ଜୁଲାଇ ୨୬ରେ ୫-ଜି ନିଲାମ : ମୁହାଁମୁହିଁ ହେବେ ଦେଶର ଦୁଇ ବିଗ୍‌ କର୍ପୋରେଟ୍‌ ହାଉସ୍‌

The Sakala Picture
Published On

ନୂଆଦିଲ୍ଲୀ : ଚଳିତ ମାସ ୨୬ରେ ଅନୁଷ୍ଠିତ ହେବାକୁ ଯାଉଛି ସ୍ପେକ୍‌ଟ୍ରମ୍‌ ନିଲାମ। ଏହି ମହାନିଲାମୀରେ ଏଥର ମୁହାଁମୁହିଁ ହେବେ ଦେଶର ଦୁଇ ବିଗ୍‌ କର୍ପୋରେଟ୍‌ ହାଉସ୍‌ ଅମ୍ବାନୀ ଏବଂ ଆଦାନୀ ଗ୍ରୁପ। ରିପୋର୍ଟ ଅନୁଯାୟୀ, ଚଳିତଥର ଆଦାନୀ ଗ୍ରୁପ୍ ୫ଜି ସ୍ପେକ୍ଟ୍ରମ୍ ନିଲାମରେ ଅଂଶଗ୍ରହଣ କରିବ। ଦେଶର ଏହି ଦୁଇ ଗ୍ରପର ପ୍ରମୁଖ ଉଦ୍ୟୋଗପତିଙ୍କ ମଧ୍ୟରେ ପୂର୍ବରୁ ସେମିତି କୌଣସି କ୍ଷେତ୍ରରେ ସିଧାସଳଖ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀତା ହେଉ ନଥିଲା। ତେବେ ଚଳିତ ମାସ ଶେଷରେ  ହେବାକୁ ଥିବା […]

ନୂଆଦିଲ୍ଲୀ : ଚଳିତ ମାସ ୨୬ରେ ଅନୁଷ୍ଠିତ ହେବାକୁ ଯାଉଛି ସ୍ପେକ୍‌ଟ୍ରମ୍‌ ନିଲାମ। ଏହି ମହାନିଲାମୀରେ ଏଥର ମୁହାଁମୁହିଁ ହେବେ ଦେଶର ଦୁଇ ବିଗ୍‌ କର୍ପୋରେଟ୍‌ ହାଉସ୍‌ ଅମ୍ବାନୀ ଏବଂ ଆଦାନୀ ଗ୍ରୁପ। ରିପୋର୍ଟ ଅନୁଯାୟୀ, ଚଳିତଥର ଆଦାନୀ ଗ୍ରୁପ୍ ୫ଜି ସ୍ପେକ୍ଟ୍ରମ୍ ନିଲାମରେ ଅଂଶଗ୍ରହଣ କରିବ। ଦେଶର ଏହି ଦୁଇ ଗ୍ରପର ପ୍ରମୁଖ ଉଦ୍ୟୋଗପତିଙ୍କ ମଧ୍ୟରେ ପୂର୍ବରୁ ସେମିତି କୌଣସି କ୍ଷେତ୍ରରେ ସିଧାସଳଖ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀତା ହେଉ ନଥିଲା। ତେବେ ଚଳିତ ମାସ ଶେଷରେ  ହେବାକୁ ଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ଦୁଇ ଗ୍ରୁପ ମୁହାଁମୁହିଁ ହେବେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

ଆଡାନୀ ଗ୍ରୁପ ଏହି ସ୍ପେକ୍ଟ୍ରମ ହାସଲ ଦୌଡରେ ଭାଗ ନେବ ବୋଲି ଖୋଲାଖୋଲି ଘୋଷଣା କରିଛି। ତେବେ ହାସଲ ସ୍ପେକ୍ଟ୍ରମକୁ  ଆଦାନୀ ଗ୍ରୁପ ବିମାନ ବନ୍ଦରଠାରୁ ଆରମ୍ଭ କରି ନିଜର ବ୍ୟବସାୟ କ୍ଷେତ୍ରରେ ଏକ ଘରୋଇ ନେଟୱାର୍କ ରୂପେ ବ୍ୟବହାର କରିବ ବୋଲି କହିଛି। ଏ ନେଇ ଆଦନାନୀ ଗ୍ରୁପ ସମୂହ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଆମେ ବିମାନ ବନ୍ଦର, ବନ୍ଦର, ଲଜିଷ୍ଟିକ୍, ବିଦ୍ୟୁତ ଉତ୍ପାଦନ, ଟ୍ରାନ୍ସମିସନ, ବିତରଣଓ ବିଭିନ୍ନ ବିନିର୍ମାଣ କାର୍ଯ୍ୟରେ ବଢୁଥିବା ସାଇବର ସୁରକ୍ଷା ସହିତ ଘରୋଇ ନେଟୱାର୍କ ସମାଧାନ ଯୋଗାଇ ଦେବା ପାଇଁ ୫-ଜି ସ୍ପେକ୍ଟ୍ରମ ନିଲାମରେ ଭାଗ ନେବୁ। ଏହାର ଅର୍ଥହେଉଛି ଆଦାନୀ ଗ୍ରୁପ ସମୂହ ଉପଭୋକ୍ତା ମୋବାଇଲ ଟେଲିଫୋନ କ୍ଷେତ୍ରରେ ପ୍ରବେଶ କରିବ ନାହିଁ, ଯେଉଁଠି ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସବୁଠୁ ବଡ଼ କମ୍ପାନୀ ଭାବେ ଏବେ ତାର ଉପସ୍ଥିତି ଜାହିର କରିସାରିଛି।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବିଭ୍ରାଟ: ସେବାୟତଙ୍କ ବିବାଦ ଯୋଗୁଁ ଅଟକିଲା ପହୁଡ଼

ଦୂରସଞ୍ଚାର କ୍ଷେତ୍ରର ୩ ଘରୋଇ କମ୍ପାନୀ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ନିଲାମରେ ଅଂଶଗ୍ରହଣ କରିବାକୁ ମଧ୍ୟ ଆବେଦନ କରିଛନ୍ତି। ଏଥିରେ ଚତୁର୍ଥ ଆବେଦନକାରୀ ଭାବେ ଆଦାନୀ ଗ୍ରୁପ ରହିଛି। ଆଦାନୀ ଗ୍ରୁପ ନିକଟରେ ଲଙ୍ଗ ଡିଷ୍ଟାନ୍ସ ଏନଏଲଡି ଓ ଇଣ୍ଟରନ୍ୟାସନାଲ ଲଙ୍ଗଡିଷ୍ଟାନ୍ସ ଆଇଏନଏଲଡି ଲାଗି ଲାଇସେନ୍ସ ହାସଲ କରିସାଛନ୍ତି। ଦୂରସଞ୍ଚାର ସ୍ପେକ୍ଟ୍ରମ ନିଲାମ ୨୬ ଜୁଲାଇ ୨୦୨୨ରେ ଅନୁଷ୍ଠିତ ହେବ। ଚଳିତଥର ୫-ଜି ନିଲାମରେ ୪.୩ ଲକ୍ଷ କୋଟି ଟଙ୍କାର ୭୨,୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମ କରାଯିବ। ଏଥିରେ ସରକାର ୬୦୦ ମେଗାହର୍ଜ୍ଜ , ୭୦୦ ମେଗାହର୍ଜ୍ଜ ଏବଂ ୩୩୦୦ ମେଗାହର୍ଜ୍ଜ ସହିତ ଅନେକ ବ୍ୟାଣ୍ଡରେ ବିକ୍ରି ପାଇଁ ୫ଜି ଏୟାରୱେଭ୍ ରଖାଯାଇଛି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଚିନ୍ତା: ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ପାର୍, ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର