ଲ୍ୟାବ୍‌ ରିପୋର୍ଟରେ ବଡ଼ ଖୁଲାସା: ଡାବର ହନୀରେ ରହିଛି କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ

The Sakala Picture
Published On

ନୂଆଦିଲ୍ଲୀ(ଏଜେନ୍ସି): ସ୍ୱାସ୍ଥ୍ୟ ପାଇଁ ମହୁ ବହୁତ ଭଲ ଏବଂ ଶରୀରର ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ଦେଉଥିବା ମହୁ ସମ୍ପର୍କରେ ବଡ଼ ଖବର ଆସିଛି। ଶୁଦ୍ଧତା ପରୀକ୍ଷାେର ବିଫଳ ହୋଇଛି ‘ଡାବର ହନୀ’ ବ୍ରାଣ୍ଡ୍‌ର ମହୁ। ଡାବର ହନିରେ ରହିଛି କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ। ଏକ ଲ୍ୟାବ୍‌ ରିପୋର୍ଟରେ ଏ ସମ୍ପର୍କରେ ବଡ ଖୁଲାସା କରାଯାଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ପରୀକ୍ଷାରେ ‘ଡାବର […]

ନୂଆଦିଲ୍ଲୀ(ଏଜେନ୍ସି): ସ୍ୱାସ୍ଥ୍ୟ ପାଇଁ ମହୁ ବହୁତ ଭଲ ଏବଂ ଶରୀରର ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ଦେଉଥିବା ମହୁ ସମ୍ପର୍କରେ ବଡ଼ ଖବର ଆସିଛି। ଶୁଦ୍ଧତା ପରୀକ୍ଷାେର ବିଫଳ ହୋଇଛି ‘ଡାବର ହନୀ’ ବ୍ରାଣ୍ଡ୍‌ର ମହୁ। ଡାବର ହନିରେ ରହିଛି କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ। ଏକ ଲ୍ୟାବ୍‌ ରିପୋର୍ଟରେ ଏ ସମ୍ପର୍କରେ ବଡ ଖୁଲାସା କରାଯାଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପରୀକ୍ଷାରେ ‘ଡାବର ହନୀ’ର ମହୁରେ ଏକ ନିର୍ଦ୍ଦିଷ୍ଟ ଯୌଗିକର ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଦୁଇଗୁଣ ରହିଥିବା ଜଣାପଡିଛି। ଏହି ଯୌଗିକର ନାମ ହେଉଛି ହାଇଡ୍ରୋକ୍ସି ମିଥାଇଲ୍ ଫର୍ଫୁରାଲ୍ ଅର୍ଥାତ୍ ଏଚ୍‌ଏମ୍‌ଏଫ୍। ଡାବରର ମହୁରେ ଏଚ୍‌ଏମ୍‌ଏଫ୍‌ର ପରିମାଣ ୧୭୬.୫୭ ମିଲିଗ୍ରାମ୍‌ ରହିଥିବା ଜଣାପଡିଛି, ଯାହା ଏହାର ନିର୍ଦ୍ଧାରିତ ମାନକ ୮୦ ମିଲିଗ୍ରାମ୍‌ ଠାରୁ ଅଧିକ ହେବା ଠିକ୍‌ ନୁହେଁ। ଏଚ୍‌ଏମ୍‌ଏଫ୍‌ ହେଉଛି ମିଠା ଜିନିଷରେ ମିଳୁଥିବା ଏହା ଏକ ପ୍ରକାର ଯୌଗିକ। ସାଧାରଣତଃ ଶୁଦ୍ଧ ମହୁରେ ଏହାର ପରିମାଣ ୧୫ ମିଲିଗ୍ରାମ୍‌ ପର୍ଯ୍ୟନ୍ତ ହୋଇଥାଏ। ଏହା ବ୍ୟତୀତ ହାଇଡ୍ରୋକ୍ସି ମିଥାଇଲ୍ ଫର୍ଫୁରାଲ୍ ବ୍ରେଡ୍‌, ବେକେରୀ ଏବଂ ଅନ୍ୟାନ୍ୟ ଦ୍ରବ୍ୟରେ ମଧ୍ୟ ମିଳିଥାଏ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଆନ୍ତର୍ଜାତୀୟ ମାନକ ଅନୁଯାୟୀ, ପ୍ରତି କିଲୋଗ୍ରାମ ମହୁରେ ଏହାର ପରିମାଣ ୪୦ ମିଲିଗ୍ରାମ୍‌ରୁ ଅଧିକ ହେବା ଉଚିତ୍‌ ନୁହେଁ। ଆମେରିକାର ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜିର ସୂଚନା ଅନୁଯାୟୀ, ମହୁ ପୁରୁଣା ହେଲେ ସେଥିରେ ଏଚ୍‌ଏମ୍‌ଏଫ୍‌ର ପରିମାଣ ବଢ଼ିଯାଇଥାଏ। ଏହାସହିତ, ପ୍ରକ୍ରିୟାକରଣ ସମୟରେ ଉତ୍ତାପ, ଆର୍ଦ୍ରତା, ଚିନି ସିରପ୍‌ର ଅପମିଶ୍ରଣ ଏବଂ ଷ୍ଟୋରେଜ୍ ପାଇଁ ଧାତୁ ପାତ୍ରର ବ୍ୟବହାର ମହୁରେ ହାଇଡ୍ରୋକ୍ସି ମିଥାଇଲ୍ ଫର୍ଫୁରାଲ୍ ପରିମାଣ ବଢ଼ାଇଥାଏ। ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତି ଦିନକୁ ମାତ୍ର ୩୦ ରୁ ୧୫୦ ମିଲିଗ୍ରାମ୍‌ ଏଚ୍‌ଏମ୍‌ଏଫ୍‌ ହଜମ କରିପାରିବ। ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା କର୍କଟ ରୋଗ ହୋଇପାରେ। ଏହା ସୁସ୍ଥ କୋଷଗୁଡ଼ିକୁ ଟ୍ୟୁମର କୋଷରେ ପରିଣତ କରେ। ଏହାସହିତ ଏହା ଯକୃତ, କିଡନୀ ଏବଂ ଅନ୍ତନଳୀକୁ କ୍ଷତି ପହଞ୍ଚାଇଥାଏ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର