୀ ମହାବିଦ୍ୟାଳୟ, ୫୫୮ଟି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୩ଟି ବିଶ୍ୱବିଦ୍ୟାଳୟ, ସଂସ୍କୃତି ବିଭାଗରେ ଥିବା ଗୋଟିଏ ବିଶ୍ୱବିଦ୍ୟାଳୟ ଭଳି ୭୫୫ଟି ଶିକ୍ଷାନୁଷ୍ଠାନ ‘ମୋ କଲେଜ’ ଅଭିଯାନକୁ ସାମିଲ୍ କରିଛନ୍ତି । ଏହାର ସୁପରିଚାଳନା ଲାଗି ଏକ କମିଟି ଗଠନ କରିଛନ୍ତି ସରକାର । ମିଳିଥିବା ଅନୁଦାନ କଲେଜର ଛାତ୍ରଛାତ୍ରୀଙ୍କ ଲାଗି ବ୍ୟୟ କରାଯିବ ।

ଲୋକସେବା ଭବନ ପ୍ରେକ୍ଷାଳୟ ପରିସରରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିବାବେଳେ କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିସେ। ତେବେ ମୋ କଲେଜ ପୋର୍ଟାଲର ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାପ୍ରସାରଣ (ଲାଇଭ୍‍ ଷ୍ଟ୍ରିମିଂ) ବିଭିନ୍ନ ସୋସିଆଲ ମିଡିଆରେ ହୋଇଥିଲା। ରାଜ୍ୟର ବିଭିନ୍ନ କଲେଜଗୁଡ଼ିକରେ ମଧ୍ୟ ଏଥି ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର