ସ୍ୱାସ୍ଥ୍ୟ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ: ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ, ବହିଷ୍କାର ହେବେ ଚୁକ୍ତିଭିତ୍ତିକ ଡାକ୍ତର

Madhusudan Das Picture
Published On

ସା (OMSA) ସଦସ୍ୟ, ଓଏମଏଚଏସ (OMHS) କ୍ୟାଡରର ଡାକ୍ତର ଏବଂ କିଛି ଚୁକ୍ତିଭିତ୍ତିକ ଡାକ୍ତର ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବର୍ଜନ କରିଛନ୍ତି। ଏହି ଧର୍ମଘଟ ଯୋଗୁଁ ସାଧାରଣ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

କର୍ତ୍ତୃପକ୍ଷ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଡ୍ୟୁଟିରେ ଅନୁପସ୍ଥିତ ଥିବା ସମସ୍ତ ଓଏମଏଚଏସ (OMHS) କ୍ୟାଡର ଡାକ୍ତରଙ୍କ ଦରମା ସ୍ଥଗିତ ରଖାଯିବ। ଏହା ସହ ଯେଉଁ ଚୁକ୍ତିଭିତ୍ତିକ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିବେ, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ପରେ ଚାକିରିରୁ ବିଦା କରାଯିବ ବୋଲି ପତ୍ରରେ ସ୍ପଷ୍ଟ କରାଯାଇଛି। ସ୍ୱାସ୍ଥ୍ୟ ପରି ଅତ୍ୟାବଶ୍ୟକ ସେବାରେ କୌଣସି ପ୍ରକାର ବାଧା ସୃଷ୍ଟି କରାଯାଇପାରିବ ନାହିଁ ବୋଲି ସରକାର ନିଜର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ଆକ୍ସନ ଚିଠିକୁ ଜୁନିୟର ଡାକ୍ତର ଆସୋସିଏସନ୍‌ ବିରୋଧ କରିଛନ୍ତି । ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମା ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛି ଜୁନିୟର ଡାକ୍ତର ଆସୋସିଏସନ୍‌ । ନଚେତ୍‌ ଆସନ୍ତାକାଲିଠାରୁ ୧ ଘଣ୍ଟା ଓପିଡିରେ ଚିକିତ୍ସା ସେବା ବନ୍ଦ ରଖିବା ସହ ପିଜି ଛାତ୍ରଛାତ୍ରୀ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ଆସୋସିଏସନ୍‌ । 

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର