ଆକ୍ରାନ୍ତ ଦେଢ଼ହଜାର ଓ ସୁସ୍ଥଙ୍କ ସଂଖ୍ୟା ୧୨୦୦ ପାର୍‍

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ଦୈନିକ କୋଭିଡ୍‍ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ହଜାର ଟପିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୧୨୦୦ ପାର୍‍ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୧୨୪୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ପାର୍‍ କରିଥିବା ବେଳେ ସମ୍ପୃକ୍ତ ଆକ୍ରାନ୍ତମାନେ ଏବେ ସୁସ୍ଥ ହେବାକୁ ଲାଗିଛନ୍ତି। ଯାହାଦ୍ୱାରା ସୁସ୍ଥ ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ସୁସ୍ଥ ସଂଖ୍ୟା ସହିତ ଦୈନିକ […]

ଭୁବନେଶ୍ୱର : ରାଜଧାନୀରେ ଦୈନିକ କୋଭିଡ୍‍ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ହଜାର ଟପିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୧୨୦୦ ପାର୍‍ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୧୨୪୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ପାର୍‍ କରିଥିବା ବେଳେ ସମ୍ପୃକ୍ତ ଆକ୍ରାନ୍ତମାନେ ଏବେ ସୁସ୍ଥ ହେବାକୁ ଲାଗିଛନ୍ତି। ଯାହାଦ୍ୱାରା ସୁସ୍ଥ ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ସୁସ୍ଥ ସଂଖ୍ୟା ସହିତ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼଼ି ଚାଲିଛି। ଶୁକ୍ରବାର ରାଜଧାନୀରୁ ୧୫୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ୭୧୨ରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ରାଜନୀତିରେ ମହାଭୂକମ୍ପ: ବିଜେପିରେ ମିଶିବା ପରେ ହରଭଜନ ସିଂହଙ୍କ ଘର ବାହାରେ 'ଗଦ୍ଦାର' ଲେଖିଲେ ଆପ୍ କର୍ମୀ

ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୮ ହଜାର ୬୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି। ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୭୧ ଜଣ କ୍ୱାରେଣ୍ଟାଇନ୍‍ରୁ ବାହାରିଥିବା ବେଳେ ୧୪୩୧ ଜଣ ସ୍ଥାନୀୟ ସଂକ୍ରମିତ ଭାବେ ବାହାରିଛନ୍ତି। ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ବାହାରିବାରୁ ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢ଼଼ିବାରେ ଲାଗିଛି। ଅନ୍ୟପଟେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିହୋଇ ଚାଲିଥିବା ବେଳେ ସହରରେ ଟିକାକରଣକୁ ଜୋରଦାର କରାଯାଇଛି। ଶୁକ୍ରବାର ସୁଦ୍ଧା ରାଜଧାନୀରେ ମୋଟ ୨୯ ଲକ୍ଷ ୬ ହଜାର ୨୬୬ ଡୋଜ୍‍ ଟିକା ନେଇ ସାରିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ଶ୍ରୀମନ୍ଦିର ଭଳି ରହିବ ଆଇନ ବ୍ୟବସ୍ଥା

ଏମାନଙ୍କ ମଧ୍ୟରୁ ୧୫ ଲକ୍ଷ ୯ ହଜାର ୯୧୨ ଜଣ ପ୍ରଥମ ଡୋଜ୍‍ ନେଇଥିବା ବେଳେ, ୧୩ ଲକ୍ଷ ୫୭ ହଜାର ୩୦୨ ଜଣ ଦ୍ୱିତୀୟ ଡୋଜ୍‍ ନେଇ ସାରିଛନ୍ତି। ସେହିପରି ଭାବରେ ୧୫ରୁ ୧୮ ବର୍ଷ କିଶୋର ବର୍ଗଙ୍କ ଟିକାଦାନ ଉପରେ ଗୁରୁତ୍ୱ ଦିଆଯାଉଛି। କେମିତି କମ ଦିନ ମଧ୍ୟରେ ଏହି ବର୍ଗର କିଶୋରମାନଙ୍କୁ ଟିକାଦାନ କରାଯାଇ ପାରିବ ତାହା ଉପରେ ବିଏମ୍‍ସି ସର୍ବାଧିକ ଗୁରୁତ୍ୱ ଦେଉଛି। ବର୍ତ୍ତମାନ ସୁଦ୍ଧା ୪୫ ହଜାର ୪୨୪ ଜଣ କିଶୋର ନିଜର ପ୍ରଥମ ଡୋଜ ଟିକା ଗ୍ରହଣ କରିସାରିଛନ୍ତି। ଏତେ ସଂଖ୍ୟକ ଟିକା ପ୍ରଦାନରେ ଭୁବନେଶ୍ୱର ରାଜ୍ୟର ପ୍ରଥମ ସହର ପାଲଟିଛି।

ଆହୁରି ପଢ଼ନ୍ତୁ: ସୁନ୍ଦରପଦା ଆଜାଦନଗର ବିସ୍ଫୋରଣ ଘଟଣା: କ୍ୟାପିଟାଲ ହସ୍ପିଟାଲରେ NIA ଟିମର ତଦନ୍ତ

22 Jan 2022 By The Sakala

ଆକ୍ରାନ୍ତ ଦେଢ଼ହଜାର ଓ ସୁସ୍ଥଙ୍କ ସଂଖ୍ୟା ୧୨୦୦ ପାର୍‍

ଭୁବନେଶ୍ୱର : ରାଜଧାନୀରେ ଦୈନିକ କୋଭିଡ୍‍ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ହଜାର ଟପିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୧୨୦୦ ପାର୍‍ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରୁ ୧୨୪୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ପାର୍‍ କରିଥିବା ବେଳେ ସମ୍ପୃକ୍ତ ଆକ୍ରାନ୍ତମାନେ ଏବେ ସୁସ୍ଥ ହେବାକୁ ଲାଗିଛନ୍ତି। ଯାହାଦ୍ୱାରା ସୁସ୍ଥ ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ସୁସ୍ଥ ସଂଖ୍ୟା ସହିତ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼଼ି ଚାଲିଛି। ଶୁକ୍ରବାର ରାଜଧାନୀରୁ ୧୫୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ୭୧୨ରେ ପହଞ୍ଚିଛି।

ଏଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୮ ହଜାର ୬୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି। ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୭୧ ଜଣ କ୍ୱାରେଣ୍ଟାଇନ୍‍ରୁ ବାହାରିଥିବା ବେଳେ ୧୪୩୧ ଜଣ ସ୍ଥାନୀୟ ସଂକ୍ରମିତ ଭାବେ ବାହାରିଛନ୍ତି। ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ବାହାରିବାରୁ ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢ଼଼ିବାରେ ଲାଗିଛି। ଅନ୍ୟପଟେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିହୋଇ ଚାଲିଥିବା ବେଳେ ସହରରେ ଟିକାକରଣକୁ ଜୋରଦାର କରାଯାଇଛି। ଶୁକ୍ରବାର ସୁଦ୍ଧା ରାଜଧାନୀରେ ମୋଟ ୨୯ ଲକ୍ଷ ୬ ହଜାର ୨୬୬ ଡୋଜ୍‍ ଟିକା ନେଇ ସାରିଛନ୍ତି।

ଏମାନଙ୍କ ମଧ୍ୟରୁ ୧୫ ଲକ୍ଷ ୯ ହଜାର ୯୧୨ ଜଣ ପ୍ରଥମ ଡୋଜ୍‍ ନେଇଥିବା ବେଳେ, ୧୩ ଲକ୍ଷ ୫୭ ହଜାର ୩୦୨ ଜଣ ଦ୍ୱିତୀୟ ଡୋଜ୍‍ ନେଇ ସାରିଛନ୍ତି। ସେହିପରି ଭାବରେ ୧୫ରୁ ୧୮ ବର୍ଷ କିଶୋର ବର୍ଗଙ୍କ ଟିକାଦାନ ଉପରେ ଗୁରୁତ୍ୱ ଦିଆଯାଉଛି। କେମିତି କମ ଦିନ ମଧ୍ୟରେ ଏହି ବର୍ଗର କିଶୋରମାନଙ୍କୁ ଟିକାଦାନ କରାଯାଇ ପାରିବ ତାହା ଉପରେ ବିଏମ୍‍ସି ସର୍ବାଧିକ ଗୁରୁତ୍ୱ ଦେଉଛି। ବର୍ତ୍ତମାନ ସୁଦ୍ଧା ୪୫ ହଜାର ୪୨୪ ଜଣ କିଶୋର ନିଜର ପ୍ରଥମ ଡୋଜ ଟିକା ଗ୍ରହଣ କରିସାରିଛନ୍ତି। ଏତେ ସଂଖ୍ୟକ ଟିକା ପ୍ରଦାନରେ ଭୁବନେଶ୍ୱର ରାଜ୍ୟର ପ୍ରଥମ ସହର ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର