ବର୍ଷୀୟାନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ, ୭୫ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

The Sakala Picture
Published On

ମୁମ୍ବାଇ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବର୍ଷୀୟାନ ଅଭିନେତ୍ରୀ ସୁରେଖା ସିକ୍ରି ଆଉ ନାହାନ୍ତି । ହୃଦଘାତ କାରଣରୁ ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସୁରେଖା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଚର୍ଚ୍ଚିତ ସିରିଏଲ ‘ବାଲିକା ବଧୂ’ରେ ‘ଦାଦି ସା’ ଭୂମିକାରେ ଅଭିନୟ କରି ହାତେଇଥିଲେ କୋଟି କୋଟି ପ୍ରଶଂସା । ସୁରେଖାଙ୍କ ମୃତ୍ୟୁ ଯୋଗୁଁ ହିନ୍ଦୀ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି। […]

ମୁମ୍ବାଇ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବର୍ଷୀୟାନ ଅଭିନେତ୍ରୀ ସୁରେଖା ସିକ୍ରି ଆଉ ନାହାନ୍ତି । ହୃଦଘାତ କାରଣରୁ ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସୁରେଖା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଚର୍ଚ୍ଚିତ ସିରିଏଲ ‘ବାଲିକା ବଧୂ’ରେ ‘ଦାଦି ସା’ ଭୂମିକାରେ ଅଭିନୟ କରି ହାତେଇଥିଲେ କୋଟି କୋଟି ପ୍ରଶଂସା । ସୁରେଖାଙ୍କ ମୃତ୍ୟୁ ଯୋଗୁଁ ହିନ୍ଦୀ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ଶୁକ୍ରବାର ସକାଳେ ସୁରେଖା ସିକ୍ରି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ମ୍ୟାନେଜର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

‘ବାଲିକା ବଧୂ’ ଫେମ୍ ସୁରେଖା ସିକ୍ରି ସେପ୍ଟେମ୍ବର ୨୦୨୦ରେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ଏହାପୂର୍ବରୁ ନଭେମ୍ବର ୨୦୧୮ରେ ସୁରେଖାଙ୍କୁ ବ୍ରେନ୍ ଷ୍ଟ୍ରୋକ ହୋଇଥିଲା । ଯେଉଁଥିପାଇଁ ସେ ପକ୍ଷାଘାତରେ ପୀଡିତ ହୋଇଥିଲେ। ସୁଟିଂ ସେଟ୍ ରେ ହିଁ ସେ ପଡ଼ିଯାଇଥିଲେ ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ସୁରେଖା ସିକ୍ରି ଥିଏଟର ସହ ଅନେକ ଟିଭି ସିରିଏଲ୍ ଏବଂ ଫିଲ୍ମରେ କାମ କରିଛନ୍ତି | ସେ ୧୯୭୮ ମସିହାରେ ରାଜନୈତିକ ଡ୍ରାମା ‘କିସା କୁର୍ସି କା’ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ସେ ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ | ଏହି ଫିଲ୍ମ ଗୁଡିକ ହେଲା ତମସ୍ (୧୯୮୮), ମମୋ (୧୯୫୫) ଏବଂ ବଧାଇ ହୋ (୨୦୧୮) |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର