ଶସ୍ତା ହେବାରେ ଲାଗିଛି ଅଶୋଧିତ ତେଲ : ପେଟ୍ରୋଲ,ଡିଜେଲରୁ ସରକାର କମାଉନାହାନ୍ତି ଉତ୍ପାଦ ଶୁଳ୍କ

The Sakala Picture
Published On

ନୂଆଦିଲ୍ଲୀ : ବିଶ୍ବ ବଜାରରେ ଦିନକୁ ଦିନ ଶସ୍ତା ହେବାରେ ଲାଗିଛି ଅଶୋଧିତ ତେଲ। ଏକଦା ଜୁନ୍‌ ୮ରେ ବ୍ୟାରେଲ ପିଛା ୧୨୩.୫୮ ଡଲାର ରହିଥିବା ଅଶୋଧିତ ତୈଳ ଏବେ ବ୍ୟାରେଲ ପିଛା ୮୦ ଡଲାର ତଳକୁ ଖସିଆସିଥିଲେ ସୁଦ୍ଧା ଖୁଚୁରା ବଜାରରେ କମୁନି ପେଟ୍ରୋଲ ଏବଂ ଡିଜେଲ ଦର। ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଫଳରେ ସରକାରଙ୍କ ରାଜସ୍ବ ଆୟ ଢ଼େର ବଢ଼ିଯାଇଛି। ଏହା ସତ୍ତ୍ବେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ […]

ନୂଆଦିଲ୍ଲୀ : ବିଶ୍ବ ବଜାରରେ ଦିନକୁ ଦିନ ଶସ୍ତା ହେବାରେ ଲାଗିଛି ଅଶୋଧିତ ତେଲ। ଏକଦା ଜୁନ୍‌ ୮ରେ ବ୍ୟାରେଲ ପିଛା ୧୨୩.୫୮ ଡଲାର ରହିଥିବା ଅଶୋଧିତ ତୈଳ ଏବେ ବ୍ୟାରେଲ ପିଛା ୮୦ ଡଲାର ତଳକୁ ଖସିଆସିଥିଲେ ସୁଦ୍ଧା ଖୁଚୁରା ବଜାରରେ କମୁନି ପେଟ୍ରୋଲ ଏବଂ ଡିଜେଲ ଦର। ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଫଳରେ ସରକାରଙ୍କ ରାଜସ୍ବ ଆୟ ଢ଼େର ବଢ଼ିଯାଇଛି। ଏହା ସତ୍ତ୍ବେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ହେଉନାହିଁ। ସାରା ବିଶ୍ବରେ ମାନ୍ଦାବସ୍ଥା ଯୋଗୁ ଚାହିଦାରେ ହ୍ରାସ ଫଳରେ ବଜାରରେ ଅଶୋଧିତ ତେଲ ଦରରେ କ୍ରମଶଃ ହ୍ରାସ ଧାରା ଜାରି ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଏକ ରିପୋର୍ଟ ଅନୁଯାୟୀ, ୨୦୧୪-୧୫ ରୁ ୨୦୨୧-୨୨ ମଧ୍ୟରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୯୪ ରୁ ୫୧୨ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ପରିସ୍ଥିତି ହେଉଛି ସେତେବେଳେ ଦେଖିବାକୁ ମିଳିଛି ଯେତେବେଳେ ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ଅଶୋଧିତ ତେଲ ବ୍ୟାରେଲ ପିଛା ୮୦ ଡଲାରରୁ ହ୍ରାସ ପାଇଛି। ତେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି ହେତୁ ସାଧାରଣ ଖାଉଟି ଦରଦାମ୍‌ ବୃଦ୍ଧି ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୨୦୧୪-୧୫ ରୁ ୨୦୨୧-୨୨ ମଧ୍ୟରେ ସରକାରଙ୍କ ଉତ୍ପାଦ ଶୁଳ୍କରୁ କେନ୍ଦ୍ର ସରକାରଙ୍କ ରାଜସ୍ବ ଆୟ ୧୨୬% ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ପେଟ୍ରୋଲିୟମ ଏବଂ ପ୍ଲାନିଂ ଆନାଲିସିସ୍ ସେଲ୍ (ପିପିଏସି) ରିପୋର୍ଟ ଅନୁଯାୟୀ ୨୦୧୪-୧୫ରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୯.୪୮ ଟଙ୍କା ଏବଂ ଡିଜେଲରେ ୩.୫୬ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଅନ୍ୟପକ୍ଷରେ, ୨୦୨୧-୨୨ରେ ପେଟ୍ରୋଲ ଉପରେ ଏହି ଶୁଳ୍କ ୧୯୪ ପ୍ରତିଶତ ବୃଦ୍ଧି ପାଇ ୨୭.୯୦ ଟଙ୍କା ଏବଂ ଡିଜେଲ ଉପରେ ୫୧୨ ପ୍ରତିଶତ ବୃଦ୍ଧି ହୋଇ ଲିଟର ପିଛା ୨୧.୮୦ ଟଙ୍କା ହୋଇଛି। କୌତୂହଳର ବିଷୟ ହେଉଛି , ୨୦୧୫-୧୬ ରୁ ୨୦୨୧-୨୨ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ସରକାର ଉତ୍ପାଦ ଶୁଳ୍କ କ୍ରମାଗତ ଭାବରେ ବୃଦ୍ଧି ଘଟାଇଥିବାବେଳେ ଏହି ସମୟରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାର ତଳକୁ ଖସିଆସିଥିଲା। ଏପରିକି ତିନି ଥର ଅଶୋଧିତ ତୈଳ ବ୍ୟାରେଲ ପିଛା ୫୦ ଡଲାରରୁ ଖସି ଆସିଥିଲା। ୨୦୧୪-୧୫ରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୮୪.୧୬ ଡଲାର ରହିଥିବାବେଳେ ୨୦୧୫-୧୬ ଏବଂ ୨୦୧୬-୧୭ରେ ଏହା ଯଥାକ୍ରମେ ବ୍ୟାରେଲ ପିଛା ୪୬ ଡଲାର ଏବଂ ବ୍ୟାରେଲ ପିଛା ୪୭ ଡଲାର ଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଏହି ତଥ୍ୟ ଦର୍ଶାଉଛି ଯେ ୨୦୧୫-୧୬ରୁ ୨୦୧୬-୧୭ ମଧ୍ୟରେ ଯେତେବେଳେ ଅଶୋଧିତ ତୈଳ ମୂଲ୍ୟ ୨୦୧୪-୧୫ ସ୍ତରର ପ୍ରାୟ ଅଧା ଥିଲା ସେତେବେଳେ ସରକାର ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୧୭.୪୮ ଟଙ୍କାରୁ ୨୧.୪୮ ଟଙ୍କାକୁ ବୃଦ୍ଧି କରିଥିଲେ। ସେହି ସମୟ ମଧ୍ୟରେ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ୧୦.୨୬ ରୁ ୧୭.୩୩ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ଅପରପକ୍ଷେ ୨୦୨୦-୨୧ରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୬୦.୪୭ ଡଲାରରୁ ୪୪.୮୨ ଡଲାରକୁ ଖସିଆସିଛି। ୨୦୧୯-୨୦ ରେ କରୋନା ମହାମାରୀ ଆରମ୍ଭ ହୋଇଥିଲା ଏବଂ ପେଟ୍ରୋଲ ଏବଂ ଡିଜେଲ ଉପରେ ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିଲେ। ପେଟ୍ରୋଲ ଉପରେ ଏହି ଶୁଳ୍କ ୨୦୨୦ ମାର୍ଚ୍ଚ ୧୩ରେ ୧୯.୯୮ ଟଙ୍କାରୁ ଚଳିତବର୍ଷ ଫେବୃଆରୀ ୨ ରେ ୩୨.୯୦ ଟଙ୍କାକୁ ବୃଦ୍ଧି ପାଇଛି। ଗୋଟିଏ ବର୍ଷରେ ଉତ୍ପାଦ ଶୁଳ୍କରେ ସରକାର ଲିଟର ପିଛା ପ୍ରାୟ ୧୩ ଟଙ୍କା ବୃଦ୍ଧି କରିଛନ୍ତି। ସେହିଭଳି ୨୦୨୦ ମାର୍ଚ୍ଚ ୧୩ରେ ଡିଜେଲରେ ଉତ୍ପାଦ ଶୁଳ୍କ ଲିଟର ପିଛା ୧୫.୮୩ ଟଙ୍କା ରହିଥିଲା। ତେବେ, ୨୦୨୧ ଫେବୃଆରୀ ୨ରେ ଏଥିରେ ୧୬ ଟଙ୍କା ବୃଦ୍ଧି କରାଯାଇ ଲିଟର ପିଛା ୩୧ ଟଙ୍କା ୮୦ ଟଙ୍କା ହୋଇଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର