ନଭେମ୍ବର ୯ରୁ ଗୁଗୁଲରେ ଆସିବ ଏହି ସବୁ ନୂଆ ପରିବର୍ତ୍ତନ

The Sakala Picture
Published On

ଗୁଗୁଲରେ ଆସୁଛି ନୂଆ ପରିବର୍ତ୍ତନ । ଖୁବ୍ ଶୀଘ୍ର ଆପଣଙ୍କ ଗୁଗୁଲ ଆକାଉଣ୍ଟରେ ହେବାକୁ ଯାଉଛି କିଛି ବଡ ପରିବର୍ତ୍ତନ । ନଭେମ୍ବର ୯ରୁ ଲାଗୁକରାଯିବ କିଛି ନୂଆ ଫିଚର୍ସ । ସମସ୍ତ ଗୁଗୁଲ ଆକାଉଣ୍ଟରେ ନଭେମ୍ବର ୯ରୁ ଆକ୍ଟିଭ ହେବ ଟୁ-ଷ୍ଟେପ୍ ଭେରିଫିକେସନ । ଆକାଉଣ୍ଟ ବନେଇବାକୁ ହେଲେ ଆମକୁ ଲଗ୍ ଇନ୍ କରିବାକୁ ପଡ଼ିଥାଏ । ମାତ୍ର ଏବେ ଆକାଉଣ୍ଟରେ ୱାନ-କ୍ଲିକ୍ ଅପସନ ପୂରାପୂରି ଉଠିଯାଉଛି । ଆକାଉଣ୍ଟରେ ଲଗ୍ ଇନ୍ କରିବାକୁ କମ୍ପାନୀ […]

ଗୁଗୁଲରେ ଆସୁଛି ନୂଆ ପରିବର୍ତ୍ତନ । ଖୁବ୍ ଶୀଘ୍ର ଆପଣଙ୍କ ଗୁଗୁଲ ଆକାଉଣ୍ଟରେ ହେବାକୁ ଯାଉଛି କିଛି ବଡ ପରିବର୍ତ୍ତନ । ନଭେମ୍ବର ୯ରୁ ଲାଗୁକରାଯିବ କିଛି ନୂଆ ଫିଚର୍ସ । ସମସ୍ତ ଗୁଗୁଲ ଆକାଉଣ୍ଟରେ ନଭେମ୍ବର ୯ରୁ ଆକ୍ଟିଭ ହେବ ଟୁ-ଷ୍ଟେପ୍ ଭେରିଫିକେସନ ।

ଆକାଉଣ୍ଟ ବନେଇବାକୁ ହେଲେ ଆମକୁ ଲଗ୍ ଇନ୍ କରିବାକୁ ପଡ଼ିଥାଏ । ମାତ୍ର ଏବେ ଆକାଉଣ୍ଟରେ ୱାନ-କ୍ଲିକ୍ ଅପସନ ପୂରାପୂରି ଉଠିଯାଉଛି । ଆକାଉଣ୍ଟରେ ଲଗ୍ ଇନ୍ କରିବାକୁ କମ୍ପାନୀ ଏକ ନୂଆ ବିକଳ୍ପ ଆରମ୍ଭ କରିଛି । ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ଗୁଗୁଲ ଆକାଉଣ୍ଟ ଖୋଲିବାକୁ ଚାହୁଁଥିଲେ ତାକୁ ପ୍ରଥମେ ଟୁ-ଷ୍ଟେପ୍ ଭେରିଫିକେସନ ଦେଇ ଗତି କରିବାକୁ ପଡ଼ିବ । ଏହି ନୂଆ ଫିଚର ଆପଣଙ୍କ ଗୁଗୁଲ ଆକାଉଣ୍ଟକୁ ଅଧିକ ସୁରକ୍ଷା ଦେବ ବୋଲି କୁହାଯାଇଛି ।ଏହି ଟୁ-ଷ୍ଟେପ୍ ଭେରିଫିକେସନରେ ପାସୱାର୍ଡ ଏବଂ ଫୋନ ସିକ୍ୟୁରିଟି କି ଭଳି ସୁରକ୍ଷା ରହିଛି ବୋଲି ଗୁଗୁଲ ଅକ୍ଟୋବରର ଏକ ପୋଷ୍ଟରେ ସୂଚନା ଦେଇଛି ।

ଏହିଭଳି ରହିଛି ନୂଆ ଭେରିଫିକେସନ୍ :

୧. ଗୁଗୁଲ ଆକାଉଣ୍ଟରେ ଯେତେବେଳେ ଟୁ-ଷ୍ଟେପ୍ ଭେରିଫିକେସନରେ ହେଉଥିବ ପ୍ରଥମେ ପାସୱାର୍ଡ ଦେଇ ଲଗଇନ୍ କରିବାକୁ ପଡ଼ିବ ।

୨. ଏହାପରେ ନିଜର ମୋବାଇଲ ନମ୍ବର ଦିଅନ୍ତୁ ଏହାପରେ ଆପଣଙ୍କ ମୋବାଇଲ ମ୍ୟାସେଜ, ଭଏସ କଲ୍ କିମ୍ବା ଗୁଗୁଲ ମୋବାଇଲ ଆପରେ OTP ଯିବ ।

୩. OTP ପାଇବା ପରେ ଏଥିରେ ଥିବା କୋଡକୁ ଲଗ୍ ଇନ୍ ବାରରେ ଦିଅନ୍ତୁ । ଏହି ଟୁ-ଷ୍ଟେପ୍ ଭେରିଫିକେସନ ଅକ୍ଟୋବର ୯ରୁ ଆରମ୍ଭ ହେବ ବୋଲି କୁହାଯାଉଛି ।

06 Nov 2021 By The Sakala

https://www.thesakala.in/technology/these-new-changes-will-come-to-google-from-november-9/article-6649
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର