୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନୋଟିସ ଜାରି କଲା ଆମାଜନ୍‌

The Sakala Picture
Published On

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନର କର୍ମଚାରୀଙ୍କୁ ବଡ ଝଟକା । ଟ୍ଵିଟର ଏବଂ ମେଟା ପରେ ବିଶ୍ୱର ବଡ କମ୍ପାନୀ ଆମାଜନ ମଧ୍ୟ କର୍ମଚାରୀ ଛଟେଇ ପାଇଁ ନିଷ୍ପତ୍ତି ନେଇଛି । ମାନ୍ଦାବାସ୍ଥା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ‘ଆମାଜନ୍’ ନୋଟିସ ଜାରି କରିଛି। ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜେସୀ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଛଟେଇ ନିଷ୍ପତ୍ତି ସମ୍ବନ୍ଧରେ ୧୮ ଜାନୁଆରୀ ଠାରୁ ସୂଚନା […]

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନର କର୍ମଚାରୀଙ୍କୁ ବଡ ଝଟକା । ଟ୍ଵିଟର ଏବଂ ମେଟା ପରେ ବିଶ୍ୱର ବଡ କମ୍ପାନୀ ଆମାଜନ ମଧ୍ୟ କର୍ମଚାରୀ ଛଟେଇ ପାଇଁ ନିଷ୍ପତ୍ତି ନେଇଛି । ମାନ୍ଦାବାସ୍ଥା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ‘ଆମାଜନ୍’ ନୋଟିସ ଜାରି କରିଛି। ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜେସୀ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଛଟେଇ ନିଷ୍ପତ୍ତି ସମ୍ବନ୍ଧରେ ୧୮ ଜାନୁଆରୀ ଠାରୁ ସୂଚନା ଦିଆଯିବ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଜେସୀଙ୍କ କହିବା ଅନୁଯାୟୀ ଏହାର ପ୍ରଭାବ କମ୍ପାନୀର ଇ-କମର୍ସ ଏବଂ ମାନବସମ୍ବଳ ବିଭାଗ ଉପରେ ପଡ଼ିବ। ତେବେ ଅର୍ଥନୀତିରେ ଅସ୍ଥିରତା ଯୋଗୁଁ କର୍ମଚାରୀଙ୍କ ଛଟେଇ ନିଷ୍ପତ୍ତି ନିଆଯାଇଥିବା ନେଇ କହିଛନ୍ତି ଅଧକାରୀ। ସେ ଆହୁରି କହିଛନ୍ତି କି, ଛଟେଇ ଯୋଗୁଁ ଲୋକଙ୍କୁ ଅସୁବିଧା ହେବ ବୋଲି କମ୍ପାନିର ନେତୃତ୍ୱ ସଚେତନ ଅଛନ୍ତି। ସେଥିପାଇଁ, ଖାମଖିଆଲି ଭାବେ ଆମେ ଏ ନିଷ୍ପତ୍ତି ଗ୍ରହଣ କରିନାହୁଁ। ପ୍ରଭାବିତ ହେଉଥିବା କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ଲାଗି ଆମେ ସେପାରେସନ୍ ପେମେଣ୍ଟ, ଟ୍ରାଞ୍ଜିସ୍‌ନାଲ୍ ହେଲ୍‌ଥ୍ ଇନ୍‌ସ୍ୟୁରାନ୍‌ସ ଏବଂ ଏକ୍ସଟର୍‌ନାଲ୍ ଜବ୍ ପ୍ଲେସ୍‌ମେଣ୍ଟ୍ ସପୋର୍ଟ ଆଦି ପ୍ୟାକେଜ୍ ଯୋଗାଇ ଦେବୁ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ସୂଚନାଯୋଗ୍ୟ, ମହାମାରୀ ସମୟରେ ‘ଆମାଜନ୍’ ବହୁସଂଖ୍ୟକ କର୍ମଚାରୀଙ୍କୁ ଦ୍ରୁତ ନିଯୁକ୍ତି ଦେଇଥିଲା। ଯାହା ଏବେ କମ୍ପାନୀର ଅଭିବୃଦ୍ଧିର କାରଣ ପାଲଟିଛି। ଏଥିପାଇଁ କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି । ସେପ୍ଟେମ୍ବର ଶେଷ ସୁଦ୍ଧା ବିଶ୍ବବ୍ୟାପୀ ‘ଆମାଜନ୍’ ଗ୍ରୁପରେ୧୫ ଲକ୍ଷ କର୍ମଚାରୀ ଥିଲେ। ଆମାଜନର ଅଭିବୃଦ୍ଧି ଦ୍ରୁତ ଭାବେ ହ୍ରାସ ପାଉଥିବାରୁ ହଜାର ହଜାର କର୍ମଚାରୀଙ୍କୁ ଏଭଳି ଭୋଗିବାକୁ ପଡିବ ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଆମାଜନ୍ ପ୍ରଥମେ ଗତ ବର୍ଷ ନଭେମ୍ବର ମାସରେ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିଥିଲା। କେବଳ ଆମାଜନ ନୁହେଁ ଫେସବୁକ୍‌ ମଧ୍ୟ ୧୧ ହଜାର କର୍ମଚାରୀଙ୍କ ଛଟେଇ କରିଛି। ଏହା ବ୍ୟତୀତ ଟ୍ବିଟର, ମାଇକ୍ରୋସଫ୍ଟ, ଇଣ୍ଟେଲ, ଏଚପି ସହ ଅନେକ କମ୍ପାନୀ ୨୦୨୨ ଛଟେଇ କରିବା ନେଇ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର