କେବଳ ପିଏଫ୍‌ଆଇ ଉପରେ କାହିଁକି, ଆର୍‌ଏସ୍‌ଏସ୍‌ ଉପରେ ମଧ୍ୟ ହେଉ କାର୍ଯ୍ୟାନୁଷ୍ଠାନ : ଦିଗବିଜୟ ସିଂହ

The Sakala Picture
Published On

ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ୨୨ରେ ଜାତୀୟ ଯାଞ୍ଚ ଏଜେନ୍ସି ଏନ୍‌ଆଇଏ  (NIA) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFIର ଅନେକ ସ୍ଥାନରେ ଚଢାଉ କରିଥିଲା। ଏହି ସମୟରେ ପିଏଫ୍‌ଆଇ ସହିତ ଜଡିତ ୧୦୬ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଚଢାଉରେ ଅନେକ ଖୁଲାସା କରାଯାଇଛି। ସୂଚନାନୁସାରେ ଯାଞ୍ଚ ଏଜେନ୍ସି ସଂଗ୍ରହ କରିଥିବା ପ୍ରମାଣ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପିଏଫ୍‌ଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଚଳାଇଛି। ତେବେ […]

ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ୨୨ରେ ଜାତୀୟ ଯାଞ୍ଚ ଏଜେନ୍ସି ଏନ୍‌ଆଇଏ  (NIA) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFIର ଅନେକ ସ୍ଥାନରେ ଚଢାଉ କରିଥିଲା। ଏହି ସମୟରେ ପିଏଫ୍‌ଆଇ ସହିତ ଜଡିତ ୧୦୬ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ଚଢାଉରେ ଅନେକ ଖୁଲାସା କରାଯାଇଛି। ସୂଚନାନୁସାରେ ଯାଞ୍ଚ ଏଜେନ୍ସି ସଂଗ୍ରହ କରିଥିବା ପ୍ରମାଣ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପିଏଫ୍‌ଆଇ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି ଚଳାଇଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ତେବେ ଏହାକୁ ନେଇ ଆଜି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ପ୍ରଶ୍ନ ଉଠାଇବା ସହ କେବଳ ପିଏଫ୍‌ଆଇ ଉପରେ କାହିଁକି ଆର୍‌ଏସ୍‌ଏସ୍‌ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି।ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ସାମ୍ବାଦିକ ସମ୍ମିଳନୀରେ ପିଏଫ୍‌ଆଇ ଉପରେ ହେଉଥିବା ଚଢ଼ାଉକୁ ନେଇ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଦିଗବିଜୟ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କହିଛନ୍ତି ଆର୍‌ଏସ୍‌ଏସ୍‌ ଓ ପିଏଫ୍ଆଇ ଗୋଟିଏ ପ୍ରଜାତିର। ଯଦି ପିଏଫ୍‌ଆଇ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ତେବେ ଆର୍‌ଏସ୍‌ଏସ୍‌ ଉପରେ କାହିଁକି ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ‘ଯେଉଁମାନେ ହିଂସା ସୃଷ୍ଟି କରୁଛନ୍ତି, ଧାର୍ମିକ ଉନ୍ମାଦନା ସୃଷ୍ଟି କରୁଛନ୍ତି। ସେ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ପିଏଫ୍‌ଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ତେବେ ସଂଘ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି। ବିଶ୍ୱ ହିନ୍ଦୁ ପରିଷଦର ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି? ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବା ଦରକାର।’

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଦିଗବିଜୟଙ୍କର ଏଭଳି ତୁଳନାକୁ ଦେଖି ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ କଣ ଆର୍‌ଏସ୍‌ଏସ୍ ଓ ପିଏଫ୍‌ଆଇ ସମାନ ? ଏହାର ଉତ୍ତରରେ ଶ୍ରୀ ସିଂହ କହିଥିଲେ ଯେ, ‘ନିଶ୍ଚିତ ରୁପେ ସମାନ। ଯିଏ ଘୃଣା ଓ ଧାର୍ମିକ ଉନ୍ମାଦ ସୃଷ୍ଟି କରେ ସେମାନେ ସବୁ ଗୋଟିଏ ଥାଳିର ଚଟ୍ଟେ ବଟ୍ଟେ। ଆର୍‌ଏସ୍‌ଏସ୍‌ ଓ ପିଏଫ୍‌ଆଇ ଗୋଟିଏ ଭାଡ଼ିର ପାରା।

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ ଅଭିଯୋଗରେ ବର୍ତ୍ତମାନ ଦେଶରେ ୧୫ଟି ରାଜ୍ୟରେ ପିଏଫ୍‌ଆଇ ସଂଗଠନ ଉପରେ ଚଢ଼ାଉ କରାଯାଇଛି। ସେପ୍ଟେମ୍ବର ୨୨ ତାରିଖରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଓ ଇଡି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଅନ୍ୟ ରାଜ୍ୟମାନଙ୍କରେ ଥିବା ପିଏଫ୍‌ଆଇ ସଂଗଠନ ଉପରେ ବଡ଼ ଧରଣର ଚଢ଼ାଉ କରିଥିଲା। ଏଥିରେ ଇଡି, ଏନ୍‌ଆଇଏ ଓ ରାଜ୍ୟ ପୁଲିସ ଦ୍ୱାରା ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ସଦସ୍ୟଙ୍କୁ ଗିରଫ କରାଯାଇଛି। ପିଏଫ୍‌ଆଇ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ହେବାକୁ ସେପ୍ଟେମ୍ବର ୧୯ ତାରିଖରେ ନିଷ୍ପତ୍ତି ହୋଇଥିଲା।

ଚଢ଼ାଉ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ, ଏନ୍ଆଇଏ, ଇଡି ଓ ଗୁଇନ୍ଦା ସଂସ୍ଥା ବୈଠକ କରିଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅପରାଧିଙ୍କୁ ଧରିବା ପାଇଁ ରାତିରେ ହିଁ ‘ଅପରେସନ ମିଡ୍‌ନାଇଟ୍‌’ ଆରମ୍ଭ ହୋଇଥିଲା। ସଦସ୍ୟମାନେ ଯେମିତି ହଙ୍ଗାମା ନ କରିବେ ସେଥିପାଇଁ ଅପରେସନକୁ ରାତିରେ ହିଁ କରାଯାଉଥିଲା। ଅଧ ରାତିରେ ଏହି ଅପରେସନ ଆରମ୍ଭ ହୋଇଥିଲା। ଏଥିପାଇଁ ୬ କଣ୍ଟ୍ରୋଲ ରୁମ କରାଯାଇଥିଲା। ଗୃହମନ୍ତ୍ରାଳୟ ପୂରା ଅପରେସନକୁ ପରିଚାଳନା କରୁଥିଲା। ତେବେ ଏହି ଚଢାଉ ପରେ କେରଳରେ ପିଏଫ୍‌ଆଇ କର୍ମୀ ମାନେ ଧର୍ମଘଟ ଡକରା ଦେଇଥିଲେ। ଏହି ସମୟରେ କେତେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର