ଆରବିଆଇର ବଡ଼ ଘୋଷଣା: ଡିସେମ୍ବର ପହିଲାରେ ଲଞ୍ଚ ହେବ ଡିଜିଟାଲ ଟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ଡିଜିଟାଲ କରେନ୍ସି  ସମ୍ବନ୍ଧରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଦେଶରେ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଇ-ରୁପିର ପାଇଲଟ ପ୍ରକଳ୍ପ ଡେସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି। ଏହି ଡିଜିଟାଲ୍ ମୁଦ୍ରାକୁ ଏକ ଡିଜିଟାଲ ଟୋକନ ରୂପରେ ଲଞ୍ଚ କରାଯିବି। ଆରବିଆଇ ଏହା ମଧ୍ୟ ସୂଚନା ଦେଇଛି ଯେ,  ବର୍ତ୍ତମାନର କାଗଜ ମୁଦ୍ରା ଏବଂ ଖୁଚୁରା ମୁଦ୍ରାର […]

ନୂଆଦିଲ୍ଲୀ: ଡିଜିଟାଲ କରେନ୍ସି  ସମ୍ବନ୍ଧରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଦେଶରେ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଇ-ରୁପିର ପାଇଲଟ ପ୍ରକଳ୍ପ ଡେସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି। ଏହି ଡିଜିଟାଲ୍ ମୁଦ୍ରାକୁ ଏକ ଡିଜିଟାଲ ଟୋକନ ରୂପରେ ଲଞ୍ଚ କରାଯିବି। ଆରବିଆଇ ଏହା ମଧ୍ୟ ସୂଚନା ଦେଇଛି ଯେ,  ବର୍ତ୍ତମାନର କାଗଜ ମୁଦ୍ରା ଏବଂ ଖୁଚୁରା ମୁଦ୍ରାର ମୂଲ୍ୟର ସହ ଏହି ଡିଜିଟାଲ ମୂଦ୍ରାର ମୂଲ୍ୟ ସମାନ ରହିବ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ରିଜର୍ଭ ବ୍ୟାଙ୍କ ଡିସେମ୍ବର -୧ ରେ ଖୁଚୁରା ଡିଜିଟାଲ ଟଙ୍କାର ପ୍ରଥମ ପାଇଲଟ ପ୍ରୋଜେକ୍ଟ ଲଞ୍ଚ କରିବ ବୋଲି ଘୋଷଣା କରିଛି। ଏହାପୂର୍ବରୁ, ଆରବିଆଇ ଅକ୍ଟୋବର- ୩୧ରେ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଥିଲା ଯେ,  ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ଏକ ମାସ ମଧ୍ୟରେ ଆରମ୍ଭ ହେବ ବୋଲି ।  ପାଇଲଟ୍ ପ୍ରୋଜେକ୍ଟରେ ଅଂଶଗ୍ରହଣ କରୁଥିବା ଗ୍ରାହକ ଏବଂ ବ୍ଯବସାୟୀଙ୍କ କ୍ଲୋଜର ୟଜର ଗ୍ରୁପ  (CUG) ପାଇଁ ଇ-ଡିଜିଟାଲ୍ ଟଙ୍କା ଉପଲବ୍ଧ ହେବ। ଇ-ଡିଜିଟାଲ୍ ଟଙ୍କା ଟୋକନ୍ ଆକାରରେ ଆଇନଗତ ଟେଣ୍ଡର ହେବ। ସମାନ ନାମରେ ଏହା ଜାରି କରାଯିବ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ଏହା ସହାୟକ କମ୍ପାନୀ ଅର୍ଥାତ୍ ବ୍ୟାଙ୍କ ମାଧ୍ୟମରେ ବଣ୍ଟନ କରାଯିବ।  ଉପଭୋକ୍ତାମାନେ ବ୍ୟାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଆପ୍ ମାଧ୍ୟମରେ ଏହାକୁ କିଣି ପାରିବେ ଏବଂ ଏହାକୁ ମୋବାଇଲ୍ ଫୋନରେ ସୁରକ୍ଷିତ ରଖିବି ପାରିବେ। ଏଥିରେ ବ୍ୟକ୍ତିଙ୍କଠାରୁ -ବ୍ୟକ୍ତି ଏବଂ ବ୍ୟକ୍ତି – ବ୍ୟବସାୟୀଙ୍କ ମଧ୍ୟରେ କାରବାର କରାଯାଇପାରିବ। ବ୍ୟବସାୟୀ ଦୋକାନରେ ପ୍ରଦର୍ଶିତ QR କୋଡ୍ ବ୍ୟବହାର କରି ବ୍ୟବସାୟୀଙ୍କୁ ଅର୍ଥ ପ୍ରଦାନ କରାଯାଇପାରିବ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ପାଇଲଟ୍ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଚାରୋଟି ବ୍ୟାଙ୍କକୁ ସାମିଲ କରାଯାଇଛି।  ଏଥି ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ୟେସ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କକୁ ଅନ୍ତର୍ଭୁକ୍ତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଲଟ୍ ପ୍ରୋଜେକ୍ଟରେ ବ୍ୟାଙ୍କ ଅଫ୍ ବରୋଦା, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚଡିଏଫସି ବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଅନ୍ତର୍ଭୁକ୍ତ କରାଯିବ ବୋଲି ଜଣାପଡ଼ିଛି।

ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱର ଭଳି ସହରଗୁଡିକ ଖୁଚୁରା ଇ-ରୁପିର ପ୍ରଥମ ପର୍ଯ୍ୟାୟର ପାଇଲଟ୍ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅହମ୍ମଦାବାଦ, ଗାଙ୍ଗଟୋକ, ଗୁଆହାଟି, ହାଇଦ୍ରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟନା ଏବଂ ଶିମଲା ସହର ଅନ୍ତର୍ଭୁକ୍ତ ହେବେ। ପ୍ରକଳ୍ପ ଅଗ୍ରଗତି କଲାବେଳେ ଅଧିକ ବ୍ୟାଙ୍କ ଏବଂ ସହର ଅନ୍ତର୍ଭୂକ୍ତ କରାଯିବ। କେନ୍ଦ୍ରୀୟ ବ୍ୟାଙ୍କର ଖୁଚୁରା ଡିଜିଟାଲ ଟଙ୍କା ଉପରେ ଗ୍ରାହକମାନେ କୌଣସି ସୁଧ ପାଇବେ ନାହିଁ।

29 Nov 2022 By The Sakala

ଆରବିଆଇର ବଡ଼ ଘୋଷଣା: ଡିସେମ୍ବର ପହିଲାରେ ଲଞ୍ଚ ହେବ ଡିଜିଟାଲ ଟଙ୍କା

ନୂଆଦିଲ୍ଲୀ: ଡିଜିଟାଲ କରେନ୍ସି  ସମ୍ବନ୍ଧରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଦେଶରେ ଡିଜିଟାଲ କରେନ୍ସି ଆରମ୍ଭ କରିବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଇ-ରୁପିର ପାଇଲଟ ପ୍ରକଳ୍ପ ଡେସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି। ଏହି ଡିଜିଟାଲ୍ ମୁଦ୍ରାକୁ ଏକ ଡିଜିଟାଲ ଟୋକନ ରୂପରେ ଲଞ୍ଚ କରାଯିବି। ଆରବିଆଇ ଏହା ମଧ୍ୟ ସୂଚନା ଦେଇଛି ଯେ,  ବର୍ତ୍ତମାନର କାଗଜ ମୁଦ୍ରା ଏବଂ ଖୁଚୁରା ମୁଦ୍ରାର ମୂଲ୍ୟର ସହ ଏହି ଡିଜିଟାଲ ମୂଦ୍ରାର ମୂଲ୍ୟ ସମାନ ରହିବ।

ରିଜର୍ଭ ବ୍ୟାଙ୍କ ଡିସେମ୍ବର -୧ ରେ ଖୁଚୁରା ଡିଜିଟାଲ ଟଙ୍କାର ପ୍ରଥମ ପାଇଲଟ ପ୍ରୋଜେକ୍ଟ ଲଞ୍ଚ କରିବ ବୋଲି ଘୋଷଣା କରିଛି। ଏହାପୂର୍ବରୁ, ଆରବିଆଇ ଅକ୍ଟୋବର- ୩୧ରେ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଥିଲା ଯେ,  ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ଏକ ମାସ ମଧ୍ୟରେ ଆରମ୍ଭ ହେବ ବୋଲି ।  ପାଇଲଟ୍ ପ୍ରୋଜେକ୍ଟରେ ଅଂଶଗ୍ରହଣ କରୁଥିବା ଗ୍ରାହକ ଏବଂ ବ୍ଯବସାୟୀଙ୍କ କ୍ଲୋଜର ୟଜର ଗ୍ରୁପ  (CUG) ପାଇଁ ଇ-ଡିଜିଟାଲ୍ ଟଙ୍କା ଉପଲବ୍ଧ ହେବ। ଇ-ଡିଜିଟାଲ୍ ଟଙ୍କା ଟୋକନ୍ ଆକାରରେ ଆଇନଗତ ଟେଣ୍ଡର ହେବ। ସମାନ ନାମରେ ଏହା ଜାରି କରାଯିବ।

ଏହା ସହାୟକ କମ୍ପାନୀ ଅର୍ଥାତ୍ ବ୍ୟାଙ୍କ ମାଧ୍ୟମରେ ବଣ୍ଟନ କରାଯିବ।  ଉପଭୋକ୍ତାମାନେ ବ୍ୟାଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଆପ୍ ମାଧ୍ୟମରେ ଏହାକୁ କିଣି ପାରିବେ ଏବଂ ଏହାକୁ ମୋବାଇଲ୍ ଫୋନରେ ସୁରକ୍ଷିତ ରଖିବି ପାରିବେ। ଏଥିରେ ବ୍ୟକ୍ତିଙ୍କଠାରୁ -ବ୍ୟକ୍ତି ଏବଂ ବ୍ୟକ୍ତି – ବ୍ୟବସାୟୀଙ୍କ ମଧ୍ୟରେ କାରବାର କରାଯାଇପାରିବ। ବ୍ୟବସାୟୀ ଦୋକାନରେ ପ୍ରଦର୍ଶିତ QR କୋଡ୍ ବ୍ୟବହାର କରି ବ୍ୟବସାୟୀଙ୍କୁ ଅର୍ଥ ପ୍ରଦାନ କରାଯାଇପାରିବ।

ପାଇଲଟ୍ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଚାରୋଟି ବ୍ୟାଙ୍କକୁ ସାମିଲ କରାଯାଇଛି।  ଏଥି ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ୟେସ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କକୁ ଅନ୍ତର୍ଭୁକ୍ତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଲଟ୍ ପ୍ରୋଜେକ୍ଟରେ ବ୍ୟାଙ୍କ ଅଫ୍ ବରୋଦା, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚଡିଏଫସି ବ୍ୟାଙ୍କ ଏବଂ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଅନ୍ତର୍ଭୁକ୍ତ କରାଯିବ ବୋଲି ଜଣାପଡ଼ିଛି।

ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱର ଭଳି ସହରଗୁଡିକ ଖୁଚୁରା ଇ-ରୁପିର ପ୍ରଥମ ପର୍ଯ୍ୟାୟର ପାଇଲଟ୍ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅହମ୍ମଦାବାଦ, ଗାଙ୍ଗଟୋକ, ଗୁଆହାଟି, ହାଇଦ୍ରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟନା ଏବଂ ଶିମଲା ସହର ଅନ୍ତର୍ଭୁକ୍ତ ହେବେ। ପ୍ରକଳ୍ପ ଅଗ୍ରଗତି କଲାବେଳେ ଅଧିକ ବ୍ୟାଙ୍କ ଏବଂ ସହର ଅନ୍ତର୍ଭୂକ୍ତ କରାଯିବ। କେନ୍ଦ୍ରୀୟ ବ୍ୟାଙ୍କର ଖୁଚୁରା ଡିଜିଟାଲ ଟଙ୍କା ଉପରେ ଗ୍ରାହକମାନେ କୌଣସି ସୁଧ ପାଇବେ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର