ବିରୋଧୀଙ୍କୁ ଏକାଠି କରିବାକୁ ନୀତୀଶଙ୍କ ଜୋରଦାର ପ୍ରୟାସ : ମୁଖ୍ୟମନ୍ତ୍ରୀ ନବୀନଙ୍କୁ କରିପାରନ୍ତି ସାକ୍ଷାତ

The Sakala Picture
Published On

ଭୁବନେଶ୍ୱର : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଛାଡିବା ପରେ ଜାତୀୟ ରାଜନୀତିରେ ଏକାଧିକ ରୋଚକ ଘଟଣା ଘଟିବାରେ ଲାଗିଛି। ଇତି ମଧ୍ୟରେ ନୀତୀଶ କୁମାର ନୂଆଦିଲ୍ଲୀ ଗସ୍ତ କରି ଏକାଧିକ ବିରୋଧୀ ଦଳ ନେତାମାନଙ୍କୁ ଭେଟିଛନ୍ତି। ଗତ କିଛିଦିନ ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଆଇଏନଏଲଡି ନେତା ଓମ୍‍ ପ୍ରକାଶ ଚୌତାଲା, ଜେଡିଏସ୍‍ ନେତା କୁମାରସ୍ୱାମୀ, ବାମପନ୍ଥୀ […]

ଭୁବନେଶ୍ୱର : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ନେତୃତ୍ୱାଧିନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଛାଡିବା ପରେ ଜାତୀୟ ରାଜନୀତିରେ ଏକାଧିକ ରୋଚକ ଘଟଣା ଘଟିବାରେ ଲାଗିଛି। ଇତି ମଧ୍ୟରେ ନୀତୀଶ କୁମାର ନୂଆଦିଲ୍ଲୀ ଗସ୍ତ କରି ଏକାଧିକ ବିରୋଧୀ ଦଳ ନେତାମାନଙ୍କୁ ଭେଟିଛନ୍ତି। ଗତ କିଛିଦିନ ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଆଇଏନଏଲଡି ନେତା ଓମ୍‍ ପ୍ରକାଶ ଚୌତାଲା, ଜେଡିଏସ୍‍ ନେତା କୁମାରସ୍ୱାମୀ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ପ୍ରମୁଖଙ୍କୁ ଭେଟିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସେହିପରି କିଛିଦିନ ପୂର୍ବରୁ ବିଜେପିର ଅନ୍ୟତମ କଠୋର ବିରୋଧୀ କୁହାଯାଉଥିବା ଟିଆରଏସ୍‍ ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ଙ୍କ ସହ ନୀତିଶଙ୍କର ଆଲୋଚନା ହୋଇଛି। ଏହି କ୍ରମରେ ନିକଟ ଭବିଷ୍ୟତରେ ନୀତୀଶ ଓଡ଼ିଶାଗସ୍ତ କରିବା ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଏକ ଜାତୀୟ ମେଣ୍ଟ ଗଠନ ପାଇଁ ନୀତିଶ ପ୍ରସ୍ତୁତି ଚଳାଇଛନ୍ତି। ଅଣ ବିଜେପି ଦଳଗୁଡ଼ିକୁ ଏକାଠି କରିବା ପାଇଁ ସେ ପ୍ରସ୍ତୁତ କରିଥିବା ରଣନୀତି କେତେ ସଫଳ ହେବ ତାହା ଭିନ୍ନ କଥା; ମାତ୍ର ନୀତୀଶଙ୍କ ଓଡ଼ିଶା ଗସ୍ତ ରାଜ୍ୟ ବିଜେପି ପାଇଁ ଶିରପୀଡ଼ାର କାରଣ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ରାଜନୈତିକ ସମୀକ୍ଷକମାନଙ୍କ ମତ ଅନୁସାରେ ଓଡ଼ିଶାରେ ବିଜେଡି ଦୀର୍ଘଦିନ ଧରି ଶାସନରେ ରହିଛି। ଏହି ଆଞ୍ଚଳିକ ଦଳ ନିଜର ଏକ ବୃହତ୍‍ ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ଦଳର ଭୋଟ ହାର ଏବେ ୫୦% ଅତିକ୍ରମ କରିଛି। ଏହି ସ୍ଥିତିରେ ବିଜେଡିକୁ କୌଣସି ଜାତୀୟ କିମ୍ବା ଆଞ୍ଚଳିକ ଦଳ ଚ୍ୟାଲେଞ୍ଜ କରିବା ପରିସ୍ଥିତିରେ ନାହାନ୍ତି। ମାତ୍ର ସବୁ ରାଜ୍ୟ ପରି ଏକ ସରକାରୀ ବିରୋଧୀ ଭୋଟ ରହିଥାଏ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ସେହି ଦୃଷ୍ଟିରେ ୨୦୧୪ ଏବଂ ୨୦୧୯ରେ ମୋଦି ହାୱା ବିଜେପିର ଭୋଟ ପ୍ରତିଶତ ବୃଦ୍ଧି କରିଥିଲା। ମାତ୍ର ବିଜେପିର ସେହି ଲୋକପ୍ରିୟତା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଜେପି ପାଇଥିବା ଶାସକ ବିରୋଧୀ ଭୋଟ ବିଭାଜନ ହେବାର ଯଥେଷ୍ଟ ଆଶଙ୍କା କରାଯାଉଛି। କିଛି ବରିଷ୍ଠ କଂଗ୍ରେସ ଓ ବାମପନ୍ଥୀ ନେତାଙ୍କ କହିବାନୁଯାୟୀ, କଂଗ୍ରେସ ଓ ବାମ ଦଳ ଏକାକୀ କୌଣସି ଲୋକସଭା ଜିତିବା କଷ୍ଟକର ହୋଇପାରେ। ମାତ୍ର ନବରଙ୍ଗପୁର ଓ କୋରାପୁଟରେ ଦଳ ଭଲ ସ୍ଥିତିରେ ରହିଛି। ନୀତୀଶ ବିରୋଧୀ ମେଣ୍ଟକୁ ଆସିବା ଫଳରେ ଓଡ଼ିଶାରେ କଂଗ୍ରେସ, ସମସ୍ତ ବାମଦଳ ଏବଂ ଅନ୍ୟ ଆଞ୍ଚଳିକ ଶକ୍ତି ଯଦି ସଙ୍ଗଠିତ ହୁଅନ୍ତି, ତେବେ ଏହା ବିଜେପି ୨୦୧୯ରେ ପାଇଥିବା ଭୋଟ ବ୍ୟାଙ୍କ୍‍କୁ ନିଶ୍ଚୟ ପ୍ରଭାବିତ କରିବ। ଏହି ଆଞ୍ଚଳିକ ଶକ୍ତି ଯଦି ବିଜେପିର ଲୋକସଭା ସିଟ୍‍ ହ୍ରାସ କରାଇପାରୁଛି, ତେବେ ଏହା କମ୍‍ ଉପଲବ୍ଧି ହେବ ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୪ରେ ଜାତୀୟ ଓ ଆଞ୍ଚଳିକସ୍ତରରେ କଂଗ୍ରେସ, ସିପିଆଇ, ସିପିଏମ୍‍, ଜେଏମଏମ୍‍ ମେଣ୍ଟ ଗଠନର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ପ୍ରତ୍ୟକ୍ଷ ଭାବେ ଅଣବିଜେପି-ଅଣ କଂଗ୍ରେସ ରାଜନୀତିରେ ବିଶ୍ୱାସ କରୁଥିବା କେତେକ ନେତା ରାଜ୍ୟରେ ନୂତନ ରାଜନୈତିକ ଫ୍ଲାଟଫର୍ମ ସୃଷ୍ଟି କରିବା ନେଇ ମଧ୍ୟ ବିଚାରବିମର୍ଶ ଚଳାଇଛନ୍ତି। ଏହି ରାଜନୈତିକ ସାମ୍ମୁଖ୍ୟ ବେକାରୀ ,ଦରବୃଦ୍ଧି, ରାଜ୍ୟକୁ କେନ୍ଦ୍ରର ଅବହେଳା, ସାମାଜିକ ନ୍ୟାୟ ପ୍ରସଙ୍ଗକୁ ନେଇ କମନ୍‍ ମିନିମନ୍‍ ପ୍ରୋଗ୍ରାମ (ସାଧାରଣ ରାଜନୈତିକ) କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର