କେନ୍ଦ୍ରକୁ ଶୁଭୁନି ‘ ସାର ‘ ସ୍ୱର

The Sakala Picture
Published On

ଭୁବନେଶ୍ୱର : ସାରା ରାଜ୍ୟରେ ଚାଷୀ ପର୍ଯ୍ୟାପ୍ତ ପରିମାଣ ସାର ଆବଶ୍ୟକ କରୁଛନ୍ତି। ମାତ୍ର ଜିଲ୍ଲାଗୁଡ଼ିକୁ ଆବଶ୍ୟକ ପରିମାଣର ସାର ଯୋଗାଇ ଦିଆଯାଇ ପାରୁନାହିଁ। କେନ୍ଦ୍ରରୁ ଓଡ଼ିଶାକୁ ମିଳିବାକୁ ଥିବା ଧାର୍ଯ୍ୟ ପରିମାଣ ସାର ପହଞ୍ଚି ନ ଥିବାରୁ ଏହି ସାର ବଣ୍ଟନରେ ସମସ୍ୟା ସୃଷ୍ଟି ହୋଇଛି ଏବଂ ସାର ଅଭାବରୁ ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। କେବଳ ଚଳିତ ବର୍ଷ ନୁହେଁ ଗତ କିଛିବର୍ଷ ହେଲା ଚାଷ ଋତୁରେ ଧାର୍ଯ୍ୟ ସମୟରେ ଆବଶ୍ୟକ ପରିମାଣର […]

ଭୁବନେଶ୍ୱର : ସାରା ରାଜ୍ୟରେ ଚାଷୀ ପର୍ଯ୍ୟାପ୍ତ ପରିମାଣ ସାର ଆବଶ୍ୟକ କରୁଛନ୍ତି। ମାତ୍ର ଜିଲ୍ଲାଗୁଡ଼ିକୁ ଆବଶ୍ୟକ ପରିମାଣର ସାର ଯୋଗାଇ ଦିଆଯାଇ ପାରୁନାହିଁ। କେନ୍ଦ୍ରରୁ ଓଡ଼ିଶାକୁ ମିଳିବାକୁ ଥିବା ଧାର୍ଯ୍ୟ ପରିମାଣ ସାର ପହଞ୍ଚି ନ ଥିବାରୁ ଏହି ସାର ବଣ୍ଟନରେ ସମସ୍ୟା ସୃଷ୍ଟି ହୋଇଛି ଏବଂ ସାର ଅଭାବରୁ ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। କେବଳ ଚଳିତ ବର୍ଷ ନୁହେଁ ଗତ କିଛିବର୍ଷ ହେଲା ଚାଷ ଋତୁରେ ଧାର୍ଯ୍ୟ ସମୟରେ ଆବଶ୍ୟକ ପରିମାଣର ସାର ନ ମିଳିବା ଯୋଗୁଁ ଚାଷ ଓ ଚାଷୀ ଉଭୟ ପ୍ରଭାବିତ ହେଉଛନ୍ତି। ଏ ସମ୍ପର୍କରେ ନିୟମିତ ବ୍ୟବଧାନରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରାଯାଉଛି। ମାତ୍ର କେନ୍ଦ୍ର ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ବିଳମ୍ବିତ ମୌସୁମୀ ସତ୍ତ୍ବେ ବିଭିନ୍ନ ଜିଲ୍ଲାରେ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସମୟରେ ରାସାୟନିକ ସାରର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଛି। ୟୁରିଆ, ପଟାସ, ଏନ୍‍ପିକେ ଆଦି ସାର ଧାନ ଚାଷ ପାଇଁ ଜରୁରୀ ହୋଇଛି। ଚଳିତ ଖରିଫ ଋତୁରେ ବିଭିନ୍ନ ଜିଲ୍ଲାକୁ ୨,୦୫,୯୯୨ ମେଟ୍ରିକ ଟନ୍‍ ୟୁରିଆ, ୭୭,୬୭୧ ମେଟ୍ରିକ ଟନ୍‍ ଡିଏପି, ୨୬,୬୯୮ ମେଟ୍ରିକ ଟନ୍‍ ପଟାସ (ଏମଓପି) ଏବଂ ଏନପିକେ(ଗ୍ରୋମର ସମେତ) ୯୫,୬୩୮ ମେଟ୍ରିକ ଟନ୍‍ ସାର ଯୋଗାଇ ଦିଆଯାଇଛି। ମାତ୍ର ଏହା ପର୍ଯ୍ୟାପ୍ତ ବୋଲି କୁହାଯାଇ ପାରିବ ନାହିଁ। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ତୁରନ୍ତ ଓଡ଼ିଶା କୋଟା ପରିମାଣର ସାର ଯୋଗାଇବାକୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ବିଧାନସଭାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ରାଜ୍ୟରେ ସାର ଅଭାବ ପ୍ରସଙ୍ଗରେ ଓଡ଼ିଶା ସରକାର କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଅବଗତ କରାଇଛନ୍ତି ଓ ଆବଶ୍ୟକ ପରିମାଣର ସାର ଯୋଗାଇବାକୁ ଅନୁରୋଧ କରିଛନ୍ତି। ଜୁନ୍‍ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ଯେତିକି ସାର ମିଳିବା କଥା ତାହା ମିଳିପାରିନାହିଁ। ନିର୍ଦ୍ଧାରିତ କୋଟାରୁ ୨୬,୫୮୬ ମେଟ୍ରିକ ଟନ୍‍ ଡିଏପି, ୬୨୭୫ ମେଟ୍ରିକ ଟନ୍‍ ଏମଓପି ଏବଂ ୯୩୬୫ ମେଟ୍ରିକ ଟନ୍‍ ପରିମାଣର ଏନପିକେଏସ୍‍ ସାର କମ୍‍ ମିଳିଛି। ସେହିପରି ଜୁଲାଇ ମାସ କୋଟାରେ ଆଦୌ ସାର ମିଳିନାହିଁ। ଜୁଲାଇ-ଅଗଷ୍ଟ ମାସରେ ସାରର ଅଧିକ ଆବଶ୍ୟକତା

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ହ୍ବିପ୍ ଜାରି: ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ

ରହିଥାଏ। ତେଣୁ କେନ୍ଦ୍ର ମନ୍ତ୍ରୀ ରାଜ୍ୟର ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଗତ ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ମନ୍ତ୍ରୀଙ୍କ ପୂର୍ବରୁ ଗତ ମାସ ୭ ତାରିଖରେ କୃଷି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା କେନ୍ଦ୍ର ରସାୟନ ମନ୍ତ୍ରାଳୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ଆବଶ୍ୟକ କରୁଥିବା ସାର ଏବଂ ମିଳିଥିବା ସାର ପରିମାଣର ପରିସଂଖ୍ୟନକୁ ଚିଠି ମାଧ୍ୟମରେ ଉପସ୍ଥାପିତ କରିଥିଲେ। ଚଳିତ ମାସରେ ଡିଏପି, ଏମଓପି ଏବଂ ଏନପିକେଏସ ଯଥାକ୍ରମେ ୬୦,୦୦୦ ଏମ୍‍ଟି, ଏମଓପି ୩୦,୦୦୦ ମେଟ୍ରିକ ଟନ୍‍ ଏବଂ ଏନପିକେଏସ୍‍ ୭୦,୦୦୦ ଏମଟି ଆବଶ୍ୟକତା ରହିଛି।

ମାତ୍ର ଗତ ୭ ତାରିଖ ସୁଦ୍ଧା ଉପରୋକ୍ତ ସାର ପରିମାଣରୁ ମାତ୍ର ୭୯୮୯ ଏମଟି, ୨୬୩୭ ଏମଟି ଏବଂ ୩୭୮୧ ଏମଟି ମିଳିଛି। ତେଣୁ ମନ୍ତ୍ରାଳୟ ତୁରନ୍ତ ସାର ଯୋଗାଇ ଦେଉ ବୋଲି ସଚିବ ଶ୍ରୀ ଚୋପ୍ରା ଚିଠିରେ ଉଲ୍ଲେଖ କରିଛନ୍ତି। ଧାର୍ଯ୍ୟ କୋଟାର ୨୫% କମ୍‍ ସାର ରାଜ୍ୟକୁ ମିଳୁଥିବାରୁ ସମସ୍ୟା ସୃଷ୍ଟି ହେଉଛି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟରେ ସାର ଅଭାବ ପ୍ରସଙ୍ଗ ଏକ ସାଧାରଣ ପ୍ରସଙ୍ଗ ନୁହେଁ ବୋଲି ଦଳମତ ନିର୍ବିଶେଷରେ ଅଧିକାଂଶ ବିଧାୟକ ମତ ଦେଇଛନ୍ତି। କେନ୍ଦ୍ର ସରକାର ଏ କ୍ଷେତ୍ରରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଆବଶ୍ୟକ ପରିମାଣର ସାର ଯୋଗାଇ ଦେବାକୁ ଦାବି ହୋଇଛି।

ସନ୍ତୋଷ ସିଂ ସାଲୁଜା, ଭୁପିନ୍ଦର ସିଂ, ଅଧିରାଜ ପାଣିଗ୍ରାହୀ, ଭାସ୍କର ମଢେଇ, ପ୍ରଦୀପ ଦିଶାରୀ, ରୁଦ୍ର ମହାରଥୀ , ଅଧିରାଜ ପାଣିଗ୍ରାହୀ, ନବଚରଣ ମାଢୀ ଏବଂ ତାରା ପ୍ରସାଦ ବାହିନୀପତି ପ୍ରମୁଖ ସାର ଯୋଗାଣରେ ସ୍ୱଚ୍ଛତା ଅବଲମ୍ବନ ସହ କ୍ଲଷ୍ଟର ବ୍ୟବସ୍ଥା ସ୍ଥାପନ ଉପରେ ଗୁରୁତ୍ୱ ଦେଇଛନ୍ତି। ଅନୁରୂପ ଭାବରେ ରାଜ୍ୟକୁ କେତେ ସାର ଆବଶ୍ୟକ , କେତେ ମିଳିଛି ସେ ନେଇ ସମ୍ପୃକ୍ତ ୱେବସାଇଟରେ ନିୟମିତ ଭାବେ ଉଲ୍ଲେଖ କରାଯାଉଛି। ତେଣୁ ରାଜ୍ୟର ଆବଶ୍ୟକତା ନିୟମିତ ଭାବେ କେନ୍ଦ୍ର ଅବଗତ ହେବାରେ କୌଣସି ଅସୁବିଧା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

14 Jul 2022 By The Sakala

କେନ୍ଦ୍ରକୁ ଶୁଭୁନି ‘ ସାର ‘ ସ୍ୱର

ଭୁବନେଶ୍ୱର : ସାରା ରାଜ୍ୟରେ ଚାଷୀ ପର୍ଯ୍ୟାପ୍ତ ପରିମାଣ ସାର ଆବଶ୍ୟକ କରୁଛନ୍ତି। ମାତ୍ର ଜିଲ୍ଲାଗୁଡ଼ିକୁ ଆବଶ୍ୟକ ପରିମାଣର ସାର ଯୋଗାଇ ଦିଆଯାଇ ପାରୁନାହିଁ। କେନ୍ଦ୍ରରୁ ଓଡ଼ିଶାକୁ ମିଳିବାକୁ ଥିବା ଧାର୍ଯ୍ୟ ପରିମାଣ ସାର ପହଞ୍ଚି ନ ଥିବାରୁ ଏହି ସାର ବଣ୍ଟନରେ ସମସ୍ୟା ସୃଷ୍ଟି ହୋଇଛି ଏବଂ ସାର ଅଭାବରୁ ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି। କେବଳ ଚଳିତ ବର୍ଷ ନୁହେଁ ଗତ କିଛିବର୍ଷ ହେଲା ଚାଷ ଋତୁରେ ଧାର୍ଯ୍ୟ ସମୟରେ ଆବଶ୍ୟକ ପରିମାଣର ସାର ନ ମିଳିବା ଯୋଗୁଁ ଚାଷ ଓ ଚାଷୀ ଉଭୟ ପ୍ରଭାବିତ ହେଉଛନ୍ତି। ଏ ସମ୍ପର୍କରେ ନିୟମିତ ବ୍ୟବଧାନରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରାଯାଉଛି। ମାତ୍ର କେନ୍ଦ୍ର ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି।

ବିଳମ୍ବିତ ମୌସୁମୀ ସତ୍ତ୍ବେ ବିଭିନ୍ନ ଜିଲ୍ଲାରେ ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସମୟରେ ରାସାୟନିକ ସାରର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଛି। ୟୁରିଆ, ପଟାସ, ଏନ୍‍ପିକେ ଆଦି ସାର ଧାନ ଚାଷ ପାଇଁ ଜରୁରୀ ହୋଇଛି। ଚଳିତ ଖରିଫ ଋତୁରେ ବିଭିନ୍ନ ଜିଲ୍ଲାକୁ ୨,୦୫,୯୯୨ ମେଟ୍ରିକ ଟନ୍‍ ୟୁରିଆ, ୭୭,୬୭୧ ମେଟ୍ରିକ ଟନ୍‍ ଡିଏପି, ୨୬,୬୯୮ ମେଟ୍ରିକ ଟନ୍‍ ପଟାସ (ଏମଓପି) ଏବଂ ଏନପିକେ(ଗ୍ରୋମର ସମେତ) ୯୫,୬୩୮ ମେଟ୍ରିକ ଟନ୍‍ ସାର ଯୋଗାଇ ଦିଆଯାଇଛି। ମାତ୍ର ଏହା ପର୍ଯ୍ୟାପ୍ତ ବୋଲି କୁହାଯାଇ ପାରିବ ନାହିଁ। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ତୁରନ୍ତ ଓଡ଼ିଶା କୋଟା ପରିମାଣର ସାର ଯୋଗାଇବାକୁ ଅନୁରୋଧ କରିଛନ୍ତି।

ବିଧାନସଭାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ରାଜ୍ୟରେ ସାର ଅଭାବ ପ୍ରସଙ୍ଗରେ ଓଡ଼ିଶା ସରକାର କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଅବଗତ କରାଇଛନ୍ତି ଓ ଆବଶ୍ୟକ ପରିମାଣର ସାର ଯୋଗାଇବାକୁ ଅନୁରୋଧ କରିଛନ୍ତି। ଜୁନ୍‍ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ଯେତିକି ସାର ମିଳିବା କଥା ତାହା ମିଳିପାରିନାହିଁ। ନିର୍ଦ୍ଧାରିତ କୋଟାରୁ ୨୬,୫୮୬ ମେଟ୍ରିକ ଟନ୍‍ ଡିଏପି, ୬୨୭୫ ମେଟ୍ରିକ ଟନ୍‍ ଏମଓପି ଏବଂ ୯୩୬୫ ମେଟ୍ରିକ ଟନ୍‍ ପରିମାଣର ଏନପିକେଏସ୍‍ ସାର କମ୍‍ ମିଳିଛି। ସେହିପରି ଜୁଲାଇ ମାସ କୋଟାରେ ଆଦୌ ସାର ମିଳିନାହିଁ। ଜୁଲାଇ-ଅଗଷ୍ଟ ମାସରେ ସାରର ଅଧିକ ଆବଶ୍ୟକତା

ରହିଥାଏ। ତେଣୁ କେନ୍ଦ୍ର ମନ୍ତ୍ରୀ ରାଜ୍ୟର ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଗତ ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ମନ୍ତ୍ରୀଙ୍କ ପୂର୍ବରୁ ଗତ ମାସ ୭ ତାରିଖରେ କୃଷି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା କେନ୍ଦ୍ର ରସାୟନ ମନ୍ତ୍ରାଳୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ଆବଶ୍ୟକ କରୁଥିବା ସାର ଏବଂ ମିଳିଥିବା ସାର ପରିମାଣର ପରିସଂଖ୍ୟନକୁ ଚିଠି ମାଧ୍ୟମରେ ଉପସ୍ଥାପିତ କରିଥିଲେ। ଚଳିତ ମାସରେ ଡିଏପି, ଏମଓପି ଏବଂ ଏନପିକେଏସ ଯଥାକ୍ରମେ ୬୦,୦୦୦ ଏମ୍‍ଟି, ଏମଓପି ୩୦,୦୦୦ ମେଟ୍ରିକ ଟନ୍‍ ଏବଂ ଏନପିକେଏସ୍‍ ୭୦,୦୦୦ ଏମଟି ଆବଶ୍ୟକତା ରହିଛି।

ମାତ୍ର ଗତ ୭ ତାରିଖ ସୁଦ୍ଧା ଉପରୋକ୍ତ ସାର ପରିମାଣରୁ ମାତ୍ର ୭୯୮୯ ଏମଟି, ୨୬୩୭ ଏମଟି ଏବଂ ୩୭୮୧ ଏମଟି ମିଳିଛି। ତେଣୁ ମନ୍ତ୍ରାଳୟ ତୁରନ୍ତ ସାର ଯୋଗାଇ ଦେଉ ବୋଲି ସଚିବ ଶ୍ରୀ ଚୋପ୍ରା ଚିଠିରେ ଉଲ୍ଲେଖ କରିଛନ୍ତି। ଧାର୍ଯ୍ୟ କୋଟାର ୨୫% କମ୍‍ ସାର ରାଜ୍ୟକୁ ମିଳୁଥିବାରୁ ସମସ୍ୟା ସୃଷ୍ଟି ହେଉଛି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟରେ ସାର ଅଭାବ ପ୍ରସଙ୍ଗ ଏକ ସାଧାରଣ ପ୍ରସଙ୍ଗ ନୁହେଁ ବୋଲି ଦଳମତ ନିର୍ବିଶେଷରେ ଅଧିକାଂଶ ବିଧାୟକ ମତ ଦେଇଛନ୍ତି। କେନ୍ଦ୍ର ସରକାର ଏ କ୍ଷେତ୍ରରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଆବଶ୍ୟକ ପରିମାଣର ସାର ଯୋଗାଇ ଦେବାକୁ ଦାବି ହୋଇଛି।

ସନ୍ତୋଷ ସିଂ ସାଲୁଜା, ଭୁପିନ୍ଦର ସିଂ, ଅଧିରାଜ ପାଣିଗ୍ରାହୀ, ଭାସ୍କର ମଢେଇ, ପ୍ରଦୀପ ଦିଶାରୀ, ରୁଦ୍ର ମହାରଥୀ , ଅଧିରାଜ ପାଣିଗ୍ରାହୀ, ନବଚରଣ ମାଢୀ ଏବଂ ତାରା ପ୍ରସାଦ ବାହିନୀପତି ପ୍ରମୁଖ ସାର ଯୋଗାଣରେ ସ୍ୱଚ୍ଛତା ଅବଲମ୍ବନ ସହ କ୍ଲଷ୍ଟର ବ୍ୟବସ୍ଥା ସ୍ଥାପନ ଉପରେ ଗୁରୁତ୍ୱ ଦେଇଛନ୍ତି। ଅନୁରୂପ ଭାବରେ ରାଜ୍ୟକୁ କେତେ ସାର ଆବଶ୍ୟକ , କେତେ ମିଳିଛି ସେ ନେଇ ସମ୍ପୃକ୍ତ ୱେବସାଇଟରେ ନିୟମିତ ଭାବେ ଉଲ୍ଲେଖ କରାଯାଉଛି। ତେଣୁ ରାଜ୍ୟର ଆବଶ୍ୟକତା ନିୟମିତ ଭାବେ କେନ୍ଦ୍ର ଅବଗତ ହେବାରେ କୌଣସି ଅସୁବିଧା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର