ଲୋକପ୍ରିୟ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା, ନିଜ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

The Sakala Picture
Published On

ମୁୁମ୍ବାଇ: ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ । ଲୋକପ୍ରିୟ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଛନ୍ତି । ଇନ୍ଦୋର ସ୍ଥିତ ତାଙ୍କ ବାସଭବନରୁ ବୈଶାଳୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ମିଳିଛି । ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିନେତ୍ରୀ ବୈଶାଳୀ ଠକ୍କର ଗତ ୧ ବର୍ଷ ହେଲା […]

ମୁୁମ୍ବାଇ: ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ । ଲୋକପ୍ରିୟ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଛନ୍ତି । ଇନ୍ଦୋର ସ୍ଥିତ ତାଙ୍କ ବାସଭବନରୁ ବୈଶାଳୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ମିଳିଛି । ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଅଭିନେତ୍ରୀ ବୈଶାଳୀ ଠକ୍କର ଗତ ୧ ବର୍ଷ ହେଲା ଇନ୍ଦୋରରେ ରହୁଥିଲେ । ବୈଶାଳୀ ତାଙ୍କ ଅଭିନୟ ଜୀବନ ମଧ୍ୟରେ ଅନେକ ଲୋକପ୍ରିୟ ସୋରେ ଭାଗ ନେଇଛନ୍ତି । ସେ ‘ସସୁରାଲ ସିମର କା’ ସିରିଏଲରେ ଅଞ୍ଜଳୀ ଭୂୂମିକାରେ ଅଭିନୟ କରି ବେଶ୍ ପରିଚିତ ହୋଇପାରିଥିଲେ । ଏହା ବ୍ୟତୀତ ସେ ସୁପର ସିଷ୍ଟର, ମନମୋହିନୀ ସିଜିନ-୨ ରେ ଭାଗ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ଆତ୍ମହତ୍ୟା କରିବା ପରେ ଅଭିନେତ୍ରୀ ବୈଶାଳୀ ଛାଡି ଯାଇଥିବା ସୁଇସାଇଡ ନୋଟ୍‌କୁ ପୁଲିସ ଜବତ କରିଛି । ତେବେ କେଉଁ କାରଣରୁ ଅଭିନେତ୍ରୀ ଜଣକ ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର