ହ୍ୱାଟ୍ସଆପ୍‌ର ବଡ଼ ଅପ୍‌ଡେଟ୍ : ଷ୍ଟାଟସ୍‌ରେ ଶେୟାର କରିହେବ ୧ ମିନିଟ୍‌ର ଭିଡିଓ

The Sakala Picture
Published On

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦିନକୁ ଦିନ ଏହାର ପ୍ଲାଟଫର୍ମରେ ନୂଆ ନୂଆ ଫିଚର ଅପ୍‌ଡେଟ୍ କରୁଛି। ଏଥର ଷ୍ଟାଟସ ଅପ୍‌ଡେଟ୍‌ ନେଇ କମ୍ପାନୀ ଏକ ନୂଆ ଫିଚର ଆଣିଛି। ଯେଉଁମାନେ ହ୍ୱାଟ୍ସଆପ୍ ଷ୍ଟାଟସ୍‌ରେ ଭିଡିଓ ରଖୁଛନ୍ତି ସେମାନଙ୍କ ପାଇଁ ଏହି ଫିଚର ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ। କାରଣ ଏବେ ୟୁଜର ନିଜ ହ୍ୱାଟ୍ସଆପ୍ ଷ୍ଟାଟସ୍‌ରେ ଏକ ମିନିଟ ପର୍ଯ୍ୟନ୍ତ ଲମ୍ବା ଭିଡିଓ ଷ୍ଟାଟସ ରଖିପାରିବେ। ପୂର୍ବରୁ […]

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦିନକୁ ଦିନ ଏହାର ପ୍ଲାଟଫର୍ମରେ ନୂଆ ନୂଆ ଫିଚର ଅପ୍‌ଡେଟ୍ କରୁଛି। ଏଥର ଷ୍ଟାଟସ ଅପ୍‌ଡେଟ୍‌ ନେଇ କମ୍ପାନୀ ଏକ ନୂଆ ଫିଚର ଆଣିଛି। ଯେଉଁମାନେ ହ୍ୱାଟ୍ସଆପ୍ ଷ୍ଟାଟସ୍‌ରେ ଭିଡିଓ ରଖୁଛନ୍ତି ସେମାନଙ୍କ ପାଇଁ ଏହି ଫିଚର ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ।

ଆହୁରି ପଢ଼ନ୍ତୁ: ଚନ୍ଦ୍ର ବିଜୟର ‘ପାୱାର ହାଉସ’: ଜାଣନ୍ତୁ କେମିତି ପ୍ରସ୍ତୁତ ହୋଇଥିଲା ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ୍ ଇଞ୍ଜିନ୍

କାରଣ ଏବେ ୟୁଜର ନିଜ ହ୍ୱାଟ୍ସଆପ୍ ଷ୍ଟାଟସ୍‌ରେ ଏକ ମିନିଟ ପର୍ଯ୍ୟନ୍ତ ଲମ୍ବା ଭିଡିଓ ଷ୍ଟାଟସ ରଖିପାରିବେ। ପୂର୍ବରୁ ଏହି ସୁବିଧା ନ ଥିଲା ୟୁଜରମାନେ ମାତ୍ର ୩୦ ସେକେଣ୍ଡର ଭିଡିଓ ଷ୍ଟାଟସ ରଖିପାରୁଥିଲେ। ଭିଡିଓ ବଡ଼ ହେଲେ ତାକୁ କଟ୍ କରି ରଖିବାକୁ ପଡ଼ୁଥିଲା। ଯାହା ଆଦୌ ସୁବିଧା ଯୁକ୍ତ ନ ଥିଲା। ଏବେ ୧ ମିନିଟ୍‌ର ଭିଡିଓ ୟୁଜର ନିଜ ଷ୍ଟାଟସ୍‌ରେ ରଖିପାରିବେ। ୱାବେଟାଲଇନ୍‌ଫୋ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛି। କେବଳ ସୂଚନା ନୁହେଁ ୱାବେଟାଲଇନ୍‌ଫୋ ଭିଡିଓ ଷ୍ଟାଟସର ସ୍କ୍ରିନ୍ ଶଟ୍ ମଧ୍ୟ ଶେୟାର କରିଛି।

ଆହୁରି ପଢ଼ନ୍ତୁ: ଚାଟ୍ ଜିପିଟିରେ ଆସିଲା ନୂଆ 'ହେଲଥ୍ ଫିଚର': ଏବେ ଆପଣଙ୍କ ମେଡିକାଲ ରିପୋର୍ଟ ପଢ଼ିବ ଏଆଇ

କମ୍ପାନୀ ଏହି ସୁବିଧା ବର୍ତ୍ତମାନ ପାଇଁ କେବଳ ବିଟା ୟୁଜରମାନଙ୍କ ପାଇଁ ଜାରି କରିଛି। ସେମାନେ ଏହାକୁ ଆଣ୍ଡ୍ରଏଡ୍ ୧.୨୪.୭.୬ରେ ଚେକ୍ କରିପାରିବେ। ହ୍ୱାଟ୍ସଆପ୍ ୟୁଜରମାନେ ଦୀର୍ଘଦିନ ହେଲା ବଡ଼ ଭିଡିଓ ଷ୍ଟାଟସରେ ରଖିବାକୁ ଦାବି କରୁ ଆସୁଥିଲେ। ତେଣୁ କମ୍ପାନୀ ୟୁଜରଙ୍କ ସୁବିଧା ପାଇଁ ଏହି ଫିଚର ଜାରି କରିଛି। ଧୀରେ ଧୀରେ ଏହା ସବୁ ୟୁଜରମାନଙ୍କ ପାଇଁ ଲାଗୁ ହେବ। ଷ୍ଟାଟସ୍ ଅପଡେଟ୍ ଫିଛର ବ୍ୟତୀତ ହ୍ୱାଟ୍ସଆପ ଅନ୍ୟ ଏକ ଫିଚର ଉପରେ ମଧ୍ୟ କାମ କରୁଛି। ଏହି ଫିଚରରେ ହ୍ୱାଟ୍ସଆପ୍‌ରେ ୟୁପିଆଇ ପେମେଣ୍ଟ ପାଇଁ ୟୁଜର କ୍ୟୁଆର୍‌ କୋଡ୍ ସ୍କାନ୍ କରିପାରିବେ। ୱାବେଟାଲkଇନ୍‌ଫୋ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ଏହି ଫିଚରକୁ ମଧ୍ୟ ବିଟା ଉପରେ ପରୀକ୍ଷଣ କରୁଛି। ଯାହା ପରେ ସମସ୍ତଙ୍କ ପାଇଁ ଲାଗୁ ହେବ।

31 Mar 2024 By The Sakala

ହ୍ୱାଟ୍ସଆପ୍‌ର ବଡ଼ ଅପ୍‌ଡେଟ୍ : ଷ୍ଟାଟସ୍‌ରେ ଶେୟାର କରିହେବ ୧ ମିନିଟ୍‌ର ଭିଡିଓ

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦିନକୁ ଦିନ ଏହାର ପ୍ଲାଟଫର୍ମରେ ନୂଆ ନୂଆ ଫିଚର ଅପ୍‌ଡେଟ୍ କରୁଛି। ଏଥର ଷ୍ଟାଟସ ଅପ୍‌ଡେଟ୍‌ ନେଇ କମ୍ପାନୀ ଏକ ନୂଆ ଫିଚର ଆଣିଛି। ଯେଉଁମାନେ ହ୍ୱାଟ୍ସଆପ୍ ଷ୍ଟାଟସ୍‌ରେ ଭିଡିଓ ରଖୁଛନ୍ତି ସେମାନଙ୍କ ପାଇଁ ଏହି ଫିଚର ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ।

କାରଣ ଏବେ ୟୁଜର ନିଜ ହ୍ୱାଟ୍ସଆପ୍ ଷ୍ଟାଟସ୍‌ରେ ଏକ ମିନିଟ ପର୍ଯ୍ୟନ୍ତ ଲମ୍ବା ଭିଡିଓ ଷ୍ଟାଟସ ରଖିପାରିବେ। ପୂର୍ବରୁ ଏହି ସୁବିଧା ନ ଥିଲା ୟୁଜରମାନେ ମାତ୍ର ୩୦ ସେକେଣ୍ଡର ଭିଡିଓ ଷ୍ଟାଟସ ରଖିପାରୁଥିଲେ। ଭିଡିଓ ବଡ଼ ହେଲେ ତାକୁ କଟ୍ କରି ରଖିବାକୁ ପଡ଼ୁଥିଲା। ଯାହା ଆଦୌ ସୁବିଧା ଯୁକ୍ତ ନ ଥିଲା। ଏବେ ୧ ମିନିଟ୍‌ର ଭିଡିଓ ୟୁଜର ନିଜ ଷ୍ଟାଟସ୍‌ରେ ରଖିପାରିବେ। ୱାବେଟାଲଇନ୍‌ଫୋ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛି। କେବଳ ସୂଚନା ନୁହେଁ ୱାବେଟାଲଇନ୍‌ଫୋ ଭିଡିଓ ଷ୍ଟାଟସର ସ୍କ୍ରିନ୍ ଶଟ୍ ମଧ୍ୟ ଶେୟାର କରିଛି।

କମ୍ପାନୀ ଏହି ସୁବିଧା ବର୍ତ୍ତମାନ ପାଇଁ କେବଳ ବିଟା ୟୁଜରମାନଙ୍କ ପାଇଁ ଜାରି କରିଛି। ସେମାନେ ଏହାକୁ ଆଣ୍ଡ୍ରଏଡ୍ ୧.୨୪.୭.୬ରେ ଚେକ୍ କରିପାରିବେ। ହ୍ୱାଟ୍ସଆପ୍ ୟୁଜରମାନେ ଦୀର୍ଘଦିନ ହେଲା ବଡ଼ ଭିଡିଓ ଷ୍ଟାଟସରେ ରଖିବାକୁ ଦାବି କରୁ ଆସୁଥିଲେ। ତେଣୁ କମ୍ପାନୀ ୟୁଜରଙ୍କ ସୁବିଧା ପାଇଁ ଏହି ଫିଚର ଜାରି କରିଛି। ଧୀରେ ଧୀରେ ଏହା ସବୁ ୟୁଜରମାନଙ୍କ ପାଇଁ ଲାଗୁ ହେବ। ଷ୍ଟାଟସ୍ ଅପଡେଟ୍ ଫିଛର ବ୍ୟତୀତ ହ୍ୱାଟ୍ସଆପ ଅନ୍ୟ ଏକ ଫିଚର ଉପରେ ମଧ୍ୟ କାମ କରୁଛି। ଏହି ଫିଚରରେ ହ୍ୱାଟ୍ସଆପ୍‌ରେ ୟୁପିଆଇ ପେମେଣ୍ଟ ପାଇଁ ୟୁଜର କ୍ୟୁଆର୍‌ କୋଡ୍ ସ୍କାନ୍ କରିପାରିବେ। ୱାବେଟାଲkଇନ୍‌ଫୋ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ଏହି ଫିଚରକୁ ମଧ୍ୟ ବିଟା ଉପରେ ପରୀକ୍ଷଣ କରୁଛି। ଯାହା ପରେ ସମସ୍ତଙ୍କ ପାଇଁ ଲାଗୁ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp