ଆଲୋକର ପର୍ବ ଦୀପାବଳି: ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଦୀପାବଳି

The Sakala Picture
Published On

କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହା ହେଉଛି ଏକ ପବିତ୍ର ପର୍ବ, ଯାହାକି ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ। କାରଣ ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର, ମା’ ସୀତା ଓ ଭ୍ରାତା ଲକ୍ଷ୍ମଣ ଅଯୋଧ୍ୟା ଫେରିଥିଲେ। ତାଙ୍କ ଆଗମନର ପଥକୁ ଆଲୋକିତ କରିବା ପାଇଁ ଅଯୋଧ୍ୟାବାସୀ ଦୀପ ପ୍ରଜ୍ଜ୍ବଳନ କରିଥିଲେ। ପୌରାଣିକ ମତାନୁସାରେ ସେହିଦିନଠାରୁ ଦୀପାବଳି ପାଳନ କରାଯାଉଛି। ଲଙ୍କାର ରାଜା ରାବଣଙ୍କୁ ମାରି ଶ୍ରୀରାମ ଅଯୋଧ୍ୟା ଫେରିଥିବାରୁ ଦୀପାବଳିକୁ ଆସୁରୀକ ଅନ୍ଧକାର ଉପରେ ଦୈବିଶକ୍ତିର ଉଜ୍ଜ୍ବଳ ପରିପ୍ରକାଶର ପ୍ରତୀକ ଭାବେ ମଧ୍ୟ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଆଉ ଏକ ପୌରାଣିକ କଥା ଅନୁସାରେ ଦୀପାବଳି ରାତିରେ ଶ୍ରୀବିଷ୍ଣୁଙ୍କ ସହିତ ମା’ ଲକ୍ଷ୍ମୀ ବିବାହ କରିଥିଲେ। ତେଣୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ମା’ ଲକ୍ଷ୍ମୀଙ୍କ ପୂଜା କରିବା ସହିତ ବିଭିନ୍ନ ମୂଲ୍ୟବାନ ବସ୍ତୁ କ୍ରୟ କରାଯାଏ ଏବଂ ଉପହାର ମଧ୍ୟ ଦିଆଯାଏ। ଏହିଦିନ ପିତୃପୁରୁଷମାନେ ସ୍ବର୍ଗାଲୋକ ଗମନ କରିଥାନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଦୀପାବଳିରେ ପୟାଶ୍ରାଦ୍ଧ ହୋଇଥାଏ। କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ଆକାଶ ପଥକୁ ଦେଖାଯାଏ ଏବଂ କୁହାଯାଏ – ‘ଅନ୍ଧାରରେ ଆସି ଆଲୁଅରେ ଯାଓ।’ ଏହାକୁ ବଡ଼ବଡ଼ୁଆ ଡାକ ବୋଲି କୁହାଯାଏ। କେବଳ ହିନ୍ଦୁଧର୍ମରେ ନୁହେଁ, ବୌଦ୍ଧ, ଜୈନ ଓ ଶିଖ୍‌ ଧର୍ମରେ ମଧ୍ୟ ଦୀପାବଳି ପର୍ବ ପାଳନ ହୋଇଥାଏ। ଜୈନ ଧର୍ମରେ ଦୀପାବଳିକୁ ମହାବୀରଙ୍କ ମୋକ୍ଷ ଦିବସ ଭାେବ ପାଳନ କରାଯାଉଥିବାବେଳେ ଶିଖ୍‌ଧର୍ମରେ ଏହା ବନ୍ଦିଛୋଡ୍‌ ଦିବସ ଭାବେ ପାଳନ ହୋଇଥାଏ। କାରଣ ଏହିଦିନ ଶିଖ୍‌ ଧର୍ମର ୬ଷ୍ଠ ଗୁରୁ ହରଗୋବିନ୍ଦ ସିଂ ଜେଲ୍‌ରୁ ମୁକ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର