ବର୍ଷ ଶେଷ ସୁଦ୍ଧା ବଜାରରୁ ଖାଲି ହେବ ୨୦୦୦ ଟଙ୍କିଆ ନୋଟ୍‍, ନୋଟ୍‍ ଫେରାଇଦେବାକୁ ବ୍ୟାଙ୍କକୁ ଆରବିଆଇର ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ୱର: ୨ହଜାର ଟଙ୍କିଆ ନୋଟ୍‍ର ଅବଧି ସରିଆସୁଛି। ରାଜ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ୨ହଜାର ଟଙ୍କିଆ ନୋଟ୍‍ର ପ୍ରଚଳନକୁ ଅନୌଚାରିକ ଭାବେ ବନ୍ଦ କରିସାରିଛି। ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କକୁ ଆସୁଥିବା ୨ ହଜାର ଟଙ୍କିଆ ନୋଟ୍‍ ଆରବିଆଇକୁ ଫେରସ୍ତ ଦେବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ପ୍ରାୟତଃ ଅଧିକାଂଶ ବ୍ୟାଙ୍କ ନୋଟ୍‍ ଫେରସ୍ତ କରିସାରିଲେଣି। ସମ୍ପ୍ରତି ନା ଏଟିଏମ୍‍ରେ ମିଳୁଛି, ନା ବ୍ୟାଙ୍କ କାହାରିକୁ ନଗଦ ୨ ହଜାର ଟଙ୍କିଆ ନୋଟ୍‍ […]

ଭୁବନେଶ୍ୱର: ୨ହଜାର ଟଙ୍କିଆ ନୋଟ୍‍ର ଅବଧି ସରିଆସୁଛି। ରାଜ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ୨ହଜାର ଟଙ୍କିଆ ନୋଟ୍‍ର ପ୍ରଚଳନକୁ ଅନୌଚାରିକ ଭାବେ ବନ୍ଦ କରିସାରିଛି। ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କକୁ ଆସୁଥିବା ୨ ହଜାର ଟଙ୍କିଆ ନୋଟ୍‍ ଆରବିଆଇକୁ ଫେରସ୍ତ ଦେବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ପ୍ରାୟତଃ ଅଧିକାଂଶ ବ୍ୟାଙ୍କ ନୋଟ୍‍ ଫେରସ୍ତ କରିସାରିଲେଣି। ସମ୍ପ୍ରତି ନା ଏଟିଏମ୍‍ରେ ମିଳୁଛି, ନା ବ୍ୟାଙ୍କ କାହାରିକୁ ନଗଦ ୨ ହଜାର ଟଙ୍କିଆ ନୋଟ୍‍ ଦେଉଛି। କରୋନା ପ୍ରକୋପ କମିବା ପରେ ୨୦୨୧ରେ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍‍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିଲା। ଏହି ଉଦ୍ୟମ ଏବେ ସଫଳ ରୂପ ନେଉଥିବା ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ରାଜଧାନୀ ସମେତ ଜିଲାଗୁଡିକରେ ଥିବା ବ୍ୟାଙ୍କ ଏଟିଏମ୍‍ରେ ୨ହଜାର ଟଙ୍କିଆ ନୋଟ୍‍ ମିଳୁନାହିଁ। ତେବେ ଆରବିଆଇ ନିର୍ଦ୍ଦେଶକ୍ରମେ ବ୍ୟାଙ୍କଗୁଡିକ ଏଟିଏମ୍‍ରେ ୨ ହଜାର ଟଙ୍କିଆ ନୋଟ୍‍ ଭରୁନାହାଁନ୍ତି। ୯୫ ପ୍ରତିଶତରୁ ଊର୍ଦ୍ଧ୍ବ ଏଟିଏମ୍‍ରୁ ୨ହଜାର ଟଙ୍କିଆ ନୋଟ୍‍ ପାଇଁ ଉଦ୍ଦିଷ୍ଟ ବିମ୍‍କୁ କାଢି ଦିଆଯାଇଛି। ଜିଲାସ୍ତରରେ ଚେଷ୍ଟ ବ୍ୟାଙ୍କ (ଟଙ୍କା ଉଠାଣ ପାଇଁ ଉଦ୍ଦିଷ୍ଟ ବ୍ୟାଙ୍କ)କୁ ଆରବିଆଇ ନିର୍ଦ୍ଦେଶ ପରେ ଚେଷ୍ଟ ବ୍ୟାଙ୍କରୁ ଶାଖା ବ୍ୟାଙ୍କକୁ ୨ ହଜାର ଟଙ୍କିଆ ନୋଟ୍‍ ଯାଉନାହିଁ। ଏହାର ପ୍ରଚଳନକୁ ରୋକିବା ପାଇଁ ଆରବିଆଇ ନୋଟ୍‍କୁ ନିଜ ପାଖରେ ମହଜୁଦ କରୁଛି। ତେବେ ଏହି ନୋଟ୍‍ର ପ୍ରତିବଦଳରେ ନୂଆ ନୋଟ୍‍ ବଜାରକୁ ଛଡାଯାଉଥିବା ଜୈନକ ଆରବିଆଇ ଆସୋସିଏଟ ନିଜ ନାମ ଗୋପନ ରଖି କହିଛନ୍ତି। ଚେଷ୍ଟ ବ୍ୟାଙ୍କ ମ୍ୟାନେଜର ବିଜୟ ଶତପଥୀ କହିଛନ୍ତି ଯେ, ଏଟିଏମ୍‍ରେ ଶହେ, ୨ଶହ, ୫ଶହ ଓ ୨ ହଜାର ଟଙ୍କିଆ ନୋଟ୍‍ ପାଇଁ ବିମ୍‍ ରଖାଯାଉଥିଲା। ବିମ୍‍ରେ ରଖାଯାଉଥିବା ନୋଟ୍‍କୁ ଗ୍ରାହକମାନେ ଏଟିଏମ୍‍ରୁ ଉଠାଇ ନେଉଥିଲେ। ସମ୍ପ୍ରତି ୨ ହଜାର ଟଙ୍କିଆ ବିମ୍‍ ଉଠିସାରିଛି। ତେବେ ଆଗାମୀ ଦିନରେ ନୂଆ ମୂଲ୍ୟର ନୋଟ୍‍ ବଜାରକୁ ଆସିବ ଅଥବା ପୁରୁଣା ନୋଟ୍‍କୁ ଅଧିକ ସଂଖ୍ୟାରେ ବଜାରକୁ ଛଡାଯିବ ସେସମ୍ପର୍କରେ ତାଙ୍କର ଧାରଣା ନାହିଁ। ଅନ୍ୟପକ୍ଷରେ ରାଜଧାନୀରେ ଥିବା ଶତାଧିକ ଏଟିଏମ୍‍ରୁ ୨ ହଜାର ଟଙ୍କିଆ ବିମ୍‍କୁ କାଢି ନିଆଯାଇଛି। ଯାହାଫଳରେ ଗ୍ରାହକଙ୍କୁ ନୋଟ୍‍ ମିଳୁନାହିଁ। ୨୦୨୨ ଶେଷ ସୁଦ୍ଧା ନୋଟ୍‍କୁ ସମ୍ପୂର୍ଣ୍‍ ରୂପେ ପ୍ରଚଳନରୁ ବାହାରକୁ ଆଣିବା ଲକ୍ଷ୍ୟ ରଖିଛି ଏସବିଆଇ। ଗ୍ରାହକମାନେ ଯେଉଁଭଳି ଭାବେ ଅଯଥା ଭୟଭୀତ ନହେବେ ତାହାକୁ ଧ୍ୟାନରେ ରଖି ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏକକାଳୀନ ଭାବେ ୨ ହଜାର ଟଙ୍କିଆ ନୋଟ୍‍କୁ ପ୍ରଚଳନରୁ ହଟାଇ ଦିଆଗଲେ ନୋଟ୍‍ ରଖିଥିବା ଲୋକେ ପ୍ରତିକ୍ରିୟାଶୀଳ ହେବେ। ଏଣୁ ଛପା ବନ୍ଦ ହେବା ପୂର୍ବ ପର୍ଯ୍ୟନ୍ତ ପ୍ରଚଳନରେ ଥିବା ନୋଟ୍‍ର ସିଂହ ଭାଗ ଆରବିଆଇ ପାଖକୁ ଫେରିଆସିବା ପରେ ନୋଟ୍‍ର ପ୍ରଚଳନକୁ ବିଦ୍ଧିବଦ୍ଧ ଭାବେ ବନ୍ଦ କରିବା ନେଇ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି ବୋଲି ରାଜ୍ୟ ଆରବିଆଇ ଅଧିକାରୀମାନେ ମତପୋଷଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଗଲା ୨ ବର୍ଷ ହେଲା ୨ହଜାର ଟଙ୍କିଆ ନୋଟ୍‍ ଛପା ବନ୍ଦ ହୋଇସାରିଛି। ଜାତୀୟ ସ୍ତରରେ ଛପା ବନ୍ଦ ହେବା ବେଳକୁ ୩ହଜାର ୩୬୨ ମିଲିୟନ ନୋଟ୍‍ ପ୍ରଚଳନରେ ରହିଥିଲା। ଏହାପରେ ୨୦୨୧ ଫେବୃଆରୀ ବେଳକୁ ପ୍ରଚିଳତ ନୋଟ୍‍ ସଂଖ୍ୟା ୨ହଜାର ୪୯୯ ମିଲିୟନକୁ ଖସିଆସିଲା। ସମ୍ପ୍ରତି ନୋଟ୍‍ର ପ୍ରଚଳନ ସଂଖ୍ୟା ଆହୁରି ଖସିସାରିଛି। ଯଦିଏ ନୋଟ୍‍ ବିଦ୍ଧିବଦ୍ଧ ଭାବେ ପ୍ରଚଳନରେ ରହିଛି; ବଜାରରେ ନୋଟ୍‍ର ସଂଖ୍ୟାକୁ ସର୍ବନିମ୍ନ ସ୍ତରକୁ ଆଣି ନୋଟ୍‍ର ପ୍ରଚଳନକୁ ଔପଚାରିକ ଭାବେ ବନ୍ଦ କରିବା ପାଇଁ ଆରବିଆଇ ଯୋଜନା କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ୟୁପିଆଇର ବହୁଳ ବ୍ୟବହାର ୨ ହଜାର ଟଙ୍କିଆ ନୋଟ୍‍ର ପ୍ରଚଳନ ବଜାରରେ କମିବା ପଛର କାରଣ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ରଖୁଛନ୍ତି। ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ବେହେରା କହିଛନ୍ତି ଯେ, ୟୁପିଆଇ ସାରା ବିଶ୍ୱରେ ଆଦାର ସାଉଁଟୁଛି। ଆମେରିକା ଓ ସ୍ପେନ ଭଳି ଦେଶ ୟୁପିଆଇ ଜ୍ଞାନକୌଶଳକୁ ନେବା ପାଇଁ ଭାରତ ସହ ଆଲୋଚନା ପର୍ଯ୍ୟାୟରେ ରହିଛନ୍ତି। ଦେଶର ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଛୋଟଛୋଟ ମୂଲ୍ୟର ପେମେଣ୍ଟ ପାଇଁ ୟୁପିଆଇକୁ ବ୍ୟବହାର କରାଯାଉଛି। ଏଣୁ ବଡ ବଡ ପେମେଣ୍ଟ ପାଇଁ କେହି ନଗଦ ରାଶିର ବ୍ୟବହାର କରୁନାହାଁନ୍ତି। ୨ ହଜାରରୁ ଅଧିକ ଟଙ୍କା କାହାରିକୁ ପଠାଇବାକୁ ହେଲେ ତୁରନ୍ତ ୟୁପିଆଇ କରାଯାଉଛି। ଏଭଳି ସ୍ଥଳେ ନୋଟ୍‍ର ଏକ ବଡ ଭାଗ ବଜାରରେ ପ୍ରଚଳିତ ହୋଇପାରୁନାହିଁ। ସେହିଭଳି ୟୁପିଆଇର ବହୁଳ ପ୍ରସାର ସମୟରେ ନଗଦ ରାଶି ଧରି କରି ବୁଲିବା ଅସୁରକ୍ଷିତ ହୋଇଥିବା ହେତୁ ଲୋକେ ୨ ହଜାର ଟଙ୍କାରୁ ମୁହଁ ଫେରାଇ ନେଉଛନ୍ତି।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

06 Nov 2022 By The Sakala

https://www.thesakala.in/big-news/by-the-end-of-the-year-no-2000-notes-will-be-seen-in-the-market/article-16326
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର