ଶିମିଳିପାଳରୁ ପୁଣି କମ୍ବିଂ ବେଳେ ବଜ୍ରକାପ୍ତା କାତି ଓ ୪ଦେଶୀ ବନ୍ଧୁକ ଜବତ

The Sakala Picture
Published On

ଉଦଳା: ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା ପରେ ଚେତିଛି ବନ ବିଭାଗ। ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିବା ବେଳେ ସାମ୍ନାକୁ ଆସିଛି ଶିମିଳିପାଳରେ ଚାଲିଥିବା ଶିକାରର ସାଙ୍ଘାତିକ ସତ। କିଛି ଦିନ ପୂର୍ବେ ବଜ୍ରକାପ୍ତା ଖୋଳପା ବିକ୍ରି ନିମନ୍ତେ ଡ଼ିଲ ଚାଲିଥିବା ବେଳେ କପ୍ତିପଦା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ବନ ବିଭାଗ ଚଢ଼ାଉ କରି ବଜ୍ରକାପ୍ତା କାତି ସହିତ ଚାରି ଗୋଟି ଗୁଳି ଭର୍ତ୍ତି ଦେଶୀ […]

ଉଦଳା: ଶିମିଳିପାଳରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା ପରେ ଚେତିଛି ବନ ବିଭାଗ। ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିବା ବେଳେ ସାମ୍ନାକୁ ଆସିଛି ଶିମିଳିପାଳରେ ଚାଲିଥିବା ଶିକାରର ସାଙ୍ଘାତିକ ସତ। କିଛି ଦିନ ପୂର୍ବେ ବଜ୍ରକାପ୍ତା ଖୋଳପା ବିକ୍ରି ନିମନ୍ତେ ଡ଼ିଲ ଚାଲିଥିବା ବେଳେ କପ୍ତିପଦା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ବନ ବିଭାଗ ଚଢ଼ାଉ କରି ବଜ୍ରକାପ୍ତା କାତି ସହିତ ଚାରି ଗୋଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରିଛି। ଏହା ସହିତ ୨ଜଣ ଶିକାରୀଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବନ ବିଭାଗ ଆଜି କପ୍ତିପଦା ରେଞ୍ଜ ବଡ଼ଖମଣ ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ୨ଜଣଙ୍କ ଘରୁ ୪ଗୋଟି ଦେଶୀ ବନ୍ଧୁକ, ୭କିଲୋ ବଜ୍ରକାପ୍ତା କାତି, ଜଙ୍ଗଲୀ ମାଂସ, ଫାଶ, ବନ୍ୟଜନ୍ତୁର ଲାଞ୍ଜ ଜବତ କରିବାରେ ସକ୍ଷମ ହୋଇଛି। ଗିରଫ ଶିକାରୀ ହେଲେ ମଙ୍ଗଲ ସିଂ ଏବଂ ଗାନସା ହୋ। ଗିରଫ ଶିକାରୀଙ୍କୁ ବନ ବିଭାଗ କାର୍ଯ୍ୟାଳୟରେ ଅଧିକ ପଚରାଉଚରା ଜାରି ରହିଛି। ପୋଲିସ ଓ ବନବିଭାଗର ମିଳିତ ବ୍ୟାପକ କମ୍ବିଂ ଚାଲିଥିବା ବେଳେ କେବଳ ଏହି ବନକର୍ମଚାରୀଙ୍କ ହତ୍ୟା ପାଇଁ ନା ଏହା ଏକ ମିଶନ ହେବ ତାହା ଦେଖିବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର