ଷ୍ଟକ୍‌ ବଜାରରେ ଧମାକା: ରେକର୍ଡ ସ୍ତରରେ ସେନ୍‌ସେକ୍ସ, ନିଫ୍ଟି

The Sakala Picture
Published On

ମୁମ୍ବଇ: ପ୍ରକାଶ ପାଇସାରିଛି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ। ହେଲେ ଏହି ନିର୍ବାଚନ ଫଳାଫଳର ପ୍ରଭାବ ସିଧାସଳଖ ଭାବେ ଘରୋଇ ପୁଞ୍ଜିବଜାର ଉପରେ ପଡିଛି। ଏଥିଯୋଗୁ ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଛି ଘରୋଇ ଷ୍ଟକ୍ ବଜାର। ମାଲେମାଲ ହୋଇଛନ୍ତି ନିବେଶକ। ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍‌ସେକ୍ସରେ ପୁଣି ୩୦୦ ପଏଣ୍ଟ ବୃଦ୍ଧି ଘଟିଛି। ଫଳରେ ସେନ୍‌ସେକ୍ସ ୬୯ ହଜାର ପାର କରିଛି।  ୟୁରୋପ ସମେତ ଏସୀୟ ବଜାରରେ କାରବାରରେ ଜବରଦସ୍ତ ଉତ୍ସାହ […]

ମୁମ୍ବଇ: ପ୍ରକାଶ ପାଇସାରିଛି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ। ହେଲେ ଏହି ନିର୍ବାଚନ ଫଳାଫଳର ପ୍ରଭାବ ସିଧାସଳଖ ଭାବେ ଘରୋଇ ପୁଞ୍ଜିବଜାର ଉପରେ ପଡିଛି। ଏଥିଯୋଗୁ ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଛି ଘରୋଇ ଷ୍ଟକ୍ ବଜାର। ମାଲେମାଲ ହୋଇଛନ୍ତି ନିବେଶକ। ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍‌ସେକ୍ସରେ ପୁଣି ୩୦୦ ପଏଣ୍ଟ ବୃଦ୍ଧି ଘଟିଛି। ଫଳରେ ସେନ୍‌ସେକ୍ସ ୬୯ ହଜାର ପାର କରିଛି।  ୟୁରୋପ ସମେତ ଏସୀୟ ବଜାରରେ କାରବାରରେ ଜବରଦସ୍ତ ଉତ୍ସାହ ଦେଖାଦେବା ପରେ ଘରୋଇ ପୁଞ୍ଜି ବଜାରରେ ଏହି ଚମକ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନା ଅନୁଯାୟୀ, ସୋମବାର କାରବାର ଶେଷ ବେଳକୁ ସେନ୍‌ସେକ୍ସରେ ୧୩୮୪ (୧୩୮୩.୯୩) ପଏଣ୍ଟ ବୃଦ୍ଧି ଘଟି ୬୮,୮୬୫.୧୨ ପଏଣ୍ଟରେ କାରବାର ଶେଷ ହୋଇଥିଲା। ସେନ୍‌ସେକ୍ସ ଏହାର ସର୍ବକାଳୀନ ବନ୍ଦ ରେକର୍ଡ ୬୭,୫୭୧ ପଏଣ୍ଟ ଅତିକ୍ରମ କରିଥିଲା, ଯାହା ସେପ୍ଟେମ୍ବର ୧୫ରେ ପ୍ରତିଷ୍ଠା ହୋଇଥିଲା।  ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୪୧୮(୪୧୮.୯୦) ପଏଣ୍ଟ ବୃଦ୍ଧି ଘଟି ୨୦,୬୮୬.୮୦ ପଏଣ୍ଟରେ କାରବାର ଶେଷ ହୋଇଥିଲା। ଅପରପକ୍ଷେ ନିଫ୍ଟି ଏହାର ସର୍ବକାଳୀନ ବନ୍ଦ ରେକର୍ଡ ୨୦,୨୬୭ ପଏଣ୍ଟକୁ ଅତିକ୍ରମ କରି ଯାଇଥିଲା, ଯାହା ଡିସେମ୍ବର ପହିଲାରେ ପ୍ରତିଷ୍ଠା ହୋଇଥିଲା। ପୁଞ୍ଜିବଜାରରେ ଷ୍ଟକ୍‌ଗୁଡିକର ଏଭଳି ଉତ୍ସାହ ପ୍ରଦର୍ଶନ ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ଆଖିଦୃଶିଆ ବୃଦ୍ଧି ଘଟିଥିଲା। ଗତକାଲି ଗୋଟିଏ ଦିନର କାରବାରରେ ନିବେଶକମାନେ ୬ ଲକ୍ଷ କୋଟି ଟଙ୍କା ରୋଜଗାର କରିଥିଲେ। ବିଗତ କିଛି ଦିନ ହେବ ଘରୋଇ ପୁଞ୍ଜିବଜାରରେ ଦେଖାଦେଇଥିବା ଉତ୍ସାହ ନିବେଶକଙ୍କୁ ବେଶ ପ୍ରୋତ୍ସାହିତ କରିଥିଲା। ସୋମବାର କାରବାରରେ ସେନ୍‌ସେକ୍ସର ୩୦ ଷ୍ଟକ୍ ମଧ୍ୟରୁ ୨୬ଟିରେ ବୃଦ୍ଧି ଘଟିଥିବାବେଳେ ୪ଟିରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଘରୋଇ ବଜାର କାରବାରରେ ହ୍ରାସ ହେଉଥିବା ଷ୍ଟକ୍ ମଧ୍ୟରେ ଟାଟା ମୋଟର୍ସ, ସନ୍ ଫାର୍ମା, ମାରୁତି ସୁଜୁକି ଏବଂ ୱିପ୍ରୋ ଆଦି କମ୍ପାନୀର ସେୟାରରେ ବୃହତ୍‌ ହ୍ରାସ ଘଟିଥିଲା।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ମଧ୍ୟରୁ ୩ଟି ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା, ଦ୍ବିତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ୭.୬%ରେ ପହଞ୍ଚିବା ସହ ଆମେରିକୀୟ ବଜାରରେ କାରବାର ସୁଦୃଢ଼ ରହିବା ଭଳି କେତେକ କାରକର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡିଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର