‘ସାଲାର୍’କୁ ସେନ୍ସର ବୋର୍ଡର ‘ଏ’ ସାର୍ଟିଫିକେଟ୍‌, ଫିଲ୍ମରେ ରହିଛି ହିଂସାତ୍ମକ ସିନ୍‌

The Sakala Picture
Published On

ଦକ୍ଷିଣର ସୁପରଷ୍ଟାର୍‌ ପ୍ରଭାସ ‘ସାଲାର୍‌’ ଫିଲ୍ମ ପାଇଁ ଏବେ ଚର୍ଚ୍ଚାରେ। ‘ସାଲାର: ପାର୍ଟ -୧ ସିଜଫାୟାର୍’ ର ନିର୍ଦ୍ଦେଶନା ଦାୟିତ୍ବରେ ପ୍ରଶାନ୍ତ ନୀଲ ଅଛନ୍ତି। ୨୨ ଡିସେମ୍ବରରେ ଏହି ଫିଲ୍ମ ସିନେମା ହଲ୍‌କୁ ଆସିବ। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍‌ ୫ଟି ଭାଷାରେ ଏହା ରିଲିଜ୍‌ ହେବ। ଏହି ଆକ୍ସନ୍-ପ୍ୟାକ୍ ଫିଲ୍ମକୁ ଦେଖିବା ପାଇଁ ଦର୍ଶକେ ବେଶ୍‌ ଉତ୍ସାହିତ ଅଛନ୍ତି। ତେବେ ଇତିମଧ୍ୟରେ ‘ସାଲାର୍‌’କୁ ନେଇ ଏକ ବଡ଼ ଅପ୍‌ଡେଟ୍‌ ଆସିଛି। ଦୁଇ ଘଣ୍ଟା […]

ଦକ୍ଷିଣର ସୁପରଷ୍ଟାର୍‌ ପ୍ରଭାସ ‘ସାଲାର୍‌’ ଫିଲ୍ମ ପାଇଁ ଏବେ ଚର୍ଚ୍ଚାରେ। ‘ସାଲାର: ପାର୍ଟ -୧ ସିଜଫାୟାର୍’ ର ନିର୍ଦ୍ଦେଶନା ଦାୟିତ୍ବରେ ପ୍ରଶାନ୍ତ ନୀଲ ଅଛନ୍ତି। ୨୨ ଡିସେମ୍ବରରେ ଏହି ଫିଲ୍ମ ସିନେମା ହଲ୍‌କୁ ଆସିବ। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍‌ ୫ଟି ଭାଷାରେ ଏହା ରିଲିଜ୍‌ ହେବ। ଏହି ଆକ୍ସନ୍-ପ୍ୟାକ୍ ଫିଲ୍ମକୁ ଦେଖିବା ପାଇଁ ଦର୍ଶକେ ବେଶ୍‌ ଉତ୍ସାହିତ ଅଛନ୍ତି। ତେବେ ଇତିମଧ୍ୟରେ ‘ସାଲାର୍‌’କୁ ନେଇ ଏକ ବଡ଼ ଅପ୍‌ଡେଟ୍‌ ଆସିଛି। ଦୁଇ ଘଣ୍ଟା ୫୫ ମିନିଟ୍‌ ଅବଧିର ଏହି ଫିଲ୍ମକୁ ସେନ୍ସର ବୋର୍ଡରୁ ‘ଏ’ ସାର୍ଟିଫିକେଟ୍‌ ମିଳିଛି। ଫିଲ୍ମରେ ଅନେକ ଫାଇଟିଂ ଦୃଶ୍ୟ ସହ ରକ୍ତରଞ୍ଜିତ ସିନ୍‌ ଥିବାରୁ ଏହାକୁ ସେନ୍ସର ବୋର୍ଡ ପକ୍ଷରୁ ‘ଏ’ ସାର୍ଟିଫିକେଟ୍‌ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଏଥିରୁ କିଛି ସିନ୍‌ କାଟିବାକୁ ନିର୍ଦ୍ଦେଶ ରହିଛି। ଏଥିରୁ ଜଣାପଡୁଛି ଏଥିରେ ଏମିତି କିଛି ହିଂସାତ୍ମକ ଦୃଶ୍ୟ ଅଛି, ଯାହାକୁ ୧୮ ବର୍ଷରୁ କମ୍ ବୟସର ପିଲା ଦେଖିପାରିବେ ନାହିଁ। ଏହାଦ୍ବାରା ଫିଲ୍ମ ନିର୍ମାତାଙ୍କୁ କିଛିମାତ୍ରାରେ ଝଟ୍‌କା ଲାଗିପାରେ। ନିକଟରେ ରିଲିଜ୍‌ ହୋଇଥିବା ଟ୍ରେଲର୍‌ରୁ ଏହାର ଦମ୍‌ଦାର୍‌ ଅାକ୍ସନ୍‌ ସିନ୍‌ର ଝଲକ ମିଳିଛି। ଏହାପୂର୍ବରୁ ପ୍ରଶାନ୍ତନୀଲ୍‌ଙ୍କ ‘କେଜିଏଫ୍’ ଫ୍ରାଞ୍ଚାଇଜ୍‌ରେ ମଧ୍ୟ ଦମ୍‌ଦାର୍‌ ଆକ୍ସନ୍‌ ସିନ୍‌ ଦେଖୀବାକୁ ମିଳିଥିଲା। ‘ସାଲାର୍’ରେ ଏହାଠାରୁ ଆହୁରି ଉନ୍ନତମାନର ଆକ୍ସନ୍‌ ସିନ୍‌ ରହିଛି ବୋଲି ଚର୍ଚ୍ଚା ହେଉଛି। ‘ସାଲାର୍‌’ରେ ପ୍ରଭାସଙ୍କ ସହ ପୃଥ୍ବୀରାଜ୍‌ ସୁକୁମାରନ୍‌ ମଧ୍ୟ ଅଭିନୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର