ଆସିଲା ‘Truecaller’ର ବିକଳ୍ପ ‘BharatCaller’ର ଆପ୍

The Sakala Picture
Published On

ନୂଆଦିଲ୍ଲୀ :  ଅଜଣା ନମ୍ବରରୁ କଲ୍ ଆସିଲେ ଅନେକ ରିସିଭ୍ କରି ନ ଥାନ୍ତି । ବେଳେ ବେଳେ ପରିବାର ଲୋକେ ଅଜଣା ନମ୍ବରରୁ ମଧ୍ୟ କରି କରିଥାନ୍ତି । ଯଦି ଆପଣଙ୍କ ଫୋନରେ ଟ୍ରୁକଲର୍ ଆପ୍ ଅଛି ତେବେ ଆପଣ ଅଧିକାଂଶ ନମ୍ବର ବାବଦରେ ତଥ୍ୟ ଜଣାପଡିଥାଏ। ନମ୍ବରଟି କାହାର ତାହା ମଧ୍ୟ ସହଜରେ ଜାଣିହୁଏ । କିନ୍ତୁ ଏହି ବିଦେଶୀ ଆପରେ ତଥ୍ୟ ଚୋରି ହେବାର ଭୟ ମଧ୍ୟ ରହିଛି। ଏହାକୁ ନଜରରେ ରଖି […]

ନୂଆଦିଲ୍ଲୀ :  ଅଜଣା ନମ୍ବରରୁ କଲ୍ ଆସିଲେ ଅନେକ ରିସିଭ୍ କରି ନ ଥାନ୍ତି । ବେଳେ ବେଳେ ପରିବାର ଲୋକେ ଅଜଣା ନମ୍ବରରୁ ମଧ୍ୟ କରି କରିଥାନ୍ତି । ଯଦି ଆପଣଙ୍କ ଫୋନରେ ଟ୍ରୁକଲର୍ ଆପ୍ ଅଛି ତେବେ ଆପଣ ଅଧିକାଂଶ ନମ୍ବର ବାବଦରେ ତଥ୍ୟ ଜଣାପଡିଥାଏ। ନମ୍ବରଟି କାହାର ତାହା ମଧ୍ୟ ସହଜରେ ଜାଣିହୁଏ । କିନ୍ତୁ ଏହି ବିଦେଶୀ ଆପରେ ତଥ୍ୟ ଚୋରି ହେବାର ଭୟ ମଧ୍ୟ ରହିଛି। ଏହାକୁ ନଜରରେ ରଖି ଗତ ୧୫ ତାରିଖରେ ଟ୍ରୁକଲରର ବିକଳ୍ପ ଭାବେ ‘ଭାରତ କଲର୍ ଆପ୍’ର ଶୁଭାରମ୍ଭ କରାରଯାଇଛି। ଏହା ଟ୍ରୁକଲରଠୁ କିଛି ମାମଲାରେ ଆଗରେ ଥିବା ଆପ୍‌ ନିର୍ମାତା କହିଛନ୍ତି।

ଭାରତ କଲର ଆପ୍ କ’ଣ

ଭାରତ କଲର୍ ଆପ୍ ଏକ କଲର୍ ଆଇଡି ଆପ୍। ଏହାକୁ କିଛି ଇଞ୍ଜିନିୟର ତିଆରି କରିଛନ୍ତି। ଆଇଆଇଏମ ବେଙ୍ଗାଲୁରୁର ପୂର୍ବତନ ଛାତ୍ର ତଥା ଆପ୍‌ର ମୁଖ୍ୟ ପ୍ରସ୍ତୁତକାରୀ ପ୍ରଜ୍ଜ୍ୱଳ ସିହ୍ନା କହିଛନ୍ତି ଯେ, ଭାରତ କଲର ଟ୍ରୁକଲରର ବିକଳ୍ପ ଭାବେ କାମ କରିବ। ଏହା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। କିଛି ଦିନ ପୂର୍ବରୁ ପ୍ରତିରକ୍ଷା ବିଭାଗ ଟ୍ରୁକଲର ଆପ୍‌କୁ ବ୍ୟାନ୍ କରିଥିଲା। ତେଣୁ ସେମାନେ ସ୍ୱଦେଶୀ ଆପ୍ ବାହାର କରିବାକୁ ଯୋଜନା କରିଥିଲେ। ଯାହା ସଫଳ ହୋଇଛି। ୨୦୨୦ ଡିସେମ୍ବରରୁ ଏହି ଆପ୍ ଉପରେ କାମ ଆରମ୍ଭ ହୋଇଥିଲା। ଟ୍ରାଏଲ୍‌ରେ ସଫଳ ହେବା ପରେ ଏହାର ପ୍ରଥମ ଭର୍ଜନ୍ ଶୁଭାରମ୍ଭ କରାଯାଇଛି। ଭାରତ୍ କଲର ଅନ୍ୟ ଆପ୍ ଠାରୁ ଭିନ୍ନ ଅଟେ। ଏଥିରେ ୟୁଜର କଣ୍ଟାକ୍ଟ, କଲ୍ ଲଗସ୍ ସର୍ଭରରେ ସେଭ୍ ହେବ ନାହିଁ। ଫଳରେ ଗୋପନୀୟତା ଉପରେ କୌଣସି ପ୍ରଭାବ ପଡିବନାହିଁ। ଏହାକୁ ବିଭିନ୍ନ ଭାରତୀୟ ଭାଷାରେ ଆରମ୍ଭ କରାଯାଇଛି। ୟୁଜରମାନଙ୍କୁ ଇଂରାଜୀ, ଗୁଜରାଟୀ, ବଙ୍ଗଳା, ମରାଠି ଆଦି ଭାଷାର ବିକଳ୍ପ ମିଳିବ। ଆଣ୍ଡ୍ରଏଡ୍ ଓ ଆଇଓଏସ ୟୁଜର ଆପ୍ ଷ୍ଟୋରରୁ ଡାଉନଲୋଡ୍ କରି ଭାରତ କଲରକୁ ବ୍ୟବହାର କରିପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର