ଆସିଲା ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’ର ପୋଷ୍ଟର, ଜାଣନ୍ତୁ କେଉଁ ଦିନ ରିଲିଜ ହେବ ଟ୍ରେଲର….

The Sakala Picture
Published On

ନୂଆଦିଲ୍ଲୀ: ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କ ଆଗାମୀ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେଙ୍କ ନୂଆ ପୋଷ୍ଟର ସେୟାର କରିଛନ୍ତି। ଏହି ଫିଲ୍ମ ମାର୍ଚ୍ଚରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଅକ୍ଷୟ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଫିଲ୍ମର ଟ୍ରେଲର ଫେବୃଆରୀ ୧୮ ଅର୍ଥାତ୍ ଶୁକ୍ରବାର ଦିନ ମୁକ୍ତିଲାଭ କରିବ। ନୂଆ ପୋଷ୍ଟରରେ ଅକ୍ଷୟଙ୍କୁ ଏକ ଭୟାନକ ଗ୍ୟାଙ୍ଗଷ୍ଟର ରୂପେ ଦେଖାଯାଉଛନ୍ତି। ଚିତ୍ରରେ ଥିବା ଟ୍ୟାଗ ଲାଇନରେ ଲେଖା ଅଛି ଯେ, ‘ତୁମେ ମୋତେ ଗୁଣ୍ଡା ବୋଲି […]

ନୂଆଦିଲ୍ଲୀ: ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କ ଆଗାମୀ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେଙ୍କ ନୂଆ ପୋଷ୍ଟର ସେୟାର କରିଛନ୍ତି। ଏହି ଫିଲ୍ମ ମାର୍ଚ୍ଚରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଅକ୍ଷୟ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଫିଲ୍ମର ଟ୍ରେଲର ଫେବୃଆରୀ ୧୮ ଅର୍ଥାତ୍ ଶୁକ୍ରବାର ଦିନ ମୁକ୍ତିଲାଭ କରିବ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ନୂଆ ପୋଷ୍ଟରରେ ଅକ୍ଷୟଙ୍କୁ ଏକ ଭୟାନକ ଗ୍ୟାଙ୍ଗଷ୍ଟର ରୂପେ ଦେଖାଯାଉଛନ୍ତି। ଚିତ୍ରରେ ଥିବା ଟ୍ୟାଗ ଲାଇନରେ ଲେଖା ଅଛି ଯେ, ‘ତୁମେ ମୋତେ ଗୁଣ୍ଡା ବୋଲି କହିପାରିବ ନାହିଁ, ମୁଁ ଗଡଫାଦର। ବଚ୍ଚନ ପାଣ୍ଡେ ଆପଣଙ୍କୁ ଡରାଇବା, ହସେଇବା ଓ କନ୍ଦେଇବାକୁ ପ୍ରସ୍ତୁତ। ଦର୍ଶକ ‘ବଚ୍ଚନ ପାଣ୍ଡେ’କୁ  ସମସ୍ତ ଭଲପାଇବା ଦିଅନ୍ତୁ ବୋଲି ଅକ୍ଷୟ କୁମାର କହିଛନ୍ତି ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ ଏକ ଗ୍ୟାଙ୍ଗଷ୍ଟର ବଚ୍ଚନ ପାଣ୍ଡେଙ୍କ କାହାଣୀ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରନ୍ତି, ଯିଏ ଅଭିନେତା ହେବାକୁ ଇଚ୍ଛା କରନ୍ତି। ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଚାହୁଁଥିବା ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରୁଛନ୍ତି କ୍ରିତି ସାନନ୍। ଏହି ଚଳଚ୍ଚିତ୍ରରେ ଅର୍ଶଦ ୱାର୍ସି, ପଙ୍କଜ ତ୍ରିପାଠୀ ଏବଂ ପ୍ରତୀକ ବାବର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟିକୁ ନିଶ୍ଚୟ କୁଟଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସମଜୀ। ଏହାପୂର୍ବରୁ ଏହା ଖ୍ରୀଷ୍ଟମାସ ୨୦୨୦ରେ ରିଲିଜ୍ ହେବାର ଥିଲା ।  କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା।

15 Feb 2022 By The Sakala

ଆସିଲା ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’ର ପୋଷ୍ଟର, ଜାଣନ୍ତୁ କେଉଁ ଦିନ ରିଲିଜ ହେବ ଟ୍ରେଲର….

ନୂଆଦିଲ୍ଲୀ: ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କ ଆଗାମୀ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେଙ୍କ ନୂଆ ପୋଷ୍ଟର ସେୟାର କରିଛନ୍ତି। ଏହି ଫିଲ୍ମ ମାର୍ଚ୍ଚରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଅକ୍ଷୟ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଫିଲ୍ମର ଟ୍ରେଲର ଫେବୃଆରୀ ୧୮ ଅର୍ଥାତ୍ ଶୁକ୍ରବାର ଦିନ ମୁକ୍ତିଲାଭ କରିବ।

ନୂଆ ପୋଷ୍ଟରରେ ଅକ୍ଷୟଙ୍କୁ ଏକ ଭୟାନକ ଗ୍ୟାଙ୍ଗଷ୍ଟର ରୂପେ ଦେଖାଯାଉଛନ୍ତି। ଚିତ୍ରରେ ଥିବା ଟ୍ୟାଗ ଲାଇନରେ ଲେଖା ଅଛି ଯେ, ‘ତୁମେ ମୋତେ ଗୁଣ୍ଡା ବୋଲି କହିପାରିବ ନାହିଁ, ମୁଁ ଗଡଫାଦର। ବଚ୍ଚନ ପାଣ୍ଡେ ଆପଣଙ୍କୁ ଡରାଇବା, ହସେଇବା ଓ କନ୍ଦେଇବାକୁ ପ୍ରସ୍ତୁତ। ଦର୍ଶକ ‘ବଚ୍ଚନ ପାଣ୍ଡେ’କୁ  ସମସ୍ତ ଭଲପାଇବା ଦିଅନ୍ତୁ ବୋଲି ଅକ୍ଷୟ କୁମାର କହିଛନ୍ତି ।

ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ ଏକ ଗ୍ୟାଙ୍ଗଷ୍ଟର ବଚ୍ଚନ ପାଣ୍ଡେଙ୍କ କାହାଣୀ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରନ୍ତି, ଯିଏ ଅଭିନେତା ହେବାକୁ ଇଚ୍ଛା କରନ୍ତି। ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଚାହୁଁଥିବା ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରୁଛନ୍ତି କ୍ରିତି ସାନନ୍। ଏହି ଚଳଚ୍ଚିତ୍ରରେ ଅର୍ଶଦ ୱାର୍ସି, ପଙ୍କଜ ତ୍ରିପାଠୀ ଏବଂ ପ୍ରତୀକ ବାବର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟିକୁ ନିଶ୍ଚୟ କୁଟଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସମଜୀ। ଏହାପୂର୍ବରୁ ଏହା ଖ୍ରୀଷ୍ଟମାସ ୨୦୨୦ରେ ରିଲିଜ୍ ହେବାର ଥିଲା ।  କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର