ଅଣଗାନ୍ଧୀ ପାଲଟିବେ କଂଗ୍ରେସ ଅଧ୍ୟକ୍ଷ : ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟ ନିଶ୍ଚିତ, ଜାଣନ୍ତୁ କାରଣ….

The Sakala Picture
Published On

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଗତକାଲିଠୁ ଶେଷ ହୋଇଛି ନାମାନଙ୍କନ ଦାଖଲ ପ୍ରକ୍ରିୟା। ସେପ୍ଟମ୍ବର ୩୦ ତାରିଖରେ ଦଳର ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ ଦାଖଲ କରିଥିଲେ ଦଳର ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ,ଲୋକସଭା ସାଂସଦ ଶଶୀ ଥରୁର ଏବଂ ପୂର୍ବତନ ଝାଡଖଣ୍ଡ ମନ୍ତ୍ରୀ କେ.ଏନ ତ୍ରିପାଠୀ। ତେବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ତ୍ରିମୁଖୀ ଲଢେଇ ଆଶା କରାଯାଉଥିବା ବେଳେ ଆଜି ଝାଡଖଣ୍ଡ ନେତା କେ ଏନ୍ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ କରାଯାଇଛି। ଯାହା […]

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଗତକାଲିଠୁ ଶେଷ ହୋଇଛି ନାମାନଙ୍କନ ଦାଖଲ ପ୍ରକ୍ରିୟା। ସେପ୍ଟମ୍ବର ୩୦ ତାରିଖରେ ଦଳର ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ ଦାଖଲ କରିଥିଲେ ଦଳର ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ,ଲୋକସଭା ସାଂସଦ ଶଶୀ ଥରୁର ଏବଂ ପୂର୍ବତନ ଝାଡଖଣ୍ଡ ମନ୍ତ୍ରୀ କେ.ଏନ ତ୍ରିପାଠୀ। ତେବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ତ୍ରିମୁଖୀ ଲଢେଇ ଆଶା କରାଯାଉଥିବା ବେଳେ ଆଜି ଝାଡଖଣ୍ଡ ନେତା କେ ଏନ୍ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ କରାଯାଇଛି। ଯାହା ଫଳରେ ଏବେ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁର ହେବେ ମୁହାଁମୁହିଁ । ଏହି ଦୁଇ ନେତାଙ୍କ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ଜୋରଦାର ଲଢେଇ ଆଶା କରାଯାଉଥିଲେ ମଧ୍ୟ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟ ନିଶ୍ଚିତ ପରି ଲାଗୁଛି।

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟରେ ମୁଖ୍ୟ ଭୂମିକା ଗାନ୍ଧୀ ପରିବାର ବୋଲି ବିବେଚନା କରାଯାଉଛି। କାରଣ ଖଡଗେଙ୍କୁ ଗାନ୍ଧୀ ପରିବାରର ନିକଟତର ବୋଲି ବିବେଚନା କରାଯାଏ। ତାଙ୍କ ପାଖରେ ରାହୁଲ ଗାନ୍ଧୀ, ସୋନିଆ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥନ ରହିଛି।ଅନ୍ୟପଟେ ଜି-୨୩ ନେତା ମାନେ ମଧ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସପକ୍ଷରେ ଥିବା ଜଣାପଡିଛି। ଏଣୁ ସେ ହିଁ କଂଗ୍ରେସର ନୂଆ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ କାମ କରୁଥିଲେ। କଂଗ୍ରେସ ସଭାପତି ନିର୍ବାଚନ ଲାଗି ଲଢେଇ ପାଇଁ ସେ ଆଜି ଏହି ପଦରୁ ଇସ୍ତଫା ଦେଇଛନ୍ତି।  ସେ ୮ଥରର ବିଧାୟକ ଓ ୨ ଥରର ଲୋକସଭା ସାଂସଦ। ଜଣେ ଦଳିତ ନେତା ଭାବେ ଜଣାଶୁଣା ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକାର ପିସିସି ସଭାପତି, ପୂର୍ବତନ ଗୃହମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଏଥିସହ ସେ ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ। ମଲ୍ଲିକାର୍ଜୁନ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରୁ ଆସୁଛନ୍ତି। ଯିଏ ଦଳର ଜଣେ ଦଳିତ ଚେହେରା ଭାବେ ଜଣାଶୁଣା। ଯଦି ସେ ଦଳର ସଭାପତି ଭାବେ ନିର୍ବାଚିତ ହୁଅନ୍ତି ତାହେଲେ କଂଗ୍ରେସ ୫୧ ବର୍ଷ ପରେ ଜଣେ ଦଳିତ ଅଧ୍ୟକ୍ଷ ପାଇବ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ପରେ ଦଳ କୌଣସି ଦଳିତ ନେତା କଂଗ୍ରେସ ନେତା ନେତୃତ୍ୱ ନେଇ ନାହାଁନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ଏଥି ସହିତ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦଳୀୟ ମଙ୍ଗୁଆଳ ଦାୟିତ୍ୱ ପ୍ରଦାନ କରି କଂଗ୍ରେସ ଦେଶର ୨୨ ପ୍ରତିଶତ ଦଳିତଙ୍କୁ ଦଳ ସହ ଯୋଡିବାକୁ ଚେଷ୍ଟା କରିବ। ଏହା ସହିତ ଦଳ ଦକ୍ଷିଣ ଭାରତୀୟ ରାଜନୀତିରେ ସ୍ଥିତି ମଜବୁତ କରିବାକୁ ପ୍ରୟାସ କରିବ। ତାଙ୍କର ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତା ଅନ୍ୟ ଦଳ ସହ ଯୋଗାଯୋଗ କରିବାରେ ବେଶ ସହାୟକ ହେବ।

ଅନ୍ୟପଟେ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ଲାଗି ନାମାନଙ୍କନ ଦାଖଲ କରିବା ପରେ ପ୍ରତିକ୍ରିୟା ରଖି କଂଗ୍ରେସ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ  “ମୁଁ ସର୍ବଦା ଦଳିତ ଲୋକଙ୍କ ଅଧିକାର ପାଇଁ ଲଢିଛି ଏବଂ କଂଗ୍ରେସ ଦଳର ନୀତିକୁ ସମର୍ଥନ କରିବା ପାଇଁ ମୁଁ ଅଧିକ ସଂଗ୍ରାମ କରିବାକୁ ପ୍ରସ୍ତୁତ ଅଛି ଯାହା ସହିତ ମୁଁ ପିଲାଦିନରୁ ଜଡିତ ରହିଛି। ମୁଁ ଦଳର ସେହି ସମସ୍ତ ନେତା, କର୍ମକର୍ତ୍ତା, ପଦାଧିକାରୀଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ମୋ ନାମାଙ୍କନ ସମୟରେ ମୋ ସହିତ ଉପସ୍ଥିତ ରହିଛନ୍ତି। ଆସନ୍ତା ୧୭ ଅକ୍ଟୋବରରେ ମତଦାନ ଅନୁଷ୍ଠିତ ହେବ ଏବଂ ୧୯ ଅକ୍ଟୋବରରେ ନିର୍ବାଚନର ଫଳାଫଳ ଆସିବ। ମୁଁ ଆଶା କରୁଛି ଯେ ମୁଁ ଏହି ନିର୍ବାଚନରେ ​​ଜିତିବି।

ହାର୍‌ ମାନିଯିବାକୁ ପ୍ରସ୍ତୁତ ନୁହଁନ୍ତି ଥରୁର 

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ଥିଲେ ମଧ୍ୟ ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି ଲୋକସଭା ସାଂସଦ ଶଶୀ ଥରୁର। ନିଜର ବାକଚାତୁରୀ ପାଇଁ ବେଶ୍ ପ୍ରସିଦ୍ଧ ଥରୁର କହିଛନ୍ତି ଯେ, ଯଦି ଦଳର ବର୍ତ୍ତମାନର ସ୍ଥିତି ନେଇ କଂଗ୍ରେସ କର୍ମୀମାନେ ସନ୍ତୁଷ୍ଟ ଅଛନ୍ତି, ତାହେଲେ ଖଡ଼ଗେଙ୍କ ସପକ୍ଷରେ ଭୋଟ୍ ଦିଅନ୍ତୁ, ହେଲେ ଯଦି ପରିବର୍ତ୍ତନ ଚାହାନ୍ତି, ତାହେଲେ ତାଙ୍କ ସପକ୍ଷରେ ମତ ଯିବା ଉଚିତ ବୋଲି ଥରୁର କହିଛନ୍ତି । ତେବେ ଏଥିରେ ବିଚାରଧାରାର କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ଶଶୀ ଥରୁର ।

କଂଗ୍ରେସ ଦଳରେ ଥିବା ଯୁବ କର୍ମୀଙ୍କ କଥାକୁ ଶୁଣିବାର ସମୟ ଆସିଯାଇଛି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ଲୋକସଭା ସାଂସଦ ଶଶି ଥରୁର ଆଜି ନାଗପୁରରେ ଏହି କଥା କହିଛନ୍ତି। ସେ କହିଛନ୍ତି, ଆମେ ବଡ଼ ନେତାମାନଙ୍କୁ ସମ୍ମାନ ଦେଉ। କିନ୍ତୁ ଏବେ ଦଳର ଯୁବକର୍ମୀଙ୍କ କଥା ଶୁଣିବାର ବେଳ ଆସିଛି। ଆମେ ଦଳ ସାଂଗଠନିକ ରୂପରେଖକୁ ବଦଳାଇବା ଦିଗରେ କାର୍ୟ୍ୟ କରିବୁ। ଦଳର କର୍ମୀମାନଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ୍‌।ଏହା ପୂର୍ବରୁ ଶଶି ଥରୁର କହିଥିଲେ ଯେ ସେ ଦଳର ସଭାପତି ହେଲେ ‘ହାଇକମାଣ୍ଡ’ ବ୍ୟବସ୍ଥାକୁ ହଟାଇ ଦେବେ। ୨୦୧୪ ନିର୍ବାଚନରେ ପରାଜୟ ପରଠୁ କଂଗ୍ରେସ ଏକାଧିକ ନିର୍ବାଚନରେ ପରାଜୟ ବରଣ କରିଥିବା ବେଳେ ଦଳର ସାଂଗଠନିକ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ ବୋଲି ଜି-୨୩ ନେତାଏ ଦାବି କରି ଆସୁଛନ୍ତି।

କାହିଁକି ନାକଚ ହେଲା କେଏନ୍ ତ୍ରିପାଠୀଙ୍କ ପ୍ରାର୍ଥିପତ୍ର 

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖାଡ଼ଗେ ଓ ଶଶି ଥରୁରଙ୍କ ସହିତ ଝାରଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ୍ ତ୍ରିପାଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ଯାଞ୍ଚ ବେଳେ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଏହି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ମଧୁସୂଦନ ମିସ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ମିସ୍ତ୍ରୀ କହିଛନ୍ତି, ପ୍ରାର୍ଥିପତ୍ର ଗୁଡ଼ିକର ଯାଞ୍ଚ କାର୍ୟ୍ୟ ଶେଷ ହୋଇଛି। କେଏନ୍ ତ୍ରିପାଠୀ ଯେଉଁ ୨୦ଟି ଫର୍ମ ଦାଖଲ କରିଥିଲେ ସେଥିରୁ ୪ଟିରେ ଥିବା ହସ୍ତାକ୍ଷର ଗୁଡ଼ିକ ଭିନ୍ନ ଭିନ୍ନ ଥିଲା। ଏହି କାରଣରୁ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ କରିଦିଆଯାଇଛି।

01 Oct 2022 By The Sakala

https://www.thesakala.in/big-news/mallikarjun-khadge-is-certain-to-become-congress-president/article-15410
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର