ପହିଲାରୁ ନୂଆ ନିୟମ, ପିଏଫ୍‌ଠାରୁ ରିଟର୍ଣ୍ଣ ଦାଖଲ ସବୁ ବଦଳିବ

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍ ପହିଲାଠାରୁ ଦେଶରେ ବଦଳିବାକୁ ଯାଉଛି ଅନେକ ନୂଆ ନିୟମ। ପିଏଫ୍, ଆୟକରଠାରୁ ଆରମ୍ଭ କରି ବୀମା ପେନ୍‌ସନ୍‌ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ଆସିବ। ଏଡାଛଡା ପହିଲାରୁ ଦୁଗ୍‌ଧଠାରୁ ଆରମ୍ଭ କରି ଦେଶରେ ବିଦ୍ୟୁତ୍‌, କାର, ବାଇକ୍‌, ରେଫ୍ରିଜରେଟର ଏବଂ ଏସି ସବୁ କିଛି ମହଙ୍ଗା ହେବ। ଏହାସହ ନୂଆ ଆର୍ଥିକବର୍ଷରୁ ସର୍ବସାଧାରଣରଙ୍କ ପାଇଁ ଲାଗୁ ହୋଇଯିବ ଏହି ସବୁ ନୂଆ ନିୟମ। ଯାହାଫଳରେ ନୂଆ ବର୍ଷରୁ ଗ୍ରାହକଙ୍କ ଘରୋଇ ବଜେଟ୍‌ ବଢ଼ିଯିବ। ବଦଳିବ […]

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍ ପହିଲାଠାରୁ ଦେଶରେ ବଦଳିବାକୁ ଯାଉଛି ଅନେକ ନୂଆ ନିୟମ। ପିଏଫ୍, ଆୟକରଠାରୁ ଆରମ୍ଭ କରି ବୀମା ପେନ୍‌ସନ୍‌ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ଆସିବ। ଏଡାଛଡା ପହିଲାରୁ ଦୁଗ୍‌ଧଠାରୁ ଆରମ୍ଭ କରି ଦେଶରେ ବିଦ୍ୟୁତ୍‌, କାର, ବାଇକ୍‌, ରେଫ୍ରିଜରେଟର ଏବଂ ଏସି ସବୁ କିଛି ମହଙ୍ଗା ହେବ। ଏହାସହ ନୂଆ ଆର୍ଥିକବର୍ଷରୁ ସର୍ବସାଧାରଣରଙ୍କ ପାଇଁ ଲାଗୁ ହୋଇଯିବ ଏହି ସବୁ ନୂଆ ନିୟମ। ଯାହାଫଳରେ ନୂଆ ବର୍ଷରୁ ଗ୍ରାହକଙ୍କ ଘରୋଇ ବଜେଟ୍‌ ବଢ଼ିଯିବ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ବଦଳିବ ପିଏଫ୍ ନିୟମ
ପହିଲାଠାରୁ ଭବିଷ୍ୟନିଧି ପାଣ୍ଠି ସଂଗଠନ (ପିଏଫ୍‌)କୁ କର୍ମଚାରୀଙ୍କ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ ଅଧିକ ଯୋଗଦାନ ଉପରେ ହେଉଥିବା ସୁଧ ଆୟ ଉପରେ ଟିକସ ଦେବାକୁ ହେବ। ଏହି ନିୟମ ନୂଆ ଆର୍ଥିକବର୍ଷଠାରୁ ଲାଗୁ ହେବ। ଗତ ସାଧାରଣ ବେଜଟ୍‌ରେ କେନ୍ଦ୍ର ସରକାର ଏହି ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଏ ପର୍ଯ୍ୟନ୍ତ ପିଏଫ୍‌ରୁ ମିଳୁଥିବା ସୁଧ ଟିକସ ପରିସର ବାହାରେ ରହିଥିଲା । ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଏବଂ ପିଏଫ୍‌ ଟ୍ରଷ୍ଟଗୁଡ଼ିକରୁ ମିଳୁଥିବା ସୁଧ ଟିକସମୁକ୍ତ। ବଜେଟର ଏହି ନୂତନ ବ୍ୟବସ୍ଥା ଉଚ୍ଚ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ, ଯେଉଁମାନେ ଟିକସମୁକ୍ତ ସୁଧ ପାଇଁ ସ୍ୱେଚ୍ଛାକୃତ ଭାବେ ପିଏଫ୍‌କ ଅଧÒକ ଯୋଗଦାନ କରୁଥିଲେ।
ସରଳ ପେନ୍‌ସନ୍ ଯୋଜନା
ସରଳ ପେନ୍‌ସନ୍ ଯୋଜନା ଏପ୍ରିଲ୍ ୧ ରୁ ଆରମ୍ଭ ହେବାକୁ ଯାଉଛି। ବୀମା ନିୟାମକ ଆଇଆରଡିଏ ଜୀବନ ବୀମା କମ୍ପାନୀଗୁଡ଼ିକୁ ଏପ୍ରିଲ ୧ଠାରୁ ସରଳ ପେନସନ ଯୋଜନା ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ଯୋଜନା ଅଧୀନରେ ବୀମା କମ୍ପାନୀଗୁଡିକ କେବଳ ଦୁଇଟି ଆନ୍ୟୁଟି ଦେବାର ବିକଳ୍ପ ପାଇବେ। ଆଇଆରଡିଏ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ସରଳ ପେନ୍‌ସନ୍‌ ଯୋଜନା ଅଧୀନରେ ମାଚ୍ୟୁରିଟି ଲାଭ ମିଳିବନାହିଁ। ତଥାପି, ଏହାର କ୍ରୟ ମୂଲ୍ୟର ୧୦୦% ଫେରସ୍ତ କରିବାର ଏକ ବିକଳ୍ପ ରହିବ ।

ସୁପର ନାଗରିକଙ୍କୁ ଆୟକର ରିଟର୍ଣ୍ଣ ଦାଖଲ ଛାଡ

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

୭୫ ବର୍ଷରୁ ଅଧିକ ବୟସ ବର୍ଗର ଲୋକଙ୍କୁ ଏଣିକି ଆଉ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତଥରର ବଜେଟ୍ ଭାଷଣରେ ଏହା ଘୋଷଣା କରିଛନ୍ତି । ଏହି ଛାଡ କେବଳ ସେହିମାନଙ୍କ ପାଇଁ ଲାଗୁ ହେବ ଯେଉଁମାନଙ୍କର ଆୟ ପେନ୍‌ସନ୍ ବ୍ୟତୀତ ଆଉ କିଛି ନୁହେଁ।

ଏଲ୍‌ଟିସିରେ ହେବ ପରିବର୍ତ୍ତନ
ଚଳିତବର୍ଷର ବଜେଟରେ ଏଲଟିସିକୁ ନେଇ ମଧ୍ୟ ବଜେଟରେ ଘୋଷଣା କରାଯାଇଛି । କରୋନା କାରଣରୁ ଗତ ଥର କର୍ମଚାରୀମାନେ ଏଲଟିସି ର ଲାଭ ଉଠାଇ ପାରି ନ ଥିଲେ। ଏବେ ସରକାର ସେମାନଙ୍କୁ ନଗଦ ଦେୟ ଦେବେ ଯାହା ଟ୍ୟାକ୍ସ ଅଧୀନକୁ ଆସିବନାହିଁ ।

ବଦଳିବ ଏଲପିଜି ମୂଲ୍ୟ
ପ୍ରତ୍ୟେକ ମାସର ପହିଲାରେ ରରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ କରିଥାନ୍ତି। ଏହି ଅନୁଯାୟୀ, ଗତ ମାସରେ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ହୋଇଥିଲା । ଏପ୍ରିଲରୁକମ୍ପାନୀଗୁଡିକ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଛି।

ମହଙ୍ଗା ହେବ ବିମାନ ଯାତ୍ରା
ଏହାଛଡା ଏପ୍ରିଲ ପହିଲାରୁ ଦେଶରେ ବିମାନ ଯାତ୍ରା ମଧ୍ୟ ମହଙ୍ଗା ହେବାକୁ ଯାଉଛି। କାରଣ ଏହି ସମୟରୁ ବିମାନ କମ୍ପାନୀଗୁଡିକ ନୂଆ ଫେୟାର ବ୍ୟାଣ୍ଡ୍‌ ଲାଗୁ କରିବାକୁ ଯାଉଥିବା ଦୃଷ୍ଟିରୁ ବିଭିନ୍ନ ରୁଟ୍‌କୁ ବିମାନ ଟିକଟ ଦର ବଢ଼ିବ। ଏହି ଅନୁଯାୟୀ ଘରୋଇ ଉଡାଣ କ୍ଷେତ୍ରରେ ସର୍ବନିମ୍ନ ବିମାନ ଭଡ଼ାରେ ୫% ବୃଦ୍ଧି କରାଯିବାର କାର୍ଯ୍ୟକ୍ରମ ରହିଛି। ବିମାନ ଟିକେଟରେ ବିମାନବନ୍ଦର ସୁରକ୍ଷା ଦେୟ (ଏଏସଏଫ୍) ବୃଦ୍ଧି କରାଯାଇଛି । ଘରୋଇ ଯାତ୍ରୀଙ୍କ ପାଇଁ ସୁରକ୍ଷା ଶୁଳ୍କ ୪୦ ଟଙ୍କା ଏବଂ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଏହା ୧୧୪.୩୮ ଟଙ୍କା ବୃଦ୍ଧି କରାଯାଇଛି।

ବଢ଼ିବ ଏସି ଏବଂ ରେଫ୍ରିିଜରେଟର ଦର
ଉତ୍ପାଦନ ଖର୍ଚ୍ଚରେ ଅହେତୁକ ବୃଦ୍ଧି ଯୋଗୁ ଏସି ଏବଂ ରେଫ୍ରିିଜରେଟର ନିର୍ମାଣକାରୀ କମ୍ପାନୀଗୁଡ଼ିକ ଦର ବୃଦ୍ଧି କରିବାକୁ ବାଧ୍ୟ ହେବେ। ଏଥିଯୋଗୁ ଦେଶରେ ପ୍ରତି ୟୁନିଟ୍‌ ପିଛା ଏସି ଦର ୧୫୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ।

31 Mar 2021 By The Sakala

https://www.thesakala.in/big-news/new-rules-from-the-first-april/article-1102
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର