ବିବାଦ ପରେ ରାତି ଅଧରେ ଭିଡିଓ ପୋଷ୍ଟ କଲେ ବାବୁସାନ୍; କହିଲେ-‘ମୁଁ ଜାଣିନି ମୋ ଘରେ ଏତେ ଅସୁବିଧା ଚାଲିଛି’

The Sakala Picture
Published On

ଭୁବନେଶ୍ବର : ଗତକାଲିର ହାଇଡ୍ରାମା ପରେ ଅଧରାତିରେ ଭିଡିଓ ପୋଷ୍ଟ କରି ନିଜ ସଫେଇ ରଖିଛନ୍ତି ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି। ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା ପରେ ବାବୁସାନ ଏବେ ଚେନ୍ନାଇରେ ଅଛନ୍ତି । ସେଠାରେ ଥାଇ ସୋସିଆଲ ମିଡିଆ ଜରିଆରେ ନିଜ ବୟାନ ରଖିଛନ୍ତି ବାବୁସାନ।ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଉ କାମ କରିବେ ନାହିଁ । କେବଳ ପ୍ରକୃତି ମିଶ୍ର ନୁହନ୍ତି, ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ସେ ଫିଲ୍ମ କରିବେ ନାହିଁ […]

ଭୁବନେଶ୍ବର : ଗତକାଲିର ହାଇଡ୍ରାମା ପରେ ଅଧରାତିରେ ଭିଡିଓ ପୋଷ୍ଟ କରି ନିଜ ସଫେଇ ରଖିଛନ୍ତି ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି। ରାଜଧାନୀର ରାଜରାସ୍ତାରେ ହାଇଡ୍ରାମା ପରେ ବାବୁସାନ ଏବେ ଚେନ୍ନାଇରେ ଅଛନ୍ତି । ସେଠାରେ ଥାଇ ସୋସିଆଲ ମିଡିଆ ଜରିଆରେ ନିଜ ବୟାନ ରଖିଛନ୍ତି ବାବୁସାନ।ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଉ କାମ କରିବେ ନାହିଁ । କେବଳ ପ୍ରକୃତି ମିଶ୍ର ନୁହନ୍ତି, ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ସେ ଫିଲ୍ମ କରିବେ ନାହିଁ ବୋଲି ବାବୁସାନ ଏକ ଭିଡିଓ ବାର୍ତ୍ତାରେ ଏହା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଗତକାଲି ମଧ୍ୟ ରାତ୍ରରେ ପ୍ରାୟ ୫୦ ସେକେଣ୍ଡର ଭିଡିଓ ବାର୍ତ୍ତାରେ ବାବୁସାନ ମହାନ୍ତି କହିଛନ୍ତି ଯେ ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଖୁସି ହେଉଥିବେ। ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବାକୁ। ମୋ ସହ ପ୍ରକୃତି ମିଶ୍ର ମଧ୍ୟ ଇନ୍‌ଭାଇଟେଡ୍‌ ହୋଇଥିଲେ। ମୁଁ ଏଠାକୁ ଆସିଥିଲି ମୋ ଫିଲ୍ମର ପ୍ରମୋସନ ପାଇଁ ଓ ତାଙ୍କ ସହ ଏକ ନୂଆ ଫିଲ୍ମର ଘୋଷଣା କରିବାକୁ। ମୁଁ ଜାଣିନଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି। ଯଦି ଏତେ ଅସୁବିଧା ଅଛି, ତା’ହେଲେ ମୁଁ ସେ ଫିଲ୍ମଟି କରିବିନି ଓ ତାଙ୍କ (ପ୍ରକୃତି ମିଶ୍ରଙ୍କ) ସହ ମଧ୍ୟ ସିନେମା କରିବିନି। ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ କାମ କରିବି ନାହିଁ।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

ଅନ୍ୟପଟେ ଗତକାଲିର ଘଟଣାକୁ ନେଇ ପ୍ରକୃତି ମିଶ୍ର ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଲେଖିଥିଲେ, ପ୍ରତ୍ୟେକ କାହାଣୀ ର ଦୁଇଟି ପାଶ୍ୱର୍ ଥାଏ । ମାତ୍ର ସମାଜରେ ସତ କଥା ଶୁଣିବା ପୂର୍ବରୁ ମହିଳାମାନଙ୍କୁ ଦୋଷୀ ସଜାଇ ଦିଆଯାଏ । ତୃପ୍ତି ତାଙ୍କୁ ଯେମିତି ଆକ୍ରମଣ କଲେ ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଲେଖିଥିଲେ ପ୍ରକୃତି ।

ଆହୁରି ପଢ଼ନ୍ତୁ: ବାତ୍ୟା ଆଶଙ୍କା: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

ସୂଚନାଯୋଗ୍ୟ ଶନିବାର ଭୁବନେଶ୍ଵର ରାଜରାସ୍ତାରେ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ବାବୁଶାନ ଓ ପ୍ରକୃତି ମିଶ୍ର ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ତାଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁର ଅଟକାଇଥିଲେ। ସେଠାରେ ପ୍ରକୃତିଙ୍କୁ ତୃପ୍ତି ଟଣାଓଟରା ଓ ଗାଳିଗୁଲଜ କରିଥିଲେ। ପ୍ରକୃତି ତାଙ୍କ ପରିବାର ନଷ୍ଟ କରି ଦେଇଛନ୍ତି ବୋଲି ତୃପ୍ତି କହିଥିଲେ।ଏହି ଘଟଣା ନେଇ ପ୍ରକୃତିଙ୍କ ବାପାମା’ ଖାରବେଳ ନଗର ଥାନାରେ ବାବୁଶାନଙ୍କ ଶ୍ୱଶୁର ଓ ପତ୍ନୀଙ୍କ ନାଁରେ ଏତଲା ଦେଇଛନ୍ତି। ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଥିଲେ। ଏହା ଦ୍ୱାରା ତାଙ୍କ ଝିଅର ସମ୍ମାନହାନି ହୋଇଛି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ବାବୁଶାନଙ୍କ ପତ୍ନୀ ମଧ୍ୟ ଶାଶୁ ଅପରାଜିତା ମହାନ୍ତିଙ୍କ ସହିତ ଖାରବେଳ ନଗର ଥାନାକୁ ଯାଇ ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୁଲିସ୍ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର