ପାର୍ବଣରେ ୪୦ ହଜାର କୋଟିର ଅନ୍‌ଲାଇନ୍‌ ବେପାର; ଘଣ୍ଟାକୁ ବିକ୍ରି ହୋଇଛି ୫୬ ହଜାର ମୋବାଇଲ ଫୋନ୍‌

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ପାର୍ବଣ ଋତୁ ବ୍ୟବସାୟୀମାନଙ୍କ ପାଇଁ ଏକ ଉତ୍କୃଷ୍ଟ ସମୟ ହୋଇ ରହିଆସିଛି। ହେଲେ ଏବେ ଏହାର ଅଧିକ ସୁଯୋଗ ନେଇଛନ୍ତି ଅନଲାଇନ କମ୍ପାନୀ। ପାର୍ବଣ ବେଳେ ଆମାଜନ, ଫ୍ଳପ୍‌କାର୍ଟ ଭଳି ବହୁ ପ୍ରତିଷ୍ଠିତ ଅନଲାଇନ କମ୍ପାନୀ ଗ୍ରାହକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଫର ମାଧ୍ୟମରେ ରିଆତି ଦେଇ କିଛି ବର୍ଷ ବ୍ୟବସାୟ ବଢାଇ ଚାଲିଥିଲା ବେଳେ ବର୍ଷକୁ ବର୍ଷ ବ୍ୟାବସାୟିକ ପରିମାଣ ବଢିବାରେ ଲାଗିଛି। ଏହିକ୍ରମରେ ଚଳିତ ପାର୍ବଣରେ ବିଭିନ୍ନ ଅନଲାଇନ କମ୍ପାନୀ ୫.୭ ବିଲିୟନ […]

ନୂଆଦିଲ୍ଲୀ: ଭାରତରେ ପାର୍ବଣ ଋତୁ ବ୍ୟବସାୟୀମାନଙ୍କ ପାଇଁ ଏକ ଉତ୍କୃଷ୍ଟ ସମୟ ହୋଇ ରହିଆସିଛି। ହେଲେ ଏବେ ଏହାର ଅଧିକ ସୁଯୋଗ ନେଇଛନ୍ତି ଅନଲାଇନ କମ୍ପାନୀ। ପାର୍ବଣ ବେଳେ ଆମାଜନ, ଫ୍ଳପ୍‌କାର୍ଟ ଭଳି ବହୁ ପ୍ରତିଷ୍ଠିତ ଅନଲାଇନ କମ୍ପାନୀ ଗ୍ରାହକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଫର ମାଧ୍ୟମରେ ରିଆତି ଦେଇ କିଛି ବର୍ଷ ବ୍ୟବସାୟ ବଢାଇ ଚାଲିଥିଲା ବେଳେ ବର୍ଷକୁ ବର୍ଷ ବ୍ୟାବସାୟିକ ପରିମାଣ ବଢିବାରେ ଲାଗିଛି। ଏହିକ୍ରମରେ ଚଳିତ ପାର୍ବଣରେ ବିଭିନ୍ନ ଅନଲାଇନ କମ୍ପାନୀ ୫.୭ ବିଲିୟନ ଡଲାର ବା ପ୍ରାୟ ୪୦ ହଜାର କୋଟି ଟଙ୍କାର ବେପାର କରିଥିବା ଜଣାପଡ଼ିଛି। ପାର୍ବଣର କିଛି ଦିନ ପୂର୍ବରୁ ଅନଲାଇନ କମ୍ପାନୀଗୁଡିକ ଦ୍ବାରା ଅଫ୍‌ର ଆରମ୍ଭ କରାଯାଇଥିଲା ବେେଳ ସେପ୍ଟେମ୍ବର ୨୨ ରୁ ୩୦ ତାରିଖ ମଧ୍ୟରେ ଏହି ପରିମାଣର କାରବାର ହୋଇଛି। ଯାହାକି ଗତ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ଅନୁଧ୍ୟାନରୁ ଜଣାପଡ଼ିଛି। ଗତ ଦୁଇ ବର୍ଷ କରୋନା କାଳରେ ସର୍ବାଧିକ ଲୋକ ଅନଲାଇନ ମାଧ୍ୟମରେ କାରବାର କରିଥÒଲେ। ଚଳିତ ବର୍ଷ କରୋନାର ପ୍ରଭାବ ନଥାଇ ମଧ୍ୟ ଅନଲାଇନ କାରବାର ଗତବର୍ଷର କାରବାରକୁ ଟପିଛି। ତେବେ ବିଭିନ୍ନ ସାମଗ୍ରୀ ମଧ୍ୟରେ ମୋବାଇଲ ଫୋନର ବିକ୍ରି ସବୁଠୁ ଅଧିକ ରହିଛି। କମ୍ପାନୀମାନଙ୍କ ରିଆତି ଅବଧି ମଧ୍ୟରେ ଘଣ୍ଟାକୁ ୫୬ ହଜାର ମୋବାଇଲ ଫୋନ ବିକ୍ରି ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ପାର୍ବଣର ପ୍ରଥମ ସପ୍ତାହରେ ବିଭିନ୍ନ ଅନଲାଇନ କମ୍ପାନୀଙ୍କ ମାଧ୍ୟମରେ ଦେଶର ବିଭିନ୍ନ ଭାଗରେ ୭୫ ରୁ ୮୦ ନିୟୁତ ଲୋକ କେବଳ ମୋବାଇଲ ଫୋନ୍‌ ଅର୍ଡର କରିଛନ୍ତି। ଗତବର୍ଷ ତୁଳନାରେ ମୋବାଇଲ ଫୋନ ବିକ୍ରି ୨୪ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ମଧ୍ୟମ ଏବଂ ଅପେକ୍ଷାକୃତ ଛୋଟ ସହରଗୁଡିକରୁ ୬୫ ପ୍ରତିଶତ ଗ୍ରାହକ ମୋବାଇଲ ଫୋନ ଅର୍ଡର କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର