ଜାଣନ୍ତୁ ଫୋନ୍‌ରେ ଥିବା ଆପ୍‌ସଗୁଡ଼ିକୁ କିପରି କରିବେ ହାଇଡ୍‌…..

The Sakala Picture
Published On

ଆଜିକାଲି ଅନ୍‌ଲାଇନ୍‌ କାମ ପାଇଁ ଅନେକ ଜଣ ନିଜ ସ୍ମାର୍ଟଫୋନ୍‌ରେ ନିଜର ବ୍ୟକ୍ତିଗତ ତଥ୍ୟ ରଖୁଛନ୍ତି। ଏହାକୁ ରଖିବା ପାଇଁ ବିଭିନ୍ନ ପ୍ରକାର ଆପ୍‌ ରହିଛି। କିନ୍ତୁ ଯଦି କୌଣସି ବ୍ୟକ୍ତି ଲକ୍‌ସ୍କ୍ରିନ୍‌ ପାସ୍‌ୱାର୍ଡକୁ ଜାଣିପାରେ, ତାହଲେ ଫୋନ୍‌ ଅନ୍‌ଲକ୍‌ ହୋଇଯାଏ। ଫୋନ୍‌ ସ୍କ୍ରିନ୍‌ରେ ଥିବା ସବୁ ଆପ୍‌ ଏବଂ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇପାରେ। ତେଣୁ ଫୋନ୍‌ରେ ଥିବା ଆପ୍‌ସଗୁଡ଼ିକୁ ହାଇଡ୍‌ କରିଦେଲେ ବା ଲୁଚାଇ ଦେଲେ, ଏହି ସମସ୍ୟାର ସମାଧାନ ହୋଇପାରିବ। ତେବେ, ଏଥିପାଇଁ […]

ଆଜିକାଲି ଅନ୍‌ଲାଇନ୍‌ କାମ ପାଇଁ ଅନେକ ଜଣ ନିଜ ସ୍ମାର୍ଟଫୋନ୍‌ରେ ନିଜର ବ୍ୟକ୍ତିଗତ ତଥ୍ୟ ରଖୁଛନ୍ତି। ଏହାକୁ ରଖିବା ପାଇଁ ବିଭିନ୍ନ ପ୍ରକାର ଆପ୍‌ ରହିଛି। କିନ୍ତୁ ଯଦି କୌଣସି ବ୍ୟକ୍ତି ଲକ୍‌ସ୍କ୍ରିନ୍‌ ପାସ୍‌ୱାର୍ଡକୁ ଜାଣିପାରେ, ତାହଲେ ଫୋନ୍‌ ଅନ୍‌ଲକ୍‌ ହୋଇଯାଏ। ଫୋନ୍‌ ସ୍କ୍ରିନ୍‌ରେ ଥିବା ସବୁ ଆପ୍‌ ଏବଂ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇପାରେ। ତେଣୁ ଫୋନ୍‌ରେ ଥିବା ଆପ୍‌ସଗୁଡ଼ିକୁ ହାଇଡ୍‌ କରିଦେଲେ ବା ଲୁଚାଇ ଦେଲେ, ଏହି ସମସ୍ୟାର ସମାଧାନ ହୋଇପାରିବ। ତେବେ, ଏଥିପାଇଁ କିଛି ସହଜ ଟିପ୍ସ ଅନୁସରଣ କରନ୍ତୁ।

-ସ୍ମାର୍ଟଫୋନ୍‌ର ସେଟିଙ୍ଗ୍‌ ଅପ୍‌ସନ୍‌କୁ ଯାଆନ୍ତୁ। ଏହି ସ୍କ୍ରିନ୍‌ରେ ଥିବା ‘ପ୍ରାଇବେସି’ ଅପ୍‌ସନ୍‌କୁ କ୍ଲିକ୍‌ କରନ୍ତୁ।

-ପ୍ରାଇଭେସି ପ୍ରୋଟେକ୍ସନ୍‌ ଟ୍ୟାବ୍‌ ଭିତରେ ଥିବା ‘ହାଇଡ୍‌’ ଅପସନ୍‌ ଉପରେ ଟଚ୍‌ କରି ନିଜର ପ୍ରାଇଭେସି ପାସୱାର୍ଡ଼ ଦିଅନ୍ତୁ।

-ଏହାପରେ ଆପଣଙ୍କୁ ସ୍କ୍ରିନ୍‌ ଉପରେ ଆପ୍‌ଗୁଡ଼ିକର ତାଲିକା ଦେଖାଯିବ। ଯେଉଁ ଆପ୍‌ଗୁଡ଼ିକୁ ଆପଣ ହାଇଡ୍‌ କରିବାକୁ ଚାହୁଁଛନ୍ତି, ତାହା ପାଖରେ ଥିବା ଟାଗଲ୍‌କୁ ‘ଅନ୍‌’ କରିଦିଅନ୍ତୁ।

-ଏହାପରେ ହାଇଡ୍‌ କରାଯାଇଥିବା ଆପ୍‌ସଗୁଡ଼ିକ ପାଇଁ ଏକ ନୂଆ ପାସ୍‌ୱାର୍ଡ ରଖନ୍ତୁ। ଧ୍ୟାନ ରଖନ୍ତୁ ଏହି ପାସ୍‌ୱାର୍ଡ # ରୁ ଆରମ୍ଭ ଏବଂ ଶେଷ ହେଉଥିବ।

ବ୍ୟାଙ୍କ୍‌ଭତ୍ତିକ ଆପ୍‌, ଏଟିଏମ୍‌, ଅଫିସ୍‌ରେ ଥିବା କିଛି ପାସ୍‌ୱାର୍ଡ କିମ୍ବା କମ୍ପ୍ୟୁଟର୍‌ରେ ଆଦିରେ ଦିଆଯାଇଥିବା ପାସ୍‌ୱାର୍ଡକୁ ଆଦୌ ଏଥିରେ ଦିଅନ୍ତୁ ନାହିଁ। କାରଣ ଗୋଟିଏ ପାସ୍‌ୱାର୍ଡ ଦ୍ବାରା ଅନେକ ସମସ୍ୟା ସୃଷ୍ଟି ହୁଏ। ଜଣେ ହ୍ୟାକର୍‌ ଗୋଟିଏ ପାସ୍‌ୱାର୍ଡ ଜାଣିବା ପରେ ଏହାକୁ ଅନ୍ୟ ବ୍ୟକ୍ତିଗତ ତଥ୍ୟର ଚୋରି କାମରେ ମଧ୍ୟ ବ୍ୟବହାର କରେ।

-ଏହାପରେ ବ୍ୟାକ୍‌ କରିଆସନ୍ତୁ। ଆପ୍‌ସଗୁଡ଼ିକ ହାଇଡ୍‌ ହୋଇଛି କି ନାହିଁ, ପରୀକ୍ଷା କରିବା ପାଇଁ ମୋବାଇଲ୍‌ ବନ୍ଦ କରିଦିଅନ୍ତୁ। ପୁଣିଥରେ ସ୍କ୍ରିନ୍‌ ଅନ୍‌ଲକ୍‌ କରି ଦେଖନ୍ତୁ। ଯେଉଁ ଆପ୍‌ଗୁଡ଼ିକ ଆପଣ ହାଇଡ୍‌ କରିଥିଲେ, ତାହା ସ୍କ୍ରିନ୍‌ ଉପରେ ଆଉ ଦେଖାଯିବ ନାହିଁ।

-ଆପଣ ପୁଣିଥରେ ସେହି ଆପ୍‌ଗୁଡ଼ିକ ଦେଖିବାକୁ ଚାହିଁଲେ, ସେଟିଙ୍ଗ୍‌କୁ ଯାଇ, ପାସୱାର୍ଡ ଦେଇ ଖୋଲି ପାରିବେ। ଏହା ଦ୍ବାରା ଅନ୍ୟ କେହି ସ୍କ୍ରିନ୍‌ ଅନ୍‌ଲକ୍‌ କଲେ ମଧ୍ୟ ଆପ୍‌ସ ପାଇପାରିବେ ନାହିଁ ଏବଂ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ନଥିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର