ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କ ସଙ୍କେତ; କମି ପାରେ ପେଟ୍ରୋଲ-ଡିଜେଲ ଦର, ଅପେକ୍ଷା କରିବାକୁ ପଡ଼ିବ ୩ ମାସ …

The Sakala Picture
Published On

ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ କମିପାରେ ପେଟ୍ରୋଲ ଏବଂ ଡିଜେଲ ଦର। ଗୁରୁବାର ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ। ହେଲେ ଏଥିରେ ଏକ କେଁ ରହିଛି। ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଯଦି ଅଶୋଧିତ ତୈଳ ଦର ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାରେଲ୍‌ ପିଛା ୬୫ ଡଲାର ରୁହେ,  ତେବେ ଆଶା କରାଯାଇପାରେ ଯେ, ଆଗାମୀ ୨- ୩ ମାସରେ […]

ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ କମିପାରେ ପେଟ୍ରୋଲ ଏବଂ ଡିଜେଲ ଦର। ଗୁରୁବାର ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ। ହେଲେ ଏଥିରେ ଏକ କେଁ ରହିଛି। ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଯଦି ଅଶୋଧିତ ତୈଳ ଦର ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାରେଲ୍‌ ପିଛା ୬୫ ଡଲାର ରୁହେ,  ତେବେ ଆଶା କରାଯାଇପାରେ ଯେ, ଆଗାମୀ ୨- ୩ ମାସରେ ପେଟ୍ରୋଲ ଏବଂ ଡିଜେଲ ଦାମ୍ କମ୍ ହୋଇପାରେ। ଅବଶ୍ୟ ସେ ଏହା ମଧ୍ୟ କହିଛନ୍ତି, ଦର କ୍ରୁଡ୍‌ର ସ୍ଥିର ସ୍ଥିତି ଉପରେ ନିର୍ଭର କରିଥାଏ। କାରଣ ଯଦି ଇରାନ- ଇସ୍ରାଏଲ ଯୁଦ୍ଧ ଭଳି କୌଣସି ବଡ଼ ଭୂ-ରାଜନୈତିକ ଘଟଣା ଘଟେ ତେବେ ସ୍ଥିତି ପୁଣି ବଦଳିଯାଇପାରେ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ସୂଚନାଥାଉ କି, ନିକଟରେ ବିଶ୍ବ ବଜାରରେ ତେଲ ଦର ବ୍ୟାରେଲ ପିଛା ୬୫ ଡଲାରକୁ ଖସିଆସିଛି। ଏଥିଯୋଗୁ ତୈଳ କମ୍ପାନୀଙ୍କ ଲାଭ ବଢ଼ୁଛି। ଏମିତିରେ ସରକାର ପେଟ୍ରୋଲ ଏବଂ ଡିଜେଲର ଦାମ୍ କମାଇ ଲୋକଙ୍କୁ ଆଶ୍ବସ୍ତି ଦେଇପାରନ୍ତି। ରେଟିଂ ଏଜେନ୍ସି ଅନୁସାରେ ବର୍ତ୍ତମାନ ତେଲ କମ୍ପାନୀଗୁଡିକ ପେଟ୍ରୋଲ ଲିଟର ପିଛା ୧୨- ୧୫ ଟଙ୍କା ଏବଂ ଡିଜେଲ ଲିଟର ଉପରେ ୬ ଟଙ୍କା ୧୨ ପଇସା ଲାଭ କରୁଛନ୍ତି। ହେଲେ ଏହା ସତ୍ତ୍ବେ ବି କମ୍ପାନୀ ବିଗତ ଏକ ବର୍ଷରୁ ଅଧିକ ସମୟ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଖାଉଟିଙ୍କୁ କୌଣସି ରିଆତି ଦେଇନାହାଁନ୍ତି। ପୂର୍ବରୁ ସରକାର ଏପ୍ରିଲରେ ଲିଟର ପିଛା ୨ ଟଙ୍କା ଉତ୍ପାଦ ଶୁଳ୍କ ବଢ଼ାଇଥିଲେ। ଏହାର ଆଢ଼ୁଆଳରେ କମ୍ପାନୀ ଦାମ କମାଇବାରୁ ବର୍ତ୍ତିଯାଇଥିଲେ। ଖାଲି ସେତିକି ନୁହେଁ କମ୍ପାନୀଗୁଡିକ ଦୀର୍ଘ ସମୟରୁ କ୍ଷତିର ଦ୍ବାହି ଦେଇ ଦାମ୍ କମାଉନାହାଁନ୍ତି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

18 Jul 2025 By The Sakala

ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କ ସଙ୍କେତ; କମି ପାରେ ପେଟ୍ରୋଲ-ଡିଜେଲ ଦର, ଅପେକ୍ଷା କରିବାକୁ ପଡ଼ିବ ୩ ମାସ …

ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ କମିପାରେ ପେଟ୍ରୋଲ ଏବଂ ଡିଜେଲ ଦର। ଗୁରୁବାର ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ। ହେଲେ ଏଥିରେ ଏକ କେଁ ରହିଛି। ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଯଦି ଅଶୋଧିତ ତୈଳ ଦର ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାରେଲ୍‌ ପିଛା ୬୫ ଡଲାର ରୁହେ,  ତେବେ ଆଶା କରାଯାଇପାରେ ଯେ, ଆଗାମୀ ୨- ୩ ମାସରେ ପେଟ୍ରୋଲ ଏବଂ ଡିଜେଲ ଦାମ୍ କମ୍ ହୋଇପାରେ। ଅବଶ୍ୟ ସେ ଏହା ମଧ୍ୟ କହିଛନ୍ତି, ଦର କ୍ରୁଡ୍‌ର ସ୍ଥିର ସ୍ଥିତି ଉପରେ ନିର୍ଭର କରିଥାଏ। କାରଣ ଯଦି ଇରାନ- ଇସ୍ରାଏଲ ଯୁଦ୍ଧ ଭଳି କୌଣସି ବଡ଼ ଭୂ-ରାଜନୈତିକ ଘଟଣା ଘଟେ ତେବେ ସ୍ଥିତି ପୁଣି ବଦଳିଯାଇପାରେ।

ସୂଚନାଥାଉ କି, ନିକଟରେ ବିଶ୍ବ ବଜାରରେ ତେଲ ଦର ବ୍ୟାରେଲ ପିଛା ୬୫ ଡଲାରକୁ ଖସିଆସିଛି। ଏଥିଯୋଗୁ ତୈଳ କମ୍ପାନୀଙ୍କ ଲାଭ ବଢ଼ୁଛି। ଏମିତିରେ ସରକାର ପେଟ୍ରୋଲ ଏବଂ ଡିଜେଲର ଦାମ୍ କମାଇ ଲୋକଙ୍କୁ ଆଶ୍ବସ୍ତି ଦେଇପାରନ୍ତି। ରେଟିଂ ଏଜେନ୍ସି ଅନୁସାରେ ବର୍ତ୍ତମାନ ତେଲ କମ୍ପାନୀଗୁଡିକ ପେଟ୍ରୋଲ ଲିଟର ପିଛା ୧୨- ୧୫ ଟଙ୍କା ଏବଂ ଡିଜେଲ ଲିଟର ଉପରେ ୬ ଟଙ୍କା ୧୨ ପଇସା ଲାଭ କରୁଛନ୍ତି। ହେଲେ ଏହା ସତ୍ତ୍ବେ ବି କମ୍ପାନୀ ବିଗତ ଏକ ବର୍ଷରୁ ଅଧିକ ସମୟ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଖାଉଟିଙ୍କୁ କୌଣସି ରିଆତି ଦେଇନାହାଁନ୍ତି। ପୂର୍ବରୁ ସରକାର ଏପ୍ରିଲରେ ଲିଟର ପିଛା ୨ ଟଙ୍କା ଉତ୍ପାଦ ଶୁଳ୍କ ବଢ଼ାଇଥିଲେ। ଏହାର ଆଢ଼ୁଆଳରେ କମ୍ପାନୀ ଦାମ କମାଇବାରୁ ବର୍ତ୍ତିଯାଇଥିଲେ। ଖାଲି ସେତିକି ନୁହେଁ କମ୍ପାନୀଗୁଡିକ ଦୀର୍ଘ ସମୟରୁ କ୍ଷତିର ଦ୍ବାହି ଦେଇ ଦାମ୍ କମାଉନାହାଁନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର