ବିଶ୍ବବ୍ୟାଙ୍କ ରିପୋର୍ଟ: ୨୦୩୦ ପର୍ଯ୍ୟନ୍ତ ବିଶ୍ବକୁ ଘାରିବ ଉତ୍କଟ ଦାରିଦ୍ର୍ୟ ସମସ୍ୟା

The Sakala Picture
Published On

ନୂଆଦିଲ୍ଲୀ: ମହାମାରୀ କରୋନା ସମେତ ଅନ୍ୟାନ୍ୟ କାରଣକୁ ନେଇ ବିଶ୍ବ ଅର୍ଥନୀତି ସର୍ବାଧିକ ଭାବେ ପ୍ରଭାବିତ ହୋଇଛି। ଏହାକୁ ନେଇ ବିଭିନ୍ନ ଭାଗରେ ଦାରିଦ୍ର୍ୟ ସ୍ଥିତି ଉତ୍କଟ ହୋଇଛି। ବର୍ତ୍ତମାନ ସ୍ଥିତିକୁ ସ୍ବାଭାବିକ କରିବା ନେଇ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଥିଲେ ହେଁ ୨୦୩୦ ସୁଦ୍ଧା ଏହି ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଶ୍ବବ୍ୟାଙ୍କ କହିଛି। ସାଂପ୍ରତିକ ବୈଶ୍ବିକ ଅର୍ଥ ବ୍ୟବସ୍ଥାକୁ ନେଇ ବିଶ୍ବବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରେ କୁହାଯାଇଛି ଯେ, ବର୍ତ୍ତମାନ […]

ନୂଆଦିଲ୍ଲୀ: ମହାମାରୀ କରୋନା ସମେତ ଅନ୍ୟାନ୍ୟ କାରଣକୁ ନେଇ ବିଶ୍ବ ଅର୍ଥନୀତି ସର୍ବାଧିକ ଭାବେ ପ୍ରଭାବିତ ହୋଇଛି। ଏହାକୁ ନେଇ ବିଭିନ୍ନ ଭାଗରେ ଦାରିଦ୍ର୍ୟ ସ୍ଥିତି ଉତ୍କଟ ହୋଇଛି। ବର୍ତ୍ତମାନ ସ୍ଥିତିକୁ ସ୍ବାଭାବିକ କରିବା ନେଇ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଥିଲେ ହେଁ ୨୦୩୦ ସୁଦ୍ଧା ଏହି ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଶ୍ବବ୍ୟାଙ୍କ କହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସାଂପ୍ରତିକ ବୈଶ୍ବିକ ଅର୍ଥ ବ୍ୟବସ୍ଥାକୁ ନେଇ ବିଶ୍ବବ୍ୟାଙ୍କ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରେ କୁହାଯାଇଛି ଯେ, ବର୍ତ୍ତମାନ ବିଶ୍ବର ୯.୩ ପ୍ରତିଶତ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। କରୋନା ମହାମାରୀ ପରେ ପରେ ରୁଷ-ୟୁକ୍ରେନ ଯୁଦ୍ଧ, ଚୀନ ଅର୍ଥନୀତିରେ ମାନ୍ଦା ଏବଂ ଖାଦ୍ୟ ସାମଗ୍ରୀ ଓ ପେଟ୍ରୋଲିୟମ ସାମଗ୍ରୀ ମୂଲ୍ୟ ବୃଦ୍ଧି ଯୋଗୁଁ ବିଶ୍ବ ସ୍ତରରେ ସୃଷ୍ଟି ହୋଇଥିବା ଅସ୍ବାଭାବିକ ପରିସ୍ଥିତି ବିଶ୍ବ ଅର୍ଥନୀତିକୁ ଦୋହଲାଇ ଦେଇଛି। ଏହି ସ୍ଥିତିରେ ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଉଥିଲେ ହେଁ ୨୦୩୦ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ବର୍ତ୍ତମାନ ବିଶ୍ବ ଜନସଂଖ୍ୟାର ୭ ପ୍ରତିଶତ ଭାବେ ମୋଟ ୫୭୪ ନିୟୁତ ଲୋକଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। କିନ୍ତୁ ଆଗାମୀ ଦିନରେ ମଧ୍ୟ ସେମାନଙ୍କ ସ୍ଥିତିରେ କିଛି ପରିବର୍ତ୍ତନ ଘଟିବାର ସମ୍ଭାବନା ନାହିଁ। ୨୦୩୦ ପର୍ଯ୍ୟନ୍ତ ଦୈନିକ ମାତ୍ର ୨.୧୫ ଡଲାରର ଅର୍ଥ ମଧ୍ୟରେ ଏହି ସଂଖ୍ୟକ ଲୋକଙ୍କୁ ନିଜ ଜୀବନ ନିର୍ବାହ କରିବାକୁ ପଡ଼ିବ। ବର୍ତ୍ତମାନ ୯.୩ ପ୍ରତିଶତ ଭାବେ ମୋଟ ୭୧୯ ନିୟୁତ ଲୋକ ଏହି ସ୍ଥିତି ଦେଇ ଗତି କରୁଥିବା ବେଳେ ୨୦୩୦ ପର୍ଯ୍ୟନ୍ତ ୫୭୪ ନିୟୁତ ଲୋକ ଏହି ସ୍ବଳ୍ପ ଅର୍ଥ ମଧ୍ୟରେ ଦୈନନ୍ଦିନ ଜୀବନ କାଟିବେ ବୋଲି ବିଶ୍ବବ୍ୟାଙ୍କ କହିଛି। ତେବେ ଏମାନଙ୍କ ମଧ୍ୟରେ ସର୍ବାଧିକ ଲୋକ ଆଫ୍ରିକୀୟ ରାଷ୍ଟ୍ରର ରହିବେ। ଆଫ୍ରିକା ଏବଂ ସାହାରା ମରୁଭୂମି ଅଞ୍ଚଳରେ ଦାରିଦ୍ର୍ୟ ହାର ୩୫ ପ୍ରତିଶତ ରହିଥିବା ବେଳେ ଏଠାକାର ୬୦ ପ୍ରତିଶତ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟ ଦେଇ ଜୀବନ କାଟିଥାଆନ୍ତି ବୋଲି ବିଶ୍ବବ୍ୟାଙ୍କ ରିପୋର୍ଟରେ କୁହାଯାଇଛି। ଏଭଳି ସ୍ଥିତିରେ ଦୀର୍ଘସୂତ୍ରୀ ଅଭିବୃଦ୍ଧି ହାସଲ ପାଇଁ ବିଶ୍ବବ୍ୟାଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ଏହାର ସଭାପତି ଡେଭିଡ୍‌ ମାଲପାସ୍‌ କହିଛନ୍ତି। ଏଥିସହିତ ବିଶ୍ବସ୍ତରରେ ପାରସ୍ପାରିକ ସହଯୋଗ ସ୍ଥାପନ ଲାଗି ମଧ୍ୟ ଉଦ୍ୟମ କରାଯାଉଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର