କଣ୍ଠଶିଳ୍ପୀ ଅଭିଜିତ୍‌ ମଜୁମଦାରଙ୍କ ଦେହାନ୍ତ, ଭୁବନଶ୍ବେର ଏମସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Madhusudan Das Picture
Published On

ଭୁବନେଶ୍ୱର: ପରଲୋକରେ ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍‌ ମଜୁମଦାର ।  ୫୪ବର୍ଷ ବୟସରେ ଭୁବନଶ୍ବେର ଏମସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର  ମୃତ୍ୟୁ ଘଟିଛି ।  ସେଲିଭର ଜନିତ ରୋଗରେ ପୀଡିତ ହୋଇଥିଲେ ।  ଗତକାଲିଠୁ ଗୁରୁତର ହୋଇ  ମେଡିକାଲରେ  ଭର୍ତ୍ତି ହୋଇଥିଲେ  ।  

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିଲା । ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ସକାଳ ୯.୦୨ ମିନିଟ ରେ ତାଙ୍କର ମୃତ୍ୟୁ ହୋଇଛି । ମଲ୍ଟି ଅର୍ଗାନ ଫେଲ ହେବା ଯୋଗୁ କୋମାରେ ଥିଲେ ଅଭିଜିତ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଓଲିଉଡରେ ଅଭିଜିତ ଦାଦା ଭାବେ ପରିଚିତ ଥିଲେ ସେ । ସିନେମା ସହ ଆଲବମ୍ ଗୀତରେ ଶ୍ରୋତାଙ୍କ ମନ ମହୁଥିଲେ ଅଭିଜିତ । ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ କଣ୍ଠଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର