ନଦୀରେ ଭାସିଗଲା ସେନା ଟ୍ୟାଙ୍କ, ଜଣେ JCOଙ୍କ ସହ ୪ ଯବାନ ସହିଦ

The Sakala Picture
Published On

ନୂଆଦିଲ୍ଲୀ: ଲଦାଖରେ ଅଘଟଣ । ନଦୀରେ ଭାସିଗଲା ସେନା ଟ୍ୟାଙ୍କ। ନଦୀରେ ଅଧିକ ପାଣି ଆସିବାରୁ ସେନା ଟ୍ୟାଙ୍କ ଭାସି ଯାଇଥିଲା। ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ଭାସିଯାଇଥିଲା।  ନଦୀ ପାର ବେଳେ ହଠାତ୍ ଜଳସ୍ତର ବଢିଯିବାରୁ ଦୌଲତ ବାଗ୍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କଟି ଭାସିଯାଇଥିଲା। ଏହି ଦୁର୍ଘଟଣାରେ ଜଣେ JCO ଓ ଚାରି ଜଣ ଯବାନଙ୍କ ସମେତ ପାଞ୍ଚ ଜଣ ଭାରତୀୟ ସେନାକର୍ମଚାରୀ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ସେନାକର୍ମଚାରୀଙ୍କ ମୃତଦେହ ଉଦ୍ଧାର […]

ନୂଆଦିଲ୍ଲୀ: ଲଦାଖରେ ଅଘଟଣ । ନଦୀରେ ଭାସିଗଲା ସେନା ଟ୍ୟାଙ୍କ। ନଦୀରେ ଅଧିକ ପାଣି ଆସିବାରୁ ସେନା ଟ୍ୟାଙ୍କ ଭାସି ଯାଇଥିଲା। ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ଭାସିଯାଇଥିଲା।  ନଦୀ ପାର ବେଳେ ହଠାତ୍ ଜଳସ୍ତର ବଢିଯିବାରୁ ଦୌଲତ ବାଗ୍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କଟି ଭାସିଯାଇଥିଲା। ଏହି ଦୁର୍ଘଟଣାରେ ଜଣେ JCO ଓ ଚାରି ଜଣ ଯବାନଙ୍କ ସମେତ ପାଞ୍ଚ ଜଣ ଭାରତୀୟ ସେନାକର୍ମଚାରୀ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ସେନାକର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏ ନେଇ ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଅଧିକାରୀମାନେ କହିଛନ୍ତି ଯେ, ଶନିବାର ଲଦାଖର ନ୍ୟୋମା-ଚୁସୁଲ ଅଞ୍ଚଳରେ ଥିବା ଲାଇନ୍ ଅଫ୍ ଆକଚୁଆ କଣ୍ଟ୍ରୋଲ୍ (LAC) ନିକଟରେ  ଟି -72 ଟ୍ୟାଙ୍କରେ ନଦୀ ପାର ହେଉଥିବା ବେଳେ ପାଞ୍ଚ ଜଣ ସେନା ଭାସି ଯାଇଥିଲେ।  ଲେହ ଠାରୁ ୧୪୮ କିଲୋମିଟର ଦୂରରେ ଥିବା ମନ୍ଦିର ମୋଡ଼ ନିକଟରେ ଅଭ୍ୟାସ ବେଳେ ଏହି ଦୁର୍ଘଟଣା ଘଟିଛି। ନଦୀ ପାର ହେଉଥିବା ବେଳେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି କାରଣରୁ ୫ ଜଣ ସୈନିକ ଥିବା ଟି -72 ଟ୍ୟାଙ୍କଟି ବୁଡ଼ି ଯାଇଥିଲା।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର