ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ବଡ଼ ଝଟକା, ଗୁଲାମଙ୍କ ସମର୍ଥନରେ ଦଳ ଛାଡିଲେ ଆଉ ୫ ପୂର୍ବତନ ବିଧାୟକ

The Sakala Picture
Published On

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ କଂଗ୍ରେସକୁ ଆଉ ଏକ ବଡ ଝଟକା ଲାଗିଛି। ଗୁଲାମ ନବୀ ଆଜାଦ୍‌ କଂଗ୍ରେସ ଛାଡ଼ିବାର କିଛି କ୍ଷଣ ମଧ୍ୟରେ ଜମ୍ମୁ କଶ୍ମୀରିର ୫ ଜଣ ପୂର୍ବତନ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ଆଜାଦ୍‌ଙ୍କ ସହ ସ୍ୱର ମିଶାଇ ସେମାନେ ମଧ୍ୟ ଦଳ ଛାଡ଼ିବାର କାରଣ ରାହୁଲ ଗାନ୍ଧିଙ୍କୁ ଦେଇଛନ୍ତି। ରାହୁଲଙ୍କ ପାଇଁ କଂଗ୍ରେସର ଆଜି ଏପରି ଅବସ୍ଥା ହୋଇଛି ବୋଲି କହିଛନ୍ତି। […]

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ କଂଗ୍ରେସକୁ ଆଉ ଏକ ବଡ ଝଟକା ଲାଗିଛି। ଗୁଲାମ ନବୀ ଆଜାଦ୍‌ କଂଗ୍ରେସ ଛାଡ଼ିବାର କିଛି କ୍ଷଣ ମଧ୍ୟରେ ଜମ୍ମୁ କଶ୍ମୀରିର ୫ ଜଣ ପୂର୍ବତନ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ଆଜାଦ୍‌ଙ୍କ ସହ ସ୍ୱର ମିଶାଇ ସେମାନେ ମଧ୍ୟ ଦଳ ଛାଡ଼ିବାର କାରଣ ରାହୁଲ ଗାନ୍ଧିଙ୍କୁ ଦେଇଛନ୍ତି। ରାହୁଲଙ୍କ ପାଇଁ କଂଗ୍ରେସର ଆଜି ଏପରି ଅବସ୍ଥା ହୋଇଛି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଇସ୍ତଫା ଦେଇଥିବା ୫ ପୂର୍ବତନ ବିଧାୟକ ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ଏମାନେ କଂଗ୍ରେସ ଟିକଟରେ ବିଜୟୀ ହୋଇଥିଲେ। ସେମାନେ ହେଲେ କଂଗ୍ରେସ ନେତା ମହମ୍ମଦ ଶାରୋରି, ହାଜି ଅବଦ୍ଦୁ ରସିଦ, ମହମ୍ମଦ ଆମିନ୍‌ ଭଟ୍ଟ, ଗୁଲଜାର ଅହମ୍ମଦ ୱାନି , ଚୌଧୁରୀ ଆକ୍ରମ ମହମ୍ମଦ ଏବଂ ସଲମାନ୍‌ ନିଜାମି। ଗୁଲମନବୀଙ୍କ ସମର୍ଥନରେ ଏମାନେ ଦଳ ଛାଡିଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେମାନେ ସୂଚନା ଦେଇଛନ୍ତି । ଏହି ୫ ପୂର୍ବତନ ବିଧାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ଆରଏସ ଚିବ,ଯୁଗଳ କିଶୋର ଶର୍ମା ଏବଂ ମହାସଚିବ ଅଶ୍ୱିନୀ ହାଣ୍ଡା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଉଳ୍ଲେଖଯୋଗ୍ୟ ଆଜି କଂଗ୍ରେସରୁ ବଡ ଝଟକା ଦେଇ ଗୁଲାମ ନବୀ ଆଜାଦ ଦଳ ଛାଡିଥିଲେ । ସେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସୂଚନା ମିଳିଛି ଯେ ଗୁଲାମନବୀ ଜମ୍ମୁକାଶ୍ମୀରରେ ନୂଆ ଦଳ ଗଠନ କରିପାରନ୍ତି । ଅନେକ ଦିନ ଧରି ସେ ଦଳର ନିଷ୍ପତ୍ତି ନେଇ ନାରାଜ ରହିଥିଲେ ।କିଛି ଦିନ ତଳେ ଆଜାଦ ଜମ୍ମୁ-କଶ୍ମୀରର ପ୍ରଚାର କମିଟି ଅଧ୍ୟକ୍ଷ ଓ ରାଜନୀତିକ ବ୍ୟାପାର କମିଟି ଛାଡ଼ିଥିଲେ। ଏହି ପଦରେ ତାଙ୍କୁ କଂଗ୍ରେସ ହାଇକମାଣ୍ଡ ନିଯୁକ୍ତି ଦେବାର କିଛି ଘଣ୍ଟା ପରେ ସେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ। ସେବେଠାରୁ ସେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ୧୯୭୦ ମସିହାରୁ ଗୁଲାମ ନବୀ ଆଜାଦ କଂଗ୍ରେସ ପାଇଁ କାମ କରି ଆସୁଥିଲେ।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ଅନ୍ୟପଟେ ଗୁଲାମ ସୋନିଆ ଗାନ୍ଧିଙ୍କ ପାଖକୁ ୫ ପୃଷ୍ଠାର ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଥିବା କଥା କହିଛନ୍ତି।ଚିଠିରେ ଗୁଲାମନବୀ ଆଜାଦ ଲେଖିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା, କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ଦଳରେ ପ୍ରବେଶ ପରେ କଂଗ୍ରେସର ଆଜି ଏ ଅବସ୍ଥା ହୋଇଛି।ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଏବଂ ବିଶେଷ କରି ଜାନୁଆରୀ ୨୦୧୩ରେ କଂଗ୍ରେସର ଉପାଧ୍ୟକ୍ଷ ହେବା ପରେ ବରିଷ୍ଠ ନେତାଙ୍କ ପରାମର୍ଶ ଅନୁସରଣ କରିବାର ପରମ୍ପରା ଦଳରେ ଶେଷ ହୋଇଯାଇଥିଲା। ରାହୁଲଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଏଡ଼ାଇ ଦିଆଯାଇଥିଲା। ରାହୁଲ ଙ୍କ ପାଇଁ ଅନଭିଜ୍ଞ ନେତାମାନେ ଦଳରେ ସର୍ବେସର୍ବା ହୋଇଗଲେ। କେବଳ ଏତିକି ନୁହେଁ, ଦଳର ଦାୟିତ୍ୱ ମଧ୍ୟ ସେହି ଲୋକ ମାନଙ୍କ ହାତରେ ଦିଆଯାଇଥିଲା। ଏହା ଅପରିପକ୍ୱତାର ଏକ ବଡ଼ ଉଦାହରଣ ଥିଲା। ୟୁପିଏ ସରକାରଙ୍କ ଆନୁଷ୍ଠାନିକ ଅଖଣ୍ଡତାକୁ ଭାଙ୍ଗି ଦେଇଥିବା ରିମୋଟ କଣ୍ଟ୍ରୋଲ ମଡେଲ ବର୍ତ୍ତମାନ ଭାରତୀୟ ଜାତୀୟ କଂଗ୍ରେସରେ କାର୍ଯ୍ୟକାରୀ ହେଉଛି। ଯେଉଁଥି ପାଇଁ କଂଗ୍ରେସ ଆଉ ଶାସନଗାଦିକୁ ଫେରିବା ସମ୍ଭବ ହେଉନାହିଁ।

26 Aug 2022 By The Sakala

ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ବଡ଼ ଝଟକା, ଗୁଲାମଙ୍କ ସମର୍ଥନରେ ଦଳ ଛାଡିଲେ ଆଉ ୫ ପୂର୍ବତନ ବିଧାୟକ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ କଂଗ୍ରେସକୁ ଆଉ ଏକ ବଡ ଝଟକା ଲାଗିଛି। ଗୁଲାମ ନବୀ ଆଜାଦ୍‌ କଂଗ୍ରେସ ଛାଡ଼ିବାର କିଛି କ୍ଷଣ ମଧ୍ୟରେ ଜମ୍ମୁ କଶ୍ମୀରିର ୫ ଜଣ ପୂର୍ବତନ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ଆଜାଦ୍‌ଙ୍କ ସହ ସ୍ୱର ମିଶାଇ ସେମାନେ ମଧ୍ୟ ଦଳ ଛାଡ଼ିବାର କାରଣ ରାହୁଲ ଗାନ୍ଧିଙ୍କୁ ଦେଇଛନ୍ତି। ରାହୁଲଙ୍କ ପାଇଁ କଂଗ୍ରେସର ଆଜି ଏପରି ଅବସ୍ଥା ହୋଇଛି ବୋଲି କହିଛନ୍ତି।

ଇସ୍ତଫା ଦେଇଥିବା ୫ ପୂର୍ବତନ ବିଧାୟକ ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ଏମାନେ କଂଗ୍ରେସ ଟିକଟରେ ବିଜୟୀ ହୋଇଥିଲେ। ସେମାନେ ହେଲେ କଂଗ୍ରେସ ନେତା ମହମ୍ମଦ ଶାରୋରି, ହାଜି ଅବଦ୍ଦୁ ରସିଦ, ମହମ୍ମଦ ଆମିନ୍‌ ଭଟ୍ଟ, ଗୁଲଜାର ଅହମ୍ମଦ ୱାନି , ଚୌଧୁରୀ ଆକ୍ରମ ମହମ୍ମଦ ଏବଂ ସଲମାନ୍‌ ନିଜାମି। ଗୁଲମନବୀଙ୍କ ସମର୍ଥନରେ ଏମାନେ ଦଳ ଛାଡିଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେମାନେ ସୂଚନା ଦେଇଛନ୍ତି । ଏହି ୫ ପୂର୍ବତନ ବିଧାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ଆରଏସ ଚିବ,ଯୁଗଳ କିଶୋର ଶର୍ମା ଏବଂ ମହାସଚିବ ଅଶ୍ୱିନୀ ହାଣ୍ଡା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ।

ଉଳ୍ଲେଖଯୋଗ୍ୟ ଆଜି କଂଗ୍ରେସରୁ ବଡ ଝଟକା ଦେଇ ଗୁଲାମ ନବୀ ଆଜାଦ ଦଳ ଛାଡିଥିଲେ । ସେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସୂଚନା ମିଳିଛି ଯେ ଗୁଲାମନବୀ ଜମ୍ମୁକାଶ୍ମୀରରେ ନୂଆ ଦଳ ଗଠନ କରିପାରନ୍ତି । ଅନେକ ଦିନ ଧରି ସେ ଦଳର ନିଷ୍ପତ୍ତି ନେଇ ନାରାଜ ରହିଥିଲେ ।କିଛି ଦିନ ତଳେ ଆଜାଦ ଜମ୍ମୁ-କଶ୍ମୀରର ପ୍ରଚାର କମିଟି ଅଧ୍ୟକ୍ଷ ଓ ରାଜନୀତିକ ବ୍ୟାପାର କମିଟି ଛାଡ଼ିଥିଲେ। ଏହି ପଦରେ ତାଙ୍କୁ କଂଗ୍ରେସ ହାଇକମାଣ୍ଡ ନିଯୁକ୍ତି ଦେବାର କିଛି ଘଣ୍ଟା ପରେ ସେ ଏପରି ପଦକ୍ଷେପ ଗ୍ରହଣ କରିଥିଲେ। ସେବେଠାରୁ ସେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ୧୯୭୦ ମସିହାରୁ ଗୁଲାମ ନବୀ ଆଜାଦ କଂଗ୍ରେସ ପାଇଁ କାମ କରି ଆସୁଥିଲେ।

ଅନ୍ୟପଟେ ଗୁଲାମ ସୋନିଆ ଗାନ୍ଧିଙ୍କ ପାଖକୁ ୫ ପୃଷ୍ଠାର ଚିଠି ଲେଖି କଂଗ୍ରେସରୁ ଇସ୍ତଫା ଦେଇଥିବା କଥା କହିଛନ୍ତି।ଚିଠିରେ ଗୁଲାମନବୀ ଆଜାଦ ଲେଖିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା, କିନ୍ତୁ ୨୦୧୩ରେ ରାହୁଲ ଗାନ୍ଧୀଙ୍କ ଦଳରେ ପ୍ରବେଶ ପରେ କଂଗ୍ରେସର ଆଜି ଏ ଅବସ୍ଥା ହୋଇଛି।ଦୁର୍ଭାଗ୍ୟବଶତଃ ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ପରେ ଏବଂ ବିଶେଷ କରି ଜାନୁଆରୀ ୨୦୧୩ରେ କଂଗ୍ରେସର ଉପାଧ୍ୟକ୍ଷ ହେବା ପରେ ବରିଷ୍ଠ ନେତାଙ୍କ ପରାମର୍ଶ ଅନୁସରଣ କରିବାର ପରମ୍ପରା ଦଳରେ ଶେଷ ହୋଇଯାଇଥିଲା। ରାହୁଲଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଏଡ଼ାଇ ଦିଆଯାଇଥିଲା। ରାହୁଲ ଙ୍କ ପାଇଁ ଅନଭିଜ୍ଞ ନେତାମାନେ ଦଳରେ ସର୍ବେସର୍ବା ହୋଇଗଲେ। କେବଳ ଏତିକି ନୁହେଁ, ଦଳର ଦାୟିତ୍ୱ ମଧ୍ୟ ସେହି ଲୋକ ମାନଙ୍କ ହାତରେ ଦିଆଯାଇଥିଲା। ଏହା ଅପରିପକ୍ୱତାର ଏକ ବଡ଼ ଉଦାହରଣ ଥିଲା। ୟୁପିଏ ସରକାରଙ୍କ ଆନୁଷ୍ଠାନିକ ଅଖଣ୍ଡତାକୁ ଭାଙ୍ଗି ଦେଇଥିବା ରିମୋଟ କଣ୍ଟ୍ରୋଲ ମଡେଲ ବର୍ତ୍ତମାନ ଭାରତୀୟ ଜାତୀୟ କଂଗ୍ରେସରେ କାର୍ଯ୍ୟକାରୀ ହେଉଛି। ଯେଉଁଥି ପାଇଁ କଂଗ୍ରେସ ଆଉ ଶାସନଗାଦିକୁ ଫେରିବା ସମ୍ଭବ ହେଉନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର