ଦଳରେ କାଟ୍‍ତି କମୁଥିବାରୁ ହଟଚମଟ ସୃଷ୍ଟି କରିବାକୁ ଜୁଏଲଙ୍କ ଉଦ୍ୟମ, ବିଜେଡି ବିରୋଧରେ ‘ବଦଲା’ ନେବାକୁ ପରୋକ୍ଷ ଧମକ

The Sakala Picture
Published On

ଭୁବନେଶ୍ୱର : ଦଳୀୟ ଅର୍ନ୍ତକନ୍ଦଳ, ଗୋଷ୍ଠୀବିବାଦ ସାଙ୍ଗକୁ ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ବିଫଳତା ରାଜ୍ୟରେ ବିଜେପିର ସ୍ଥିତିକୁ ଦିନକୁ ଦିନ ଦୁର୍ବଳ କରି ଚାଲିଛି। ୨୦୧୯ରେ ବିଜୟୀ ହୋଇଥିବା ୮ ସାଂସଦ ଓ ବିଧାନସଭାର ବର୍ତ୍ତମାନର ୨୨ ବିଧାୟକଙ୍କ ଅଞ୍ଚଳରେ ଦଳ ପଞ୍ଚାୟତ ଓ ପୌର ନିର୍ବାଚନରେ ମାଟି କାମୁଡ଼ିଛି। ଦଳର ଭୋଟ ହାର ୨୦୧୭ ପଞ୍ଚାୟତ ନିର୍ବାଚନ ପରଠାରୁ କ୍ରମାଗତ ଭାବରେ ହ୍ରାସ ପାଇ ଚାଲିଛି। ଶାସକ ବିଜେଡିର ଭୋଟ ହାର ବୃଦ୍ଧି ପାଇ ୫୦% […]

ଭୁବନେଶ୍ୱର : ଦଳୀୟ ଅର୍ନ୍ତକନ୍ଦଳ, ଗୋଷ୍ଠୀବିବାଦ ସାଙ୍ଗକୁ ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ବିଫଳତା ରାଜ୍ୟରେ ବିଜେପିର ସ୍ଥିତିକୁ ଦିନକୁ ଦିନ ଦୁର୍ବଳ କରି ଚାଲିଛି। ୨୦୧୯ରେ ବିଜୟୀ ହୋଇଥିବା ୮ ସାଂସଦ ଓ ବିଧାନସଭାର ବର୍ତ୍ତମାନର ୨୨ ବିଧାୟକଙ୍କ ଅଞ୍ଚଳରେ ଦଳ ପଞ୍ଚାୟତ ଓ ପୌର ନିର୍ବାଚନରେ ମାଟି କାମୁଡ଼ିଛି। ଦଳର ଭୋଟ ହାର ୨୦୧୭ ପଞ୍ଚାୟତ ନିର୍ବାଚନ ପରଠାରୁ କ୍ରମାଗତ ଭାବରେ ହ୍ରାସ ପାଇ ଚାଲିଛି। ଶାସକ ବିଜେଡିର ଭୋଟ ହାର ବୃଦ୍ଧି ପାଇ ୫୦% ଅତିକ୍ରମ କରିଛି ଏବଂ ଭୋଟ ସଂଖ୍ୟା ୧.୨ କୋଟିରେ ପହଞ୍ଚିଛି। ଏହି ସ୍ଥିତିରେ ଆଗାମୀ ଦିନରେ ବିଜେଡି ନିଜର ଭୋଟ ସଂଖ୍ୟାକୁ ଦେଢ଼ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟଭେଦୀ ରଣନୀତି ପ୍ରସ୍ତୁତ କରିଛି। ମାତ୍ର ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ସୁନ୍ଦରଗଡ଼ ସାଂସଦ ବିଜେଡିକୁ ପୁରୀ ସମୁଦ୍ରରେ ଫିଙ୍ଗି ଦେବାକୁ ମାରିଥିବା ବାହୁସ୍ଫୋଟକୁ ଦଳକୁ ସାଧାରଣ ଲୋକଙ୍କ ନିକଟରେ ହାସ୍ୟାସ୍ପଦ କରିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

ପ୍ରତ୍ୟେକ ନିର୍ବାଚନରେ ବିଜେଡି ଅପରାଜେୟ ରହିଥିବା ବେଳେ ବିଜେପି ବାରମ୍ବାର ଚିତ୍‍ପଟାଙ୍ଗ ମାରୁଛି। ଏହା ସତ୍ତ୍ବେ ରାଜ୍ୟ ବିଜେପିର ତୁଙ୍ଗ ନେତା ତୁଚ୍ଛା ବାହୁସ୍ଫୋଟ ମାରିବାରେ ପଶ୍ଚାତପଦ ହେଉ ନାହାନ୍ତି। ପୂର୍ବରୁ ଏନେଇ ଅନେକ ନଜିର୍‍ ରହିଥିବା ବେଳେ ତାଲିକାରେ ନୂଆକରି ଯୋଡ଼ି ହୋଇଛନ୍ତି ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ୍‍ ଓରାମ। ପୁରୀରେ ଦଳର ପ୍ରଶିକ୍ଷଣ ଶିବିରରେ ସେ ବିଜେଡିକୁ ପୁରୀ ସମୁଦ୍ରକୁ ଫୋପାଡ଼ିଦେବୁ ବୋଲି ବାହାସ୍ଫୋଟ ମାରିଛନ୍ତି। ନିଜ ସଂସଦୀୟ କ୍ଷେତ୍ର, ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ସବୁବେଳେ ନିରବ ରହୁଥିବା ଜୁଏଲଙ୍କ ଏପରି ମନ୍ତବ୍ୟ କେବଳ ଗଣମାଧ୍ୟମ ଶିରୋନାମାରେ ରହିବା ପାଇଁ ଏକ ବିଫଳ ପ୍ରୟାସ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୁଏଲ କହିଛନ୍ତି, ଆମେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ସହ ବିଜେଡି ସହ ୯ ବର୍ଷ ସରକାରରେ ରହିଥିଲୁ। ଏବେ ଆମେ କେନ୍ଦ୍ରରେ ଶକ୍ତିଶାଳୀ ହୋଇଗଲୁଣି; ଏବେ ଆଉ ନବୀନଙ୍କର ସାହାଯ୍ୟ ଆଉ ଦରକାର ନାହିଁ। ଆମକୁ ବଦ୍‍ଲା ନେବାର ଅଛି ଓ ଆମେ ବିଜେଡିକୁ ପୁରୀ ସମୁଦ୍ରରେ ଠେଲିଦେବୁ ବୋଲି ସେ କହିଛନ୍ତି। ଜୁଏଲଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ କେବଳ ଖବର ଶିରୋନାମାରେ ରହିବା ପାଇଁ ଉଦ୍ଦିଷ୍ଟ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଦଳର ଶୀର୍ଷ ନେତୃତ୍ୱଙ୍କଠାରୁ ଆରମ୍ଭ କରି ରାଜ୍ୟ ନେତୃତ୍ୱଙ୍କ ପର୍ଯ୍ୟନ୍ତ; ଜୁଏଲଙ୍କ ପୂର୍ବ କାଟତି ଆଉ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦ୍ୱିତୀୟ ପାଳିରେ ଜୁଏଲଙ୍କୁ ମନ୍ତ୍ରିମଣ୍ଡଳରେ ନେଇ ନ ଥିବା ବେଳେ ନିକଟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିରୁ ତାଙ୍କୁ ବାଦ୍‍ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

ସେହିପରି ପଶ୍ଚିମ ଓଡ଼ିଶା ବିଶେଷକରି ରାଜ୍ୟ ତଥା ସୁନ୍ଦରଗଡ଼ର ବଡ଼ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଏମ୍‍ସ ବିଷୟରେ ଜୁଏଲ ଅସମ୍ଭବ ନିରବତା ପ୍ରଦର୍ଶନ କରି ଆସୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ତାତିଲେଣି। ସେହିପରି ନିଶାଗ୍ରସ୍ତ ଅବସ୍ଥାରେ ନିଜ ଦଳର ଜଣେ ମହିଳା କର୍ମକର୍ତ୍ତାଙ୍କୁ ଅଶୋଭନୀୟ ଆଚରଣ ଘଟଣାରେ ସେ ଜାମିନ୍‍ରେ ଥିବାବେଳେ ସଂସଦୀୟ କ୍ଷେତ୍ରରେ ଏନେଇ ତାଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଜଣେ ସାଂସଦ ଭାବରେ ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କର ଯୋଗଦାନ ସେପରି ଆଖିଦୃଶିଆ ନଥିବା ବେଳେ ଲୋକେ ତାଙ୍କର ବିକଳ୍ପ ଖୋଜିବା ଆରମ୍ଭ କଲେଣି। ତେଣୁ ଏସବୁ ଉପରୁ ନଜର ହଚାଇବା ପାଇଁ ସେ ଏପରି ମନ୍ତବ୍ୟ ଦେଇଥାଇପାରନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ଦଖଲ ପାଇଁ ବିଜେପି ମିଶନ ୧୨୦ ଆହ୍ୱାନ ଦେଇଥିଲା। ମାତ୍ର ଭୋଟବାକ୍ସରେ ରାଜ୍ୟବାସୀ ପୁନଶ୍ଚ ନବୀନଙ୍କୁ ଆଶୀର୍ବାଦ ଅଜାଡ଼ି ଦେଇଥିବା ବେଳେ ବିଜେପି ମୁହଁମାଡ଼ି ତଳେ ପଡ଼ିଥିଲା। ସେହିପରି ଗତ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ବିଜେଡି ସମ୍ପର୍କରେ କିଛି ଏପରି ମନ୍ତବ୍ୟ ଦେଇଥିଲେ। ପରିଣତି ସ୍ୱରୂପ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ମାଟି କାମୁଡ଼ିଥିଲା। ପୂର୍ବ ନିର୍ବାଚନରେ ଅପ୍ରତ୍ୟାଶିତ ସଫଳତା ପାଇଥିବା ବିଜେପି ଚଳିତ ପଞ୍ଚାୟତ ନିର୍ବାଚନରେ ଏକ ପ୍ରକାରର ମୂଳପୋଛ ହୋଇ ଯାଇଥିଲା। ଦଳର ସଂଗଠନକୁ ସୁଦୃଢ଼ କରିବା ଏବଂ ରାଜ୍ୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ ନ କରି ଏପରି ମିଛ ଆତ୍ମବଡ଼ିବା ଦେଖାଇବା ଟୁଡୁଙ୍କ ପାଇଁ ବୁମେରାଂ ହେଲା ବୋଲି ସେତେବେଳେ ସାଧାରଣରେ ମତପ୍ରକାଶ ପାଇଥିଲା। ଏବେ ବିଶ୍ୱେଶ୍ୱରଙ୍କ ପଥର ପଥଚାରୀ ହୋଇ ଜୁଏଲ ଯେଉଁ ଫମ୍ପା ଭାଷଣବାଜି କରୁଛନ୍ତି ତାହା ତାଙ୍କ ପାଇଁ ବି ଆତ୍ମଘାତୀ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

14 Sep 2022 By The Sakala

ଦଳରେ କାଟ୍‍ତି କମୁଥିବାରୁ ହଟଚମଟ ସୃଷ୍ଟି କରିବାକୁ ଜୁଏଲଙ୍କ ଉଦ୍ୟମ, ବିଜେଡି ବିରୋଧରେ ‘ବଦଲା’ ନେବାକୁ ପରୋକ୍ଷ ଧମକ

ଭୁବନେଶ୍ୱର : ଦଳୀୟ ଅର୍ନ୍ତକନ୍ଦଳ, ଗୋଷ୍ଠୀବିବାଦ ସାଙ୍ଗକୁ ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ବିଫଳତା ରାଜ୍ୟରେ ବିଜେପିର ସ୍ଥିତିକୁ ଦିନକୁ ଦିନ ଦୁର୍ବଳ କରି ଚାଲିଛି। ୨୦୧୯ରେ ବିଜୟୀ ହୋଇଥିବା ୮ ସାଂସଦ ଓ ବିଧାନସଭାର ବର୍ତ୍ତମାନର ୨୨ ବିଧାୟକଙ୍କ ଅଞ୍ଚଳରେ ଦଳ ପଞ୍ଚାୟତ ଓ ପୌର ନିର୍ବାଚନରେ ମାଟି କାମୁଡ଼ିଛି। ଦଳର ଭୋଟ ହାର ୨୦୧୭ ପଞ୍ଚାୟତ ନିର୍ବାଚନ ପରଠାରୁ କ୍ରମାଗତ ଭାବରେ ହ୍ରାସ ପାଇ ଚାଲିଛି। ଶାସକ ବିଜେଡିର ଭୋଟ ହାର ବୃଦ୍ଧି ପାଇ ୫୦% ଅତିକ୍ରମ କରିଛି ଏବଂ ଭୋଟ ସଂଖ୍ୟା ୧.୨ କୋଟିରେ ପହଞ୍ଚିଛି। ଏହି ସ୍ଥିତିରେ ଆଗାମୀ ଦିନରେ ବିଜେଡି ନିଜର ଭୋଟ ସଂଖ୍ୟାକୁ ଦେଢ଼ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟଭେଦୀ ରଣନୀତି ପ୍ରସ୍ତୁତ କରିଛି। ମାତ୍ର ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ସୁନ୍ଦରଗଡ଼ ସାଂସଦ ବିଜେଡିକୁ ପୁରୀ ସମୁଦ୍ରରେ ଫିଙ୍ଗି ଦେବାକୁ ମାରିଥିବା ବାହୁସ୍ଫୋଟକୁ ଦଳକୁ ସାଧାରଣ ଲୋକଙ୍କ ନିକଟରେ ହାସ୍ୟାସ୍ପଦ କରିଛି।

ପ୍ରତ୍ୟେକ ନିର୍ବାଚନରେ ବିଜେଡି ଅପରାଜେୟ ରହିଥିବା ବେଳେ ବିଜେପି ବାରମ୍ବାର ଚିତ୍‍ପଟାଙ୍ଗ ମାରୁଛି। ଏହା ସତ୍ତ୍ବେ ରାଜ୍ୟ ବିଜେପିର ତୁଙ୍ଗ ନେତା ତୁଚ୍ଛା ବାହୁସ୍ଫୋଟ ମାରିବାରେ ପଶ୍ଚାତପଦ ହେଉ ନାହାନ୍ତି। ପୂର୍ବରୁ ଏନେଇ ଅନେକ ନଜିର୍‍ ରହିଥିବା ବେଳେ ତାଲିକାରେ ନୂଆକରି ଯୋଡ଼ି ହୋଇଛନ୍ତି ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ୍‍ ଓରାମ। ପୁରୀରେ ଦଳର ପ୍ରଶିକ୍ଷଣ ଶିବିରରେ ସେ ବିଜେଡିକୁ ପୁରୀ ସମୁଦ୍ରକୁ ଫୋପାଡ଼ିଦେବୁ ବୋଲି ବାହାସ୍ଫୋଟ ମାରିଛନ୍ତି। ନିଜ ସଂସଦୀୟ କ୍ଷେତ୍ର, ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ସବୁବେଳେ ନିରବ ରହୁଥିବା ଜୁଏଲଙ୍କ ଏପରି ମନ୍ତବ୍ୟ କେବଳ ଗଣମାଧ୍ୟମ ଶିରୋନାମାରେ ରହିବା ପାଇଁ ଏକ ବିଫଳ ପ୍ରୟାସ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି।

ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୁଏଲ କହିଛନ୍ତି, ଆମେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ସହ ବିଜେଡି ସହ ୯ ବର୍ଷ ସରକାରରେ ରହିଥିଲୁ। ଏବେ ଆମେ କେନ୍ଦ୍ରରେ ଶକ୍ତିଶାଳୀ ହୋଇଗଲୁଣି; ଏବେ ଆଉ ନବୀନଙ୍କର ସାହାଯ୍ୟ ଆଉ ଦରକାର ନାହିଁ। ଆମକୁ ବଦ୍‍ଲା ନେବାର ଅଛି ଓ ଆମେ ବିଜେଡିକୁ ପୁରୀ ସମୁଦ୍ରରେ ଠେଲିଦେବୁ ବୋଲି ସେ କହିଛନ୍ତି। ଜୁଏଲଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ କେବଳ ଖବର ଶିରୋନାମାରେ ରହିବା ପାଇଁ ଉଦ୍ଦିଷ୍ଟ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଦଳର ଶୀର୍ଷ ନେତୃତ୍ୱଙ୍କଠାରୁ ଆରମ୍ଭ କରି ରାଜ୍ୟ ନେତୃତ୍ୱଙ୍କ ପର୍ଯ୍ୟନ୍ତ; ଜୁଏଲଙ୍କ ପୂର୍ବ କାଟତି ଆଉ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦ୍ୱିତୀୟ ପାଳିରେ ଜୁଏଲଙ୍କୁ ମନ୍ତ୍ରିମଣ୍ଡଳରେ ନେଇ ନ ଥିବା ବେଳେ ନିକଟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିରୁ ତାଙ୍କୁ ବାଦ୍‍ ଦିଆଯାଇଛି।

ସେହିପରି ପଶ୍ଚିମ ଓଡ଼ିଶା ବିଶେଷକରି ରାଜ୍ୟ ତଥା ସୁନ୍ଦରଗଡ଼ର ବଡ଼ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଏମ୍‍ସ ବିଷୟରେ ଜୁଏଲ ଅସମ୍ଭବ ନିରବତା ପ୍ରଦର୍ଶନ କରି ଆସୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ତାତିଲେଣି। ସେହିପରି ନିଶାଗ୍ରସ୍ତ ଅବସ୍ଥାରେ ନିଜ ଦଳର ଜଣେ ମହିଳା କର୍ମକର୍ତ୍ତାଙ୍କୁ ଅଶୋଭନୀୟ ଆଚରଣ ଘଟଣାରେ ସେ ଜାମିନ୍‍ରେ ଥିବାବେଳେ ସଂସଦୀୟ କ୍ଷେତ୍ରରେ ଏନେଇ ତାଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଜଣେ ସାଂସଦ ଭାବରେ ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କର ଯୋଗଦାନ ସେପରି ଆଖିଦୃଶିଆ ନଥିବା ବେଳେ ଲୋକେ ତାଙ୍କର ବିକଳ୍ପ ଖୋଜିବା ଆରମ୍ଭ କଲେଣି। ତେଣୁ ଏସବୁ ଉପରୁ ନଜର ହଚାଇବା ପାଇଁ ସେ ଏପରି ମନ୍ତବ୍ୟ ଦେଇଥାଇପାରନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ଦଖଲ ପାଇଁ ବିଜେପି ମିଶନ ୧୨୦ ଆହ୍ୱାନ ଦେଇଥିଲା। ମାତ୍ର ଭୋଟବାକ୍ସରେ ରାଜ୍ୟବାସୀ ପୁନଶ୍ଚ ନବୀନଙ୍କୁ ଆଶୀର୍ବାଦ ଅଜାଡ଼ି ଦେଇଥିବା ବେଳେ ବିଜେପି ମୁହଁମାଡ଼ି ତଳେ ପଡ଼ିଥିଲା। ସେହିପରି ଗତ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ବିଜେଡି ସମ୍ପର୍କରେ କିଛି ଏପରି ମନ୍ତବ୍ୟ ଦେଇଥିଲେ। ପରିଣତି ସ୍ୱରୂପ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ମାଟି କାମୁଡ଼ିଥିଲା। ପୂର୍ବ ନିର୍ବାଚନରେ ଅପ୍ରତ୍ୟାଶିତ ସଫଳତା ପାଇଥିବା ବିଜେପି ଚଳିତ ପଞ୍ଚାୟତ ନିର୍ବାଚନରେ ଏକ ପ୍ରକାରର ମୂଳପୋଛ ହୋଇ ଯାଇଥିଲା। ଦଳର ସଂଗଠନକୁ ସୁଦୃଢ଼ କରିବା ଏବଂ ରାଜ୍ୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ ନ କରି ଏପରି ମିଛ ଆତ୍ମବଡ଼ିବା ଦେଖାଇବା ଟୁଡୁଙ୍କ ପାଇଁ ବୁମେରାଂ ହେଲା ବୋଲି ସେତେବେଳେ ସାଧାରଣରେ ମତପ୍ରକାଶ ପାଇଥିଲା। ଏବେ ବିଶ୍ୱେଶ୍ୱରଙ୍କ ପଥର ପଥଚାରୀ ହୋଇ ଜୁଏଲ ଯେଉଁ ଫମ୍ପା ଭାଷଣବାଜି କରୁଛନ୍ତି ତାହା ତାଙ୍କ ପାଇଁ ବି ଆତ୍ମଘାତୀ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର