ନିରାଶ କଲା ଜିଏସ୍‌ଟି ପରିଷଦ: ଶସ୍ତା ହେବନି ସ୍ବାସ୍ଥ୍ୟ ଓ ଟର୍ମ ବୀମା, ଜିଏସ୍‌ଟିରେ ପେଟ୍ରୋଲ-ଡିଜେଲ ସାମିଲକୁ ରାଜ୍ୟଙ୍କ ବିରୋଧ

The Sakala Picture
Published On

ଜୈସାଲମେର: ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) କାଉନସିଲ୍‌ର ୫୫ ତମ ବୈଠକ ରାଜସ୍ଥାନ ଜୈସାଲମେରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହା ଉପରେ ସାରା ଦେଶର ନଜର ରହିଥିଲା। ଲୋକେ ଅନେକ ଆଶା ରଖିଥିଲେ। ମାତ୍ର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସବୁଠୁ ଅଧିକ ନିରାଶ କରିଛି। ସରକାର ସ୍ବାସ୍ଥ୍ୟ ବୀମା, ଜୀବନ ବୀମା ଏବଂ ଟର୍ମ ଇନ୍‌ସ୍ୟୁରାନ୍ସ ଉପରେ ଜିଏସ୍‌ଟି ହାର ହ୍ରାସ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏଭଳି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। […]

ଜୈସାଲମେର: ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) କାଉନସିଲ୍‌ର ୫୫ ତମ ବୈଠକ ରାଜସ୍ଥାନ ଜୈସାଲମେରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହା ଉପରେ ସାରା ଦେଶର ନଜର ରହିଥିଲା। ଲୋକେ ଅନେକ ଆଶା ରଖିଥିଲେ। ମାତ୍ର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସବୁଠୁ ଅଧିକ ନିରାଶ କରିଛି। ସରକାର ସ୍ବାସ୍ଥ୍ୟ ବୀମା, ଜୀବନ ବୀମା ଏବଂ ଟର୍ମ ଇନ୍‌ସ୍ୟୁରାନ୍ସ ଉପରେ ଜିଏସ୍‌ଟି ହାର ହ୍ରାସ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏଭଳି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମନ୍ତ୍ରୀଗୋଷ୍ଠୀ (ଜିଓଏମ)ଙ୍କ ମଧ୍ୟରେ ଏହାକୁ ନେଇ ସହମତି ପ୍ରକାଶ ପାଇ ନାହିଁ। ଏହା ଉପରୁ ଟିକସ ହ୍ରାସ କରାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ସ୍ପଷ୍ଟ କରିଦେଇଛନ୍ତି। ରାଜ୍ୟଗୁଡିକର ବିରୋଧ ଯୋଗୁଁ ପରବର୍ତ୍ତୀ ବୈଠକ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି। ନିୟାମକ କର୍ତ୍ତୃପକ୍ଷଙ୍କ ରିପୋର୍ଟ ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ନିର୍ମଳା କହିଛନ୍ତି। ସେହିପରି ‘ଫୁଡ୍‌ ଡେଲିଭରି ଆପ୍‌’ ଉପରେ କେତେ ଜିଏସ୍‌ଟି ଲାଗିବ ତାହାକୁ ନେଇ ନିଷ୍ପତ୍ତି ହୋଇପାରି ନାହିଁ। ଏହା ବ୍ୟତୀତ ପେଟ୍ରୋଲ-ଡିଜେଲ ଏବଂ ବିମାନ ଇନ୍ଧନକୁ ଜିଏସ୍‌ଟି ପରିସରରେ ସାମିଲ କରିବାକୁ ସବୁ ରାଜ୍ୟ ବିରୋଧ କରିଛନ୍ତି। ଏହାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ଏହି ବୈଠକରେ ପପ୍‌କର୍ଣ୍ଣ ଉପରେ ଜିଏସ୍‌ଟିକୁ ୫ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାଧାରଣ ଲୁଣ ଏବଂ ମସଲାରେ ପ୍ରସ୍ତୁତ ହୋଇ ବିନା ପ୍ୟାକେଟରେ ବିକ୍ରି ପପ୍‌କର୍ଣ୍ଣ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗିବ। ସେହିପରି ପ୍ୟାକେଜ ଏବଂ ବ୍ୟାଚ୍‌ ଥିବା ପପକର୍ଣ୍ଣରେ ୧୨% ଏବଂ ଚିନି ଭଳି ଶର୍କରା ଯୁକ୍ତ ପପକର୍ଣ୍ଣରେ ୧୮% ଜିଏସ୍‌ଟି ଲାଗିବ। ସେହିପରି ଇଭି ସମେତ ପୁରୁଣା କାର୍‌ ବିକ୍ରି ଉପରେ ଜିଏସ୍‌ଟିକୁ ୧୮ ପ୍ରତିଶତ ରଖାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂଆ ଇଭି କିଣିଲେ ୫% ଜିଏସ୍‌ଟି ଦେବାକୁ ପଡ଼ିଥାଏ। ଯଦି କୌଣସି ବ୍ୟକ୍ତି ପୁରୁଣା ଇଭି କିଣିବେ କିମ୍ବା ବିକ୍ରି କରିବେ ତେବେ ଜିଏସଟି ଦେବାକୁ ପଡ଼ିବନି। ମାତ୍ର ଯଦି କୌଣସି କମ୍ପାନୀ ଏହାକୁ କିଣି ବିକ୍ରି କରିବ ତେବେ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ହେବ। ଏଭଳି ସ୍ଥିତିରେ ପେଟ୍ରୋଲ-ଡିଜେଲ ଗାଡ଼ି ଭଳି ଜିଏସ୍‌ଟି ଲାଗିବ। ଏହି ବୈଠକରେ ୫୦ ପ୍ରତିଶତରୁ ଅଧିକ ଫ୍ଲାଇଆସ୍‌ ଥିବା ଇଟା (ବ୍ଲକ୍ସ)ରେ ୫ ପ୍ରତିଶତ ଟିକସ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

୫୫ତମ ବୈଠକରେ ଉସୁନା ଚାଉଳ ଉପରେ ଟିକସକୁ ୧୮ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରିଦିଆଯାଇଛି। ଏହାର ଚାଷକୁ ମଧ୍ୟ ଜିଏସ୍‌ଟିରୁ ବାଦ୍‌ ଦିଆଯାଇଛି। ଜିନ୍‌ ଥେରାପି ପାଇଁ ଜିଏସ୍‌ଟି ଦେବାକୁ ପଡ଼ିବନି। ଚାଷୀଙ୍କୁ ଆଶ୍ବସ୍ତି ଦେଇ ଗୋଲମରିଚ ଏବଂ କିସ୍‌ମିସ୍‌ ବିକ୍ରି ଉପରେ ଜିଏସ୍‌ଟିକୁ ଛାଡ଼ କରାଯାଇଛି। ସେହିପରି ୨୦୦୦ ଟଙ୍କାରୁ କମ୍‌ ପେମେଣ୍ଟ କରୁଥିବା ପେମେଣ୍ଟ ଏଗ୍ରିଗ୍ରେଟର୍ସଙ୍କୁ ଜିଏସ୍‌ଟି ମୁକ୍ତ ରଖାଯାଇଛି। ଋଣ ସର୍ତ୍ତ ପାଳନ ନ କଲେ ବ୍ୟାଙ୍କ ଏବଂ ଏନବିଏଫ୍‌ସିଙ୍କ ପକ୍ଷରୁ ଆଦାୟ କରାଯାଉଥିବା ଜୋରିମାନା ଉପରେ ମଧ୍ୟ କୌଣସି ଜିଏସ୍‌ଟି ଲାଗିବ ନାହିଁ। ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର (ଏଲଆର-ଏସଏଏମ) ଏବଂ ଏହାର ସିଷ୍ଟମ ଉପରେ ଜିଏସ୍‌ଟି ରିଆତିକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ କ୍ଷୁଦ୍ର କମ୍ପାନୀଙ୍କୁ ଆଶ୍ବସ୍ତି ଦେବାକୁ ଏବଂ ପଞ୍ଜିକରଣକୁ ସରଳ କରିବା ପାଇଁ ସରକାର ନୂଆ ନିୟମ ଆଣୁଛନ୍ତି। ଜିଏସ୍‌ଟି ପରିଷଦର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅର୍ଥମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ତାଙ୍କ ସହଯୋଗୀ ତଥା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ପ୍ରମୁଖ ନେତା ଏବଂ ଅଧିକାରୀ ସାମିଲ ହୋଇଥିଲେ। ଏହି ଅବସରରେ ଓଡ଼ିଶା, ଗୋଆ, ଜମ୍ମୁ-କଶ୍ମୀର, ହରିୟାଣା, ମେଘାଳୟ ମୁଖ୍ୟମନ୍ତ୍ରୀ, ଅରୁଣାଚଳ ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ତେଲଙ୍ଗାନା ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ରାଜ୍ୟ ଅର୍ଥମନ୍ତ୍ରୀ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

22 Dec 2024 By The Sakala

ନିରାଶ କଲା ଜିଏସ୍‌ଟି ପରିଷଦ: ଶସ୍ତା ହେବନି ସ୍ବାସ୍ଥ୍ୟ ଓ ଟର୍ମ ବୀମା, ଜିଏସ୍‌ଟିରେ ପେଟ୍ରୋଲ-ଡିଜେଲ ସାମିଲକୁ ରାଜ୍ୟଙ୍କ ବିରୋଧ

ଜୈସାଲମେର: ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) କାଉନସିଲ୍‌ର ୫୫ ତମ ବୈଠକ ରାଜସ୍ଥାନ ଜୈସାଲମେରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହା ଉପରେ ସାରା ଦେଶର ନଜର ରହିଥିଲା। ଲୋକେ ଅନେକ ଆଶା ରଖିଥିଲେ। ମାତ୍ର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସବୁଠୁ ଅଧିକ ନିରାଶ କରିଛି। ସରକାର ସ୍ବାସ୍ଥ୍ୟ ବୀମା, ଜୀବନ ବୀମା ଏବଂ ଟର୍ମ ଇନ୍‌ସ୍ୟୁରାନ୍ସ ଉପରେ ଜିଏସ୍‌ଟି ହାର ହ୍ରାସ କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏଭଳି କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ମନ୍ତ୍ରୀଗୋଷ୍ଠୀ (ଜିଓଏମ)ଙ୍କ ମଧ୍ୟରେ ଏହାକୁ ନେଇ ସହମତି ପ୍ରକାଶ ପାଇ ନାହିଁ। ଏହା ଉପରୁ ଟିକସ ହ୍ରାସ କରାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ସ୍ପଷ୍ଟ କରିଦେଇଛନ୍ତି। ରାଜ୍ୟଗୁଡିକର ବିରୋଧ ଯୋଗୁଁ ପରବର୍ତ୍ତୀ ବୈଠକ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି। ନିୟାମକ କର୍ତ୍ତୃପକ୍ଷଙ୍କ ରିପୋର୍ଟ ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ନିର୍ମଳା କହିଛନ୍ତି। ସେହିପରି ‘ଫୁଡ୍‌ ଡେଲିଭରି ଆପ୍‌’ ଉପରେ କେତେ ଜିଏସ୍‌ଟି ଲାଗିବ ତାହାକୁ ନେଇ ନିଷ୍ପତ୍ତି ହୋଇପାରି ନାହିଁ। ଏହା ବ୍ୟତୀତ ପେଟ୍ରୋଲ-ଡିଜେଲ ଏବଂ ବିମାନ ଇନ୍ଧନକୁ ଜିଏସ୍‌ଟି ପରିସରରେ ସାମିଲ କରିବାକୁ ସବୁ ରାଜ୍ୟ ବିରୋଧ କରିଛନ୍ତି। ଏହାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି।

ଏହି ବୈଠକରେ ପପ୍‌କର୍ଣ୍ଣ ଉପରେ ଜିଏସ୍‌ଟିକୁ ୫ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାଧାରଣ ଲୁଣ ଏବଂ ମସଲାରେ ପ୍ରସ୍ତୁତ ହୋଇ ବିନା ପ୍ୟାକେଟରେ ବିକ୍ରି ପପ୍‌କର୍ଣ୍ଣ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗିବ। ସେହିପରି ପ୍ୟାକେଜ ଏବଂ ବ୍ୟାଚ୍‌ ଥିବା ପପକର୍ଣ୍ଣରେ ୧୨% ଏବଂ ଚିନି ଭଳି ଶର୍କରା ଯୁକ୍ତ ପପକର୍ଣ୍ଣରେ ୧୮% ଜିଏସ୍‌ଟି ଲାଗିବ। ସେହିପରି ଇଭି ସମେତ ପୁରୁଣା କାର୍‌ ବିକ୍ରି ଉପରେ ଜିଏସ୍‌ଟିକୁ ୧୮ ପ୍ରତିଶତ ରଖାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂଆ ଇଭି କିଣିଲେ ୫% ଜିଏସ୍‌ଟି ଦେବାକୁ ପଡ଼ିଥାଏ। ଯଦି କୌଣସି ବ୍ୟକ୍ତି ପୁରୁଣା ଇଭି କିଣିବେ କିମ୍ବା ବିକ୍ରି କରିବେ ତେବେ ଜିଏସଟି ଦେବାକୁ ପଡ଼ିବନି। ମାତ୍ର ଯଦି କୌଣସି କମ୍ପାନୀ ଏହାକୁ କିଣି ବିକ୍ରି କରିବ ତେବେ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ହେବ। ଏଭଳି ସ୍ଥିତିରେ ପେଟ୍ରୋଲ-ଡିଜେଲ ଗାଡ଼ି ଭଳି ଜିଏସ୍‌ଟି ଲାଗିବ। ଏହି ବୈଠକରେ ୫୦ ପ୍ରତିଶତରୁ ଅଧିକ ଫ୍ଲାଇଆସ୍‌ ଥିବା ଇଟା (ବ୍ଲକ୍ସ)ରେ ୫ ପ୍ରତିଶତ ଟିକସ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି।

୫୫ତମ ବୈଠକରେ ଉସୁନା ଚାଉଳ ଉପରେ ଟିକସକୁ ୧୮ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରିଦିଆଯାଇଛି। ଏହାର ଚାଷକୁ ମଧ୍ୟ ଜିଏସ୍‌ଟିରୁ ବାଦ୍‌ ଦିଆଯାଇଛି। ଜିନ୍‌ ଥେରାପି ପାଇଁ ଜିଏସ୍‌ଟି ଦେବାକୁ ପଡ଼ିବନି। ଚାଷୀଙ୍କୁ ଆଶ୍ବସ୍ତି ଦେଇ ଗୋଲମରିଚ ଏବଂ କିସ୍‌ମିସ୍‌ ବିକ୍ରି ଉପରେ ଜିଏସ୍‌ଟିକୁ ଛାଡ଼ କରାଯାଇଛି। ସେହିପରି ୨୦୦୦ ଟଙ୍କାରୁ କମ୍‌ ପେମେଣ୍ଟ କରୁଥିବା ପେମେଣ୍ଟ ଏଗ୍ରିଗ୍ରେଟର୍ସଙ୍କୁ ଜିଏସ୍‌ଟି ମୁକ୍ତ ରଖାଯାଇଛି। ଋଣ ସର୍ତ୍ତ ପାଳନ ନ କଲେ ବ୍ୟାଙ୍କ ଏବଂ ଏନବିଏଫ୍‌ସିଙ୍କ ପକ୍ଷରୁ ଆଦାୟ କରାଯାଉଥିବା ଜୋରିମାନା ଉପରେ ମଧ୍ୟ କୌଣସି ଜିଏସ୍‌ଟି ଲାଗିବ ନାହିଁ। ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର (ଏଲଆର-ଏସଏଏମ) ଏବଂ ଏହାର ସିଷ୍ଟମ ଉପରେ ଜିଏସ୍‌ଟି ରିଆତିକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ କ୍ଷୁଦ୍ର କମ୍ପାନୀଙ୍କୁ ଆଶ୍ବସ୍ତି ଦେବାକୁ ଏବଂ ପଞ୍ଜିକରଣକୁ ସରଳ କରିବା ପାଇଁ ସରକାର ନୂଆ ନିୟମ ଆଣୁଛନ୍ତି। ଜିଏସ୍‌ଟି ପରିଷଦର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅର୍ଥମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ତାଙ୍କ ସହଯୋଗୀ ତଥା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ପ୍ରମୁଖ ନେତା ଏବଂ ଅଧିକାରୀ ସାମିଲ ହୋଇଥିଲେ। ଏହି ଅବସରରେ ଓଡ଼ିଶା, ଗୋଆ, ଜମ୍ମୁ-କଶ୍ମୀର, ହରିୟାଣା, ମେଘାଳୟ ମୁଖ୍ୟମନ୍ତ୍ରୀ, ଅରୁଣାଚଳ ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ତେଲଙ୍ଗାନା ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ରାଜ୍ୟ ଅର୍ଥମନ୍ତ୍ରୀ ସାମିଲ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର