ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ୧୧% ହ୍ରାସ; ନଭେମ୍ବରରେ ପେଟ୍ରୋଲ ଦର ୭ ଟଙ୍କା କମିବ !

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ହ୍ରାସ ଘଟିଛି। ଏମିତିକି ଅକ୍ଟୋବର ମାସରେ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୧୧ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକୀୟ ଡବ୍ଲ୍ୟୁଟିଆଇର କ୍ରୁଡ୍‌ ମୂଲ୍ୟରେ ମଧ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ହୋଇଛି। ଅଶୋଧିତ ତୈଳ ମୂଲ୍ୟରେ ଏହି ହ୍ରାସ ଧାରା ଆଗକୁ ଜାରି ରହିବାର ବେଶ ସମ୍ଭାବନା ରହିଛି। ଅକ୍ଟୋବର ମାସରେ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିପାରେ। […]

ନୂଆଦିଲ୍ଲୀ: ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ହ୍ରାସ ଘଟିଛି। ଏମିତିକି ଅକ୍ଟୋବର ମାସରେ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୧୧ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକୀୟ ଡବ୍ଲ୍ୟୁଟିଆଇର କ୍ରୁଡ୍‌ ମୂଲ୍ୟରେ ମଧ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ହୋଇଛି। ଅଶୋଧିତ ତୈଳ ମୂଲ୍ୟରେ ଏହି ହ୍ରାସ ଧାରା ଆଗକୁ ଜାରି ରହିବାର ବେଶ ସମ୍ଭାବନା ରହିଛି। ଅକ୍ଟୋବର ମାସରେ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିପାରେ। ଏହାର ପ୍ରଭାବରେ ନଭେମ୍ବର ମାସରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିପାରେ।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ବିଶେଷଜ୍ଞଙ୍କ ଅନୁଯାୟୀ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ହେତୁ ପେଟ୍ରୋଲ ମୂଲ୍ୟ ୭ ଟଙ୍କା କମିପାରେ। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୦ ଟଙ୍କା ସ୍ତରକୁ ଆସିଯିବ। ଅକ୍ଟୋବର ମାସରେ ଉପସାଗରୀୟ ରାଷ୍ଟ୍ରଗୁଡିକରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ୧୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସେପ୍ଟେମ୍ବର ୨୯ରେ, ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୯୫.୩୧ ଡଲାର ଥିଲା। ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୪.୪୮ ଡଲାର ରହିଛି। ଗତ ଦୁଇ ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ୬ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକାର ତୈଳ ମୂଲ୍ୟରେ ମଧ୍ୟ ୮ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୯ରେ ଡବ୍ଲ୍ୟୁଟିଆଇ ମୂଲ୍ୟ ବ୍ୟାରେଲ ପିଛା ୯୦.୭୯ ଡଲାର ଥିଲା, ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୨.୭୯ ଡଲାରରେ କାରବାର କରୁଛି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

07 Oct 2023 By The Sakala

ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ୧୧% ହ୍ରାସ; ନଭେମ୍ବରରେ ପେଟ୍ରୋଲ ଦର ୭ ଟଙ୍କା କମିବ !

ନୂଆଦିଲ୍ଲୀ: ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍‌ ହ୍ରାସ ଘଟିଛି। ଏମିତିକି ଅକ୍ଟୋବର ମାସରେ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୧୧ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକୀୟ ଡବ୍ଲ୍ୟୁଟିଆଇର କ୍ରୁଡ୍‌ ମୂଲ୍ୟରେ ମଧ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ହୋଇଛି। ଅଶୋଧିତ ତୈଳ ମୂଲ୍ୟରେ ଏହି ହ୍ରାସ ଧାରା ଆଗକୁ ଜାରି ରହିବାର ବେଶ ସମ୍ଭାବନା ରହିଛି। ଅକ୍ଟୋବର ମାସରେ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିପାରେ। ଏହାର ପ୍ରଭାବରେ ନଭେମ୍ବର ମାସରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିପାରେ।

ବିଶେଷଜ୍ଞଙ୍କ ଅନୁଯାୟୀ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ହେତୁ ପେଟ୍ରୋଲ ମୂଲ୍ୟ ୭ ଟଙ୍କା କମିପାରେ। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୦ ଟଙ୍କା ସ୍ତରକୁ ଆସିଯିବ। ଅକ୍ଟୋବର ମାସରେ ଉପସାଗରୀୟ ରାଷ୍ଟ୍ରଗୁଡିକରେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ୧୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସେପ୍ଟେମ୍ବର ୨୯ରେ, ବ୍ରେଣ୍ଟ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୯୫.୩୧ ଡଲାର ଥିଲା। ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୪.୪୮ ଡଲାର ରହିଛି। ଗତ ଦୁଇ ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ୬ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପକ୍ଷରେ ଆମେରିକାର ତୈଳ ମୂଲ୍ୟରେ ମଧ୍ୟ ୮ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୯ରେ ଡବ୍ଲ୍ୟୁଟିଆଇ ମୂଲ୍ୟ ବ୍ୟାରେଲ ପିଛା ୯୦.୭୯ ଡଲାର ଥିଲା, ଯାହା ବର୍ତ୍ତମାନ ବ୍ୟାରେଲ ପିଛା ୮୨.୭୯ ଡଲାରରେ କାରବାର କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର