ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୧୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆମ୍ ଆଦମୀ ପାର୍ଟି

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆମ୍ ଆଦମୀ ପାର୍ଟି । ଆମ୍ ଆଦମୀ ପାର୍ଟି ତା’ର ପ୍ରଥମ ପ୍ରାର୍ଥୀ ତାଲିକାରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ଆପ୍‌ର ଏହି ପ୍ରାର୍ଥୀ ତାଲିକାରେ ରହିଛି ୬ଟି ସର୍‌ପ୍ରାଇଜ୍‌। ବିଜେପି ଏବଂ କଂଗ୍ରେସରୁ ଆପ୍‌କୁ ଆସିଥିବା ୬ ଜଣଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ସରପ୍ରାଇଜ କରିଛି ଦଳ। ଦିଲ୍ଲୀ ବିଧାନସଭାର ଚଳିତ କାର୍ଯ୍ୟକାଳ […]

ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଆମ୍ ଆଦମୀ ପାର୍ଟି । ଆମ୍ ଆଦମୀ ପାର୍ଟି ତା’ର ପ୍ରଥମ ପ୍ରାର୍ଥୀ ତାଲିକାରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ଆପ୍‌ର ଏହି ପ୍ରାର୍ଥୀ ତାଲିକାରେ ରହିଛି ୬ଟି ସର୍‌ପ୍ରାଇଜ୍‌। ବିଜେପି ଏବଂ କଂଗ୍ରେସରୁ ଆପ୍‌କୁ ଆସିଥିବା ୬ ଜଣଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ସରପ୍ରାଇଜ କରିଛି ଦଳ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଦିଲ୍ଲୀ ବିଧାନସଭାର ଚଳିତ କାର୍ଯ୍ୟକାଳ ୨୦୨୫ ଫେବୃଆରୀ ୨୩ ତାରିଖରେ ସମାପ୍ତ ହେବାକୁ ଯାଉଛି । ସେପଟେ ନିର୍ବାଚନ କମିଶନ ନିର୍ବାଚନ ପାଇଁ ତାରିଖ ଘୋଷଣା କରିନଥିବା ବେଳେ ଆମ୍ ଆଦମୀ ପାର୍ଟି ଆଗୁଆ ପ୍ରାର୍ଥୀ ଘୋଷଣା କରିଛି । ଗତ ୨୦୨୦ରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆପ୍ ୭୦ଟି ସିଟ୍ ମଧ୍ୟରୁ ୬୨ଟିରେ ଜିତିଥିଲା। ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର