ଜାଣନ୍ତୁ ଲାପ୍‌ଟପ୍ ସଫା କରିବାର ସରଳ ଉପାୟ …..

The Sakala Picture
Published On

ଅତ୍ୟାଧୁନିକ ଲାପ୍‌ଟପ୍ ଯେତିକି ଆଡଭାନ୍ସ ହୋଇଥାଏ, ଏହାର ଯତ୍ନ ନେବା ଲୋକଙ୍କ ପାଇଁ ବେଶି ଚ୍ୟାଲେଞ୍ଜପୂର୍ଣ୍ଣ ମଧ୍ୟ ହୋଇଥାଏ। ବିଶେଷକରି ଲାପ୍‌ଟପ୍ ସ୍କ୍ରିନ୍‌କୁ ସଫା କରିବା। ଏପରିକି ସ୍ବଳ୍ପ ଚାପ ପ୍ରୟୋଗ ତଥା କେମିକାଲ ବ୍ୟବହାର ଯୋଗୁଁ ସ୍କ୍ରିନ୍‌ ଖରାପ ହୋଇଥାଏ। ଏଣୁ ଲାପ୍‌ଟପ୍‌ ସ୍କ୍ରିନ୍ ସଫା କରିବା ସମୟରେ କିଛି ଦିଗ ପ୍ରତି ଯତ୍ନବାନ ହେବା ଆବଶ୍ୟକ। -ସାଧାରଣତଃ ଏକ୍ସପର୍ଟମାନେ ଲାପ୍‌ଟପ୍‌ ସ୍କ୍ରିନ୍ ସଫା କରିବା ପାଇଁ ଲିକ୍ବ୍ୟୁଡ୍ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥାନ୍ତି। […]

ଅତ୍ୟାଧୁନିକ ଲାପ୍‌ଟପ୍ ଯେତିକି ଆଡଭାନ୍ସ ହୋଇଥାଏ, ଏହାର ଯତ୍ନ ନେବା ଲୋକଙ୍କ ପାଇଁ ବେଶି ଚ୍ୟାଲେଞ୍ଜପୂର୍ଣ୍ଣ ମଧ୍ୟ ହୋଇଥାଏ। ବିଶେଷକରି ଲାପ୍‌ଟପ୍ ସ୍କ୍ରିନ୍‌କୁ ସଫା କରିବା। ଏପରିକି ସ୍ବଳ୍ପ ଚାପ ପ୍ରୟୋଗ ତଥା କେମିକାଲ ବ୍ୟବହାର ଯୋଗୁଁ ସ୍କ୍ରିନ୍‌ ଖରାପ ହୋଇଥାଏ। ଏଣୁ ଲାପ୍‌ଟପ୍‌ ସ୍କ୍ରିନ୍ ସଫା କରିବା ସମୟରେ କିଛି ଦିଗ ପ୍ରତି ଯତ୍ନବାନ ହେବା ଆବଶ୍ୟକ।

-ସାଧାରଣତଃ ଏକ୍ସପର୍ଟମାନେ ଲାପ୍‌ଟପ୍‌ ସ୍କ୍ରିନ୍ ସଫା କରିବା ପାଇଁ ଲିକ୍ବ୍ୟୁଡ୍ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥାନ୍ତି। ଏମିତି କରିବା ଦ୍ବାରା ଡିଭାଇସ୍ ସ୍କ୍ରିନ୍ ସହିତ ହାର୍ଡୱିୟର୍‌କୁ ମଧ୍ୟ କ୍ଷତି ପହଞ୍ଚେ। ସ୍କ୍ରିନ୍‌ ସଫା ପାଇଁ କୌଣସି

-ଆଲକହଲ କିମ୍ବା କେମିକାଲକୁ ବ୍ୟବହାର କରନ୍ତୁ ନାହିଁ।

-ଲାପ୍‌ଟପ୍‌ ସ୍କ୍ରିନ୍‌ ସଫା କରିବା ପାଇଁ ଶୁଖିଲା ସୂତା କପଡ଼ା ବ୍ୟବହାର କରନ୍ତୁ। ଧ୍ୟାନ ରଖିବେ କପଡ଼ା ସଫା ସୁତୁରା ରହିବା ଆବଶ୍ୟକ। ଧୂଳିକଣା ଥିଲେ ସ୍କ୍ରିନ୍ ସ୍କ୍ରାଚ୍ ହୋଇଥାଏ।

-ହାତରେ ଧୀରେ ଧୀରେ ଏହାର ସ୍କ୍ରିନ୍‌କୁ ସଫା କରନ୍ତୁ। ଏହାସହ କପଡ଼ାକୁ ଅଳ୍ପ ଓଦାକରି ପୋଛନ୍ତୁ। ତେବେ ପାଣି ଯେଭଳି ଭିତରକୁ ଯିବ ନାହିଁ, ଧ୍ୟାନ ରଖିବା ଜରୁରି।

-ଏହା ସତ୍ତ୍ବେ ସ୍କ୍ରିନ୍ ସଫା ନ ହେଉ ଥିଲେ, ମାଇକ୍ରୋଫାଇବର୍‌ କପଡ଼ାରେ ଅଳ୍ପ କ୍ଲିନିଂ ଲିକ୍ବ୍ୟୁଡ୍ ମିଶାଇ ଧୀରେ ଧୀରେ ସଫା କରନ୍ତୁ।

-ଯଦି ଲାପ୍‌ଟପ୍‌ ସ୍କ୍ରିନ୍‌ ଏଲ୍‌ସିଡି, ତେବେ କୌଣସି କେମିକାଲ୍‌ ବ୍ୟବହାର କରନ୍ତୁ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର