ଆସିଲା ଏକଜିଟ୍‌ ପୋଲ୍: ଝାଡ଼ଖଣ୍ଡରେ କଡ଼ା ଟକ୍କାର, ମହାରାଷ୍ଟ୍ରରେ ବିଜେପି ମେଣ୍ଟ ପାଇଁ ଖୁସି ଖବର…

The Sakala Picture
Published On

ରାଞ୍ଚି/ ମୁମ୍ୱାଇ: ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି । ଏହାସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି । ଦୁଇ ରାଜ୍ୟରେ ନିର୍ବାଚନ ରେଜଲ୍ଟ ନଭେମ୍ୱର ୨୩ରେ ଘୋଷଣା ହେବ। ଏହାରି ମଧ୍ୟରେ ଆଜି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ସାମ୍ନାକୁ ଆସିବାରେ ଲାଗିଛି । ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ସେହିପରି ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଶେଷ […]

ରାଞ୍ଚି/ ମୁମ୍ୱାଇ: ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି । ଏହାସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି । ଦୁଇ ରାଜ୍ୟରେ ନିର୍ବାଚନ ରେଜଲ୍ଟ ନଭେମ୍ୱର ୨୩ରେ ଘୋଷଣା ହେବ। ଏହାରି ମଧ୍ୟରେ ଆଜି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ସାମ୍ନାକୁ ଆସିବାରେ ଲାଗିଛି । ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ସେହିପରି ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି। ସାମ୍ନାକୁ ଆସିଥିବା ଏକଜିଟ୍‌ ପୋଲରେ ଝାଡ଼ଖଣ୍ଡରେ ଏନଡିଏ  ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଛି। ତେବେ ମହାରାଷ୍ଟ୍ରରେ ବୁଥ୍ ବାହୁଡ଼ା ମତରେ କ୍ଷମତାରେ ଥିବା ବିଜେପି ମେଣ୍ଟ ପାଇଁ ଖୁସି ଖବର ଆସୁଛି  ମହାରାଷ୍ଟ୍ରରେ ମହାୟୁତି ସରକାର ଫେରୁଥିବା ଏକଜିଟ୍ ପୋଲରୁ ଜଣାପଡୁଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଝାଡଖଣ୍ଡ

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

-ପିପୁଲ୍ସ ପଲ୍ସର ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୪୪-୫୩ ଆସନ ମିଳିପାରେ । ସେହିପରି ଇଣ୍ଡି ମେଣ୍ଟକୁ ୨୫-୩୭ ଆସନ ଏବଂ ଅନ୍ୟଙ୍କୁ ୫ରୁ ୯ ଆସନ ଯାଇପାରେ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

-ମାଟ୍ରିଜ୍ ଏକଜିଟ୍ ପୋଲ ଅନୁସାରେ ଏନଡିଏକୁ ୪୨-୪୭ ଆସନ, ଇଣ୍ଡି ମେଣ୍ଟକୁ ୨୫-୩୦ ଏବଂ ଅନ୍ୟଙ୍କୁ ୧-୪ ଆସନ ଯାଇପାରେ ।

-ଚାଣକ୍ୟ ଷ୍ଟ୍ରାଟେଜିସର ଏକଜିଟ୍ ପୋଲରେ ଏନଡିଏକୁ ୪୫-୫୦, ଇଣ୍ଡି ମେଣ୍ଟକୁ ୩୫-୩୮ ଏବଂ ଅନ୍ୟଙ୍କୁ ୩-୫ ଆସନ ମିଳିପାରେ

-P-Marq ଏକଜିଟ୍ ପୋଲରେ ଏନଡିଏକୁ ୩୧-୪୦, ଇଣ୍ଡି ମେଣ୍ଟକୁ ୩୭-୪୭ ଏବଂ ଅନ୍ୟଙ୍କୁ ୧-୬ ଆସନ ମିଳିପାରେ

-ତେବେ ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲରେ ଇଣ୍ଡି ମେଣ୍ଟ ୫୩ ଆସନ ସହ ବହୁମତରେ ସରକାରକୁ ଫେରୁଛି । ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୫ ଏବଂ ଅନ୍ୟଙ୍କୁ ୩ ଆସନ ମିଳିପାରେ ବୋଲି ଆକଳନ କରିଛି।

ମହାରାଷ୍ଟ୍ର

ମାଟ୍ରିଜ୍ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୪୮ ପ୍ରତିଶତ ଏବଂ ଏମଭିଏକୁ ୪୨ ପ୍ରତିଶତ ଭୋଟ୍ ମିଳିପାରେ । ଭୋଟିଂ ସେୟାରକୁ ସଂଖ୍ୟାରେ ବଦଳାଇଲେ, ବିଜେପି ମେଣ୍ଟ ୧୫୦-୧୭୦ ଆସନ ଜିତି ସରକାର ଗଢିବାକୁ ଯାଉଛି । ଅନ୍ୟପଟେ କଂଗ୍ରେସ ମେଣ୍ଟକୁ କେବଳ ୧୧୦-୧୩୦ ମିଳିପାରେ । ୮-୧୦ରୁ ଆସନ ଅନ୍ୟଙ୍କୁ ଯାଇପାରେ ।

– ପିପୁଲ୍ସ ପଲ୍ସର ଏକଜିଟ୍ ପୋଲରେ ବିଜେପି ମେଣ୍ଟକୁ ୧୮୨, କଂଗ୍ରେସ ମେଣ୍ଟକୁ ୯୭ ଏବଂ ଅନ୍ୟଙ୍କୁ ୯ ଆସନ ମିଳିପାରେ ।

– P-Marq ଏକଜିଟ୍ ପୋଲରେ ମହାୟୁତିକୁ ୧୩୭-୧୫୭ ଆସନ, ଏମଭିଏକୁ ୧୧୦-୧୩୦ ଆସନ ଏବଂ ଅନ୍ୟଙ୍କୁ ୨-୮ ଆସନ ମିଳିପାରେ ।

– ନ୍ୟୁଜ୍ ୨୪-ଚାଣକ୍ୟର ଏକଜିଟ୍ ପୋଲ୍‌ରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୧୫୨-୧୬୦, ମହାବିକାଶ ଅଘାଡ଼ିକୁ ୧୩୦-୧୩୮ ସିଟ୍ ଏବଂ ଅନ୍ୟଙ୍କୁ ୬ରୁ ୮ ଆସନ ମିଳିପାରେ ।

– ଲୋକସାହୀ ମରାଠୀର ଏକଜିଟ୍ ଅନୁସାରେ ବିଜେପି ମେଣ୍ଟକୁ ୧୨୮-୧୪୨ ଆସନ, କଂଗ୍ରେସ ମେଣ୍ଟକୁ ୧୨୫-୧୪୦ ଏବଂ ଅନ୍ୟଙ୍କୁ ୧୮-୨୩ ଆସନ ମିଳିପାରେ ।

20 Nov 2024 By The Sakala

ଆସିଲା ଏକଜିଟ୍‌ ପୋଲ୍: ଝାଡ଼ଖଣ୍ଡରେ କଡ଼ା ଟକ୍କାର, ମହାରାଷ୍ଟ୍ରରେ ବିଜେପି ମେଣ୍ଟ ପାଇଁ ଖୁସି ଖବର…

ରାଞ୍ଚି/ ମୁମ୍ୱାଇ: ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି । ଏହାସହ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି । ଦୁଇ ରାଜ୍ୟରେ ନିର୍ବାଚନ ରେଜଲ୍ଟ ନଭେମ୍ୱର ୨୩ରେ ଘୋଷଣା ହେବ। ଏହାରି ମଧ୍ୟରେ ଆଜି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ସାମ୍ନାକୁ ଆସିବାରେ ଲାଗିଛି । ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ସେହିପରି ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଛି। ସାମ୍ନାକୁ ଆସିଥିବା ଏକଜିଟ୍‌ ପୋଲରେ ଝାଡ଼ଖଣ୍ଡରେ ଏନଡିଏ  ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଛି। ତେବେ ମହାରାଷ୍ଟ୍ରରେ ବୁଥ୍ ବାହୁଡ଼ା ମତରେ କ୍ଷମତାରେ ଥିବା ବିଜେପି ମେଣ୍ଟ ପାଇଁ ଖୁସି ଖବର ଆସୁଛି  ମହାରାଷ୍ଟ୍ରରେ ମହାୟୁତି ସରକାର ଫେରୁଥିବା ଏକଜିଟ୍ ପୋଲରୁ ଜଣାପଡୁଛି ।

ଝାଡଖଣ୍ଡ

-ପିପୁଲ୍ସ ପଲ୍ସର ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୪୪-୫୩ ଆସନ ମିଳିପାରେ । ସେହିପରି ଇଣ୍ଡି ମେଣ୍ଟକୁ ୨୫-୩୭ ଆସନ ଏବଂ ଅନ୍ୟଙ୍କୁ ୫ରୁ ୯ ଆସନ ଯାଇପାରେ ।

-ମାଟ୍ରିଜ୍ ଏକଜିଟ୍ ପୋଲ ଅନୁସାରେ ଏନଡିଏକୁ ୪୨-୪୭ ଆସନ, ଇଣ୍ଡି ମେଣ୍ଟକୁ ୨୫-୩୦ ଏବଂ ଅନ୍ୟଙ୍କୁ ୧-୪ ଆସନ ଯାଇପାରେ ।

-ଚାଣକ୍ୟ ଷ୍ଟ୍ରାଟେଜିସର ଏକଜିଟ୍ ପୋଲରେ ଏନଡିଏକୁ ୪୫-୫୦, ଇଣ୍ଡି ମେଣ୍ଟକୁ ୩୫-୩୮ ଏବଂ ଅନ୍ୟଙ୍କୁ ୩-୫ ଆସନ ମିଳିପାରେ

-P-Marq ଏକଜିଟ୍ ପୋଲରେ ଏନଡିଏକୁ ୩୧-୪୦, ଇଣ୍ଡି ମେଣ୍ଟକୁ ୩୭-୪୭ ଏବଂ ଅନ୍ୟଙ୍କୁ ୧-୬ ଆସନ ମିଳିପାରେ

-ତେବେ ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲରେ ଇଣ୍ଡି ମେଣ୍ଟ ୫୩ ଆସନ ସହ ବହୁମତରେ ସରକାରକୁ ଫେରୁଛି । ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୫ ଏବଂ ଅନ୍ୟଙ୍କୁ ୩ ଆସନ ମିଳିପାରେ ବୋଲି ଆକଳନ କରିଛି।

ମହାରାଷ୍ଟ୍ର

ମାଟ୍ରିଜ୍ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୪୮ ପ୍ରତିଶତ ଏବଂ ଏମଭିଏକୁ ୪୨ ପ୍ରତିଶତ ଭୋଟ୍ ମିଳିପାରେ । ଭୋଟିଂ ସେୟାରକୁ ସଂଖ୍ୟାରେ ବଦଳାଇଲେ, ବିଜେପି ମେଣ୍ଟ ୧୫୦-୧୭୦ ଆସନ ଜିତି ସରକାର ଗଢିବାକୁ ଯାଉଛି । ଅନ୍ୟପଟେ କଂଗ୍ରେସ ମେଣ୍ଟକୁ କେବଳ ୧୧୦-୧୩୦ ମିଳିପାରେ । ୮-୧୦ରୁ ଆସନ ଅନ୍ୟଙ୍କୁ ଯାଇପାରେ ।

– ପିପୁଲ୍ସ ପଲ୍ସର ଏକଜିଟ୍ ପୋଲରେ ବିଜେପି ମେଣ୍ଟକୁ ୧୮୨, କଂଗ୍ରେସ ମେଣ୍ଟକୁ ୯୭ ଏବଂ ଅନ୍ୟଙ୍କୁ ୯ ଆସନ ମିଳିପାରେ ।

– P-Marq ଏକଜିଟ୍ ପୋଲରେ ମହାୟୁତିକୁ ୧୩୭-୧୫୭ ଆସନ, ଏମଭିଏକୁ ୧୧୦-୧୩୦ ଆସନ ଏବଂ ଅନ୍ୟଙ୍କୁ ୨-୮ ଆସନ ମିଳିପାରେ ।

– ନ୍ୟୁଜ୍ ୨୪-ଚାଣକ୍ୟର ଏକଜିଟ୍ ପୋଲ୍‌ରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୧୫୨-୧୬୦, ମହାବିକାଶ ଅଘାଡ଼ିକୁ ୧୩୦-୧୩୮ ସିଟ୍ ଏବଂ ଅନ୍ୟଙ୍କୁ ୬ରୁ ୮ ଆସନ ମିଳିପାରେ ।

– ଲୋକସାହୀ ମରାଠୀର ଏକଜିଟ୍ ଅନୁସାରେ ବିଜେପି ମେଣ୍ଟକୁ ୧୨୮-୧୪୨ ଆସନ, କଂଗ୍ରେସ ମେଣ୍ଟକୁ ୧୨୫-୧୪୦ ଏବଂ ଅନ୍ୟଙ୍କୁ ୧୮-୨୩ ଆସନ ମିଳିପାରେ ।

https://www.thesakala.in/big-news/maharashtra-and-jharkhand-exit-poll-2024/article-36711
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର