ଅନୁଗୁଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ସାଇବର ଠକ ଗିରଫ

The Sakala Picture
Published On

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ ଟଙ୍କା ଜବତ କରିବାରେ ସଫଳ ହୋଇଛି। ଅନୁଗୋଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ସାଇବର ଠକେଇ ମାମଲାରେ ଓଡିଶା ପୋଲିସ ଜମନତାରାରୁ ସାଇବର ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନୁଗୋଳ ପୋଲିସ ଅପରାଧୀଙ୍କୁ ସାଙ୍ଗରେ ନେଇ ଓଡିଶାକୁ ଆସୁଛି। ଜମନତାରା ସାଇବର କ୍ରାଇମବ୍ରାଞ୍ଚ […]

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ସାଇବର ଠକେଇରେ ସମ୍ପୃକ୍ତ ଜଣେ ସାଇବର ଠକକୁ ଜମନତାରାରୁ ଗିରଫ କରିବା ସହ ଟଙ୍କା ଜବତ କରିବାରେ ସଫଳ ହୋଇଛି। ଅନୁଗୋଳ ଜିଲ୍ଲା ବନ୍ଧନ ବ୍ୟାଙ୍କର ଶାଖା ପରିଚାଳକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ସାଇବର ଠକେଇ ମାମଲାରେ ଓଡିଶା ପୋଲିସ ଜମନତାରାରୁ ସାଇବର ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନୁଗୋଳ ପୋଲିସ ଅପରାଧୀଙ୍କୁ ସାଙ୍ଗରେ ନେଇ ଓଡିଶାକୁ ଆସୁଛି। ଜମନତାରା ସାଇବର କ୍ରାଇମବ୍ରାଞ୍ଚ ସହାୟତାରେ ଅନୁଗୋଳ ପୋଲିସ ଜମନତାରା ସାଇବର ଠକଙ୍କ ଉପରେ ଚଢ଼ାଉ କରିଥିଲା। ଆଉ ଜଣଙ୍କୁ ଧରିବାରେ ସଫଳ ହେବା ସହ ତା ଠାରୁ ଏକ ଲକ୍ଷ ଟଙ୍କା ଜବତ କରିଥିବା ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନା ଅନୁସାରେ , ଅନୁଗୋଳ ସହରରେ ବନ୍ଧନ ବ୍ୟାଙ୍କ ବ୍ୟାଙ୍କ୍ ର ଶାଖା ପରିଚାଳକ ଭାବେ କାମ କରୁଥିବା ମାନସ ରଞ୍ଜନ ଖୁଣ୍ଟିଆ ବ୍ୟାଙ୍କ୍ ଆକାଉଣ୍ଟରେ ୧୨ ଲକ୍ଷ ଟଙ୍କା ଥିଲା। ଶନିବାର ହଠାତ୍ ତାଙ୍କୁ ଏକ ଅଜଣା ମୋବାଇଲରୁ ଫୋନ୍ କଲ୍ ଆସିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଏୟାରଟେଲ୍ ଅଫିସର ବୋଲି ପରିଚୟ ଦେଇ କହିଥିଲେ, ଆପଣଙ୍କ ଏୟାରଟେଲ୍ ସିମକୁ ୪-ଜିରୁ ୫-ଜିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି ? ମାନସ ଚାହୁଁଥିଲେ ସେୟା। ତେଣୁ ହଁ କହିଥିଲେ। ହଁ ଶୁଣି ମାନସଙ୍କ ମୋବାଇଲ୍କୁ ଏକ ଲିଙ୍କ୍ ପଠାଇଥିଲା ଫୋନ୍ କରିଥିବା ବ୍ୟକ୍ତି। ଏଥିସହ ଏକ ମୋବାଇଲ୍ ନମ୍ବର ମଧ୍ୟ ଦେଇଥିଲା। ପଠାଯାଇଥିବା ଲିଙ୍କ୍କୁ ଦିଆଯାଇଥିବା ମୋବାଇଲ୍ ନମ୍ବରରେ ସେୟାର କରିବାକୁ କହିଥିଲା।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ମାନସ ସେୟା ହିଁ କରିଥିଲେ। ଲିଙ୍କକୁ ମୋବାଇଲ୍ ନମ୍ବରରେ ସେୟାର କରି ଦେଇଥିଲେ। ଏହା ପରଠାରୁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା। ଆଇଏମ୍ପିଏସ୍ ରେ ୩ ଥରରେ ମାନସଙ୍କ ଆକାଉଣ୍ଟରୁ ମୋଟ୍ ୪ଲକ୍ଷ ଟଙ୍କା, ଆର୍ଟିଜିଏସ୍ ରେ ୨ ଲକ୍ଷ ଓ ଏନ୍ଇଏଫ୍ଟିରେ ୧ ଲକ୍ଷ ଟଙ୍କା କଟିଥିଲା। ଠକେଇର ଶିକାର ହୋଇଥିବା ମାନସ ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଜମନତାରାରେ ପହଞ୍ଚିଥିଲା। ଆଉ ସାଇବର ଅପରାଧୀକୁ ଧରିବାରେ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର