ମନୋରଞ୍ଜନ
ଧନତେରାସ୍ରେ ସୁନା କିଣିବାକୁ ଯିବା ପୂର୍ବରୁ ଏହି ସବୁ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ, ନହେଲେ ଠକାମିର ଶିକାର ହୋଇପାରନ୍ତି
ଆଜି ଧନତେରାସ୍। ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ। ଧନତେରାସ୍ ଅବସରରେ ଭଗବାନ ଧନ୍ବନ୍ତରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହାକୁ ପାଳନ କରାଯାଏ । ଏହି ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ମୁଖ୍ୟ ଦ୍ବାରକୁ ସୁନ୍ଦର କରି ମାଙ୍କୁ ସ୍ବାଗତ କରାଯାଏ । ଏଥି ସହିତ ବିଶ୍ବାସ ଅନୁଯାୟୀ ଏହି ଦିନରେ ସୁନା ଅଳଙ୍କାର […]
ଆଜି ଧନତେରାସ୍। ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ। ଧନତେରାସ୍ ଅବସରରେ ଭଗବାନ ଧନ୍ବନ୍ତରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହାକୁ ପାଳନ କରାଯାଏ । ଏହି ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ମୁଖ୍ୟ ଦ୍ବାରକୁ ସୁନ୍ଦର କରି ମାଙ୍କୁ ସ୍ବାଗତ କରାଯାଏ । ଏଥି ସହିତ ବିଶ୍ବାସ ଅନୁଯାୟୀ ଏହି ଦିନରେ ସୁନା ଅଳଙ୍କାର କିଣିଲେ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଥାନ୍ତି। ଏଥି ସହିତ ପରିବାରର ସୁଖ ସମୃଦ୍ଧି ଆସିଥାଏ। ଏହି ଦିନ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି ।
ତେବେ ସୁନା କିଣିବା ପୂର୍ବରୁ ଗ୍ରାହକଙ୍କୁ ଶୁଭ ମୁହୂର୍ତ୍ତ ବିଷୟରେ ଧାରଣା ରହିବା ଦରକାର। କାରଣ ଶୁଭ ମୁହୂର୍ତ୍ତରେ ସୁନା-ରୁପା ଅଳଙ୍କାର କିଣିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହେଇଥାନ୍ତି। ଧନତେରାସ ନଭେମ୍ବର ୨ ତାରିଖ ସକାଳ ୫ଟା ୩୭ ମିନିଟରୁ ରାତି ୮ଟା ୧୧ ପର୍ୟ୍ୟନ୍ତ ଶୁଭ ମୁହୂର୍ତ୍ତ ଅଛି। ବୃଷଭ କାଳ ସନ୍ଧ୍ୟା ୬ଟା ୧୮ ମିନିଟରୁ ୮ଟା ୧୪ ଯାଏଁ ରହିବ। ଧନତେରସ ପାଇଁ ପୂଜାର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୬ଟା ୧୮ରୁ ରାତି ୮ଟା ୧୪ ଯାଏଁ ରହିଛି।
ତେବେ ଆପଣ ବି ଯଦି ଆଜି ସୁନା କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏ ସବୁ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ। ନହେଲେ ଠାକାମିର ଶିକାର ହୋଇ ପାରନ୍ତି
ଶୁଦ୍ଧତା ଯାଞ୍ଚ କରନ୍ତୁ
ସୁନା କିଣିବା ପୂର୍ବରୁ ସୁନାର ଶୁଦ୍ଧତା ମୁଖ୍ୟତଃ କ୍ୟାରେଟରେ ମପା ଯାଇଥାଏ । ୨୪ କ୍ୟାରେଟ୍ ଗୋଲ୍ଡକୁ ୯୯.୦୯ ପ୍ରତିଶତ ଶୁଦ୍ଧ ମାନୁଥିବାବେଳେ ୨୨ କ୍ୟାରେଟକୁ ୯୨ ପ୍ରତିଶତ ଶୁଦ୍ଧ ସୁନା ବୋଲି ଗଣାଯାଏ । ସୁନାର ଶୁଦ୍ଧତା ଯାଞ୍ଚ ପୂର୍ବରୁ ସୁନା କିଣନ୍ତୁ ନାହିଁ । ସୁନା କିଣିବା ପୂର୍ବରୁ ହଲମାର୍କର ଯାଞ୍ଚ ନିଶ୍ଚିତ ରୁପେ କରାନ୍ତୁ ।
ହଲମାର୍କ ଚେକ୍ କରିବାକୁ ଭୂଲନ୍ତୁ ନାହିଁ
ସୁନା କିଣିବା ପୂର୍ବରୁ ନିରପତ୍ତା ଦୃଷ୍ଟିରୁ ହଲମାର୍କ ଯାଞ୍ଚ କରନ୍ତୁ । ସୁନା ଉପରେ ହଲମାର୍କ ଚିହ୍ନ ସୁନାର ସୁଦ୍ଧତାକୁ ଦର୍ଶାଇଥାଏ । ଯଦି ସୁନାର କୌଣସି ଅଂଶରେ ବିଆଇଏସର ଚିହ୍ନ ଅଛି ତେବେ ଆପଣ ନିଶ୍ଚିତ ହୋଇ ସୁନା କିଣି ପାରିବେ ।
ଗୋଲ୍ଡ ଜୁଏଲାରୀ ଉପରେ ଲାଗୁଥିବା ଅଲଗା ଚାର୍ଜ ଜାଣନ୍ତୁ
ସୁନା କିଣୁଥିବା ସମୟରେ ମଧ୍ୟ ଆପଣ ଏ ସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ସୁନା କିଣିଲା ବେଳେ କେବଳ ସୁନାର ଦର ସହ ଆପରଙ୍କୁ ଅଳଙ୍କାରର ମେକିଂ ଚାର୍ଜ ମଧ୍ୟ ଦେବାକୁ ପଡିବ । ସୁନାର ମୂଲ୍ୟ ଉପରେ ଆପଣଙ୍କୁ ୩ ପ୍ରତିଶତ ଜିଏସଟି ଦେବାକୁ ପଡୁଥିବାବେଳେ ମେକିଂ ଚାର୍ଜ ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ ।






