ଋଣ ପାହାଡ଼ ତଳେ ବିଶ୍ବର ବୃହତ୍‌ ଅର୍ଥନୀତି, ଆମେରିକା ଉପରେ ୩୫ ଟ୍ରିଲିୟନ୍‌ ଡଲାରର ଋଣ

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ୱର ବୃହତ ଅର୍ଥନୀତି ଏବେ ଋଣ ବୋଝରେ ଷଢ଼ୁଛି। ଆମେରିକାର ଋଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଋଣ ପାହାଡ ତଳେ ଦେଶ ଚାପି ହୋଇ ରହିଛି। ସାମ୍ପ୍ରତିକ ଆକଳନ ଅନୁଯାୟୀ ଆମେରିକାର ମୋଟ ଋଣ ପରିମାଣ ୩୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି, ଯାହା ଦେଶର ଜିଡିପିର ୧୨୫ ପ୍ରତିଶତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଆମେରିକାର ଅବସ୍ଥା ଏତେ ଖରାପ ନ ଥିଲା। ଆମେରିକାର ଋଣ ବୃଦ୍ଧି ବିଶ୍ବ ପାଇଁ ଭଲ କଥା […]

ନୂଆଦିଲ୍ଲୀ: ବିଶ୍ୱର ବୃହତ ଅର୍ଥନୀତି ଏବେ ଋଣ ବୋଝରେ ଷଢ଼ୁଛି। ଆମେରିକାର ଋଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଋଣ ପାହାଡ ତଳେ ଦେଶ ଚାପି ହୋଇ ରହିଛି। ସାମ୍ପ୍ରତିକ ଆକଳନ ଅନୁଯାୟୀ ଆମେରିକାର ମୋଟ ଋଣ ପରିମାଣ ୩୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି, ଯାହା ଦେଶର ଜିଡିପିର ୧୨୫ ପ୍ରତିଶତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଆମେରିକାର ଅବସ୍ଥା ଏତେ ଖରାପ ନ ଥିଲା। ଆମେରିକାର ଋଣ ବୃଦ୍ଧି ବିଶ୍ବ ପାଇଁ ଭଲ କଥା ନୁହେଁ ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଚେତାବନୀ ଦେଇଛି। ଏହି କାରଣରୁ, ସମଗ୍ର ବିଶ୍ୱରେ ଋଣ ଖର୍ଚ୍ଚ ବଢ଼ୁଛି। ବିଶ୍ବର ଆର୍ଥିକ ସ୍ଥିରତା ପ୍ରତି ଏହା ବିପଦ। ଆଗାମୀ ଦିନରେ ଆମେରିକାର ଋଣ ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଆଇଏମ୍ଏଫ୍ ଆଶଙ୍କା ପ୍ରକାଶ କରିଛି। ଏହାସହିତ ୨୦୨୯ସୁଦ୍ଧା ବିଶ୍ବର ସରକାରୀ ଋଣ ଜିଡିପିର ଶହେ ପ୍ରତିଶତ ପାଖାପାଖି ପହଞ୍ଚିବ, ଯାହା ଗତ ବର୍ଷ ୯୩ ପ୍ରତିଶତ ରହିଥିଲା।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୩ ରୁ ୫ ଯାଏଁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଇଏମ୍ଏଫ୍ ବୁଧବାର କହିଛି ଯେ ସରକାରୀ ଖର୍ଚ୍ଚ ଓ ଋଣ ବୃଦ୍ଧି ଏବଂ ଆମେରିକାରେ ଅତ୍ୟଧିକ ସୁଧହାର ଟ୍ରେଜେରୀ ଇଲ୍‌ଡରେ ତ୍ବରିତ ବଢ଼ାଇବା ସହ ଅସ୍ଥିରତା ପରିସ୍ଥିତି ସୃଷ୍ଟି କରୁଛି। ଏହି କାରଣରୁ ସାରା ବିଶ୍ୱରେ ସୁଧ ହାରରେ ବୃଦ୍ଧି ହେବାର ଆଶଙ୍କା ବଢ଼ିଯାଇଛି। ଆମେରିକାର ସରକାରୀ ବଣ୍ଡ ଇଲ୍‌ଡରେ ବୃଦ୍ଧି ପରେ ବିଶ୍ବର ବିକଶିତ ତଥା ବିକାଶଶୀଳ ଦେଶଗୁଡିକରେ ସମାନ ବୃଦ୍ଧି ଘଟିଥାଏ। ଏହି ଦେଶଗୁଡ଼ିକ ସମ୍ପ୍ରତି ମୁଦ୍ରା ବିନିମୟ ମୂଲ୍ୟ ଜନିତ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଆଇଏମ୍ଏଫ୍ ଆର୍ଥିକ ବ୍ୟାପାର ବିଭାଗର ନିର୍ଦ୍ଦେଶକ ଭିଟର୍ ଗାସପର୍ କହିଛନ୍ତି ଯେ ଆମେରିକାର ଢ଼ିଲା ଆର୍ଥିକ ନୀତି ସାରା ବିଶ୍ୱରେ ସୁଧ ହାର ଏବଂ ଡଲାର ଉପରେ ଚାପ ସୃଷ୍ଟି କରୁଛି। ଏହା ସମଗ୍ର ବିଶ୍ୱରେ ଅାର୍ଇତ ବ୍ୟୟ ବୃଦ୍ଧି ଘଟାଇପାରେ।

ଆହୁରି ପଢ଼ନ୍ତୁ: ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

ଚଳିତ ସପ୍ତାହରେ ଆଇଏମଏଫ ଆମେରିକା ସରକାରଙ୍କୁ ଟାର୍ଗେଟ କରିଛି। ଅଇଏମ୍‌ଏଫ୍ କହିଛି ଯେ, ସାଧାରଣ ବ୍ୟୟ ଏବଂ ଋଣ ଯୋଗୁ ଆମେରିକାର ଅର୍ଥନୀତିରେ ଅତ୍ୟଧିକ ଚାପ ସଅଷ୍ଟି ହେବା ଭଳି ପରିସ୍ଥିତି ରହିଛି। ଏହା ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଫେଡେରାଲ ରିଜର୍ଭ ପାଇଁ କଷ୍ଟକର ସ୍ଥିତି ସୃଷ୍ଟି କରୁଛି। ଉଚ୍ଚ ସୁଧ ହାର ଯୋଗୁ ସାଧାରଣ ପରିବାର ଏବଂ କମ୍ପାନୀଗୁଡିକ ପାଇଁ ଋଣ ପରିଶୋଧ କରିବା କଷ୍ଟକର ହୋଇପଡୁଛି। ଏପରି ସ୍ଥିତି ଋଣ ଖିଲାପ ଘଟଣା ବଢ଼ାଇପାରେ। ଏହା ବ୍ୟାଙ୍କ ଏବଂ ଅନ୍ୟ ଋଣଦାତାମାନଙ୍କୁ କ୍ଷତି ପହଞ୍ଚାଇପାରେ। ଯଦି ଏହା ଘଟେ ଏହା ଆର୍ଥିକ ଅସ୍ଥିରତା ବୃଦ୍ଧି କରିବ। ମଙ୍ଗଳବାର ଟ୍ରେଜେରୀ ଇଲ୍‌ଡ ନୂତନ ସ୍ତରରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରମି ପାୱେଲ କହିଛନ୍ତି ଯେ ମୁଦ୍ରାସ୍ଫୀତି ହେତୁ ବର୍ତ୍ତମାନ ସୁଧ ହାର ହ୍ରାସ କରିବାର କୌଣସି ସମ୍ଭାବନା ନାହିଁ।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

19 Apr 2024 By The Sakala

ଋଣ ପାହାଡ଼ ତଳେ ବିଶ୍ବର ବୃହତ୍‌ ଅର୍ଥନୀତି, ଆମେରିକା ଉପରେ ୩୫ ଟ୍ରିଲିୟନ୍‌ ଡଲାରର ଋଣ

ନୂଆଦିଲ୍ଲୀ: ବିଶ୍ୱର ବୃହତ ଅର୍ଥନୀତି ଏବେ ଋଣ ବୋଝରେ ଷଢ଼ୁଛି। ଆମେରିକାର ଋଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଋଣ ପାହାଡ ତଳେ ଦେଶ ଚାପି ହୋଇ ରହିଛି। ସାମ୍ପ୍ରତିକ ଆକଳନ ଅନୁଯାୟୀ ଆମେରିକାର ମୋଟ ଋଣ ପରିମାଣ ୩୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି, ଯାହା ଦେଶର ଜିଡିପିର ୧୨୫ ପ୍ରତିଶତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଆମେରିକାର ଅବସ୍ଥା ଏତେ ଖରାପ ନ ଥିଲା। ଆମେରିକାର ଋଣ ବୃଦ୍ଧି ବିଶ୍ବ ପାଇଁ ଭଲ କଥା ନୁହେଁ ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଚେତାବନୀ ଦେଇଛି। ଏହି କାରଣରୁ, ସମଗ୍ର ବିଶ୍ୱରେ ଋଣ ଖର୍ଚ୍ଚ ବଢ଼ୁଛି। ବିଶ୍ବର ଆର୍ଥିକ ସ୍ଥିରତା ପ୍ରତି ଏହା ବିପଦ। ଆଗାମୀ ଦିନରେ ଆମେରିକାର ଋଣ ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଆଇଏମ୍ଏଫ୍ ଆଶଙ୍କା ପ୍ରକାଶ କରିଛି। ଏହାସହିତ ୨୦୨୯ସୁଦ୍ଧା ବିଶ୍ବର ସରକାରୀ ଋଣ ଜିଡିପିର ଶହେ ପ୍ରତିଶତ ପାଖାପାଖି ପହଞ୍ଚିବ, ଯାହା ଗତ ବର୍ଷ ୯୩ ପ୍ରତିଶତ ରହିଥିଲା।

ଆଇଏମ୍ଏଫ୍ ବୁଧବାର କହିଛି ଯେ ସରକାରୀ ଖର୍ଚ୍ଚ ଓ ଋଣ ବୃଦ୍ଧି ଏବଂ ଆମେରିକାରେ ଅତ୍ୟଧିକ ସୁଧହାର ଟ୍ରେଜେରୀ ଇଲ୍‌ଡରେ ତ୍ବରିତ ବଢ଼ାଇବା ସହ ଅସ୍ଥିରତା ପରିସ୍ଥିତି ସୃଷ୍ଟି କରୁଛି। ଏହି କାରଣରୁ ସାରା ବିଶ୍ୱରେ ସୁଧ ହାରରେ ବୃଦ୍ଧି ହେବାର ଆଶଙ୍କା ବଢ଼ିଯାଇଛି। ଆମେରିକାର ସରକାରୀ ବଣ୍ଡ ଇଲ୍‌ଡରେ ବୃଦ୍ଧି ପରେ ବିଶ୍ବର ବିକଶିତ ତଥା ବିକାଶଶୀଳ ଦେଶଗୁଡିକରେ ସମାନ ବୃଦ୍ଧି ଘଟିଥାଏ। ଏହି ଦେଶଗୁଡ଼ିକ ସମ୍ପ୍ରତି ମୁଦ୍ରା ବିନିମୟ ମୂଲ୍ୟ ଜନିତ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଆଇଏମ୍ଏଫ୍ ଆର୍ଥିକ ବ୍ୟାପାର ବିଭାଗର ନିର୍ଦ୍ଦେଶକ ଭିଟର୍ ଗାସପର୍ କହିଛନ୍ତି ଯେ ଆମେରିକାର ଢ଼ିଲା ଆର୍ଥିକ ନୀତି ସାରା ବିଶ୍ୱରେ ସୁଧ ହାର ଏବଂ ଡଲାର ଉପରେ ଚାପ ସୃଷ୍ଟି କରୁଛି। ଏହା ସମଗ୍ର ବିଶ୍ୱରେ ଅାର୍ଇତ ବ୍ୟୟ ବୃଦ୍ଧି ଘଟାଇପାରେ।

ଚଳିତ ସପ୍ତାହରେ ଆଇଏମଏଫ ଆମେରିକା ସରକାରଙ୍କୁ ଟାର୍ଗେଟ କରିଛି। ଅଇଏମ୍‌ଏଫ୍ କହିଛି ଯେ, ସାଧାରଣ ବ୍ୟୟ ଏବଂ ଋଣ ଯୋଗୁ ଆମେରିକାର ଅର୍ଥନୀତିରେ ଅତ୍ୟଧିକ ଚାପ ସଅଷ୍ଟି ହେବା ଭଳି ପରିସ୍ଥିତି ରହିଛି। ଏହା ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଫେଡେରାଲ ରିଜର୍ଭ ପାଇଁ କଷ୍ଟକର ସ୍ଥିତି ସୃଷ୍ଟି କରୁଛି। ଉଚ୍ଚ ସୁଧ ହାର ଯୋଗୁ ସାଧାରଣ ପରିବାର ଏବଂ କମ୍ପାନୀଗୁଡିକ ପାଇଁ ଋଣ ପରିଶୋଧ କରିବା କଷ୍ଟକର ହୋଇପଡୁଛି। ଏପରି ସ୍ଥିତି ଋଣ ଖିଲାପ ଘଟଣା ବଢ଼ାଇପାରେ। ଏହା ବ୍ୟାଙ୍କ ଏବଂ ଅନ୍ୟ ଋଣଦାତାମାନଙ୍କୁ କ୍ଷତି ପହଞ୍ଚାଇପାରେ। ଯଦି ଏହା ଘଟେ ଏହା ଆର୍ଥିକ ଅସ୍ଥିରତା ବୃଦ୍ଧି କରିବ। ମଙ୍ଗଳବାର ଟ୍ରେଜେରୀ ଇଲ୍‌ଡ ନୂତନ ସ୍ତରରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରମି ପାୱେଲ କହିଛନ୍ତି ଯେ ମୁଦ୍ରାସ୍ଫୀତି ହେତୁ ବର୍ତ୍ତମାନ ସୁଧ ହାର ହ୍ରାସ କରିବାର କୌଣସି ସମ୍ଭାବନା ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର